Advertisment

ମୃତ୍ୟୁ ପରେ ଲୋକଙ୍କ ମନରେ ଏମିତି ରହିବାକୁ ଚାହୁଁଥିଲେ ରତନ ଟାଟା

ଲୋକଙ୍କ ମନରେ କିପରି ରହିବାକୁ ଚାହୁଁଥିଲେ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ରତନ ଟାଟା।

Ratan Tata

Ratan Tata

Advertisment

କିମ୍ବଦନ୍ତୀ ବିଜନେସ୍ ଆଇକନ ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରତନ। ବ୍ୟବସାୟୀଠୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ହେଲେ ମୃତ୍ୟୁ ପରେ ସେ କିପରି ଲୋକଙ୍କ ମନରେ ରହିବାକୁ ଚାହୁଁଥିଲେ, ତା'ର ଏକ ପୂରୁଣା ଭିଡିଓ ଭାଇରାଲ ହେଉଛି।

Advertisment

ମୃତ୍ୟୁ ପରେ ସେ ଏକ ଏମିତି ବ୍ୟକ୍ତି ଭାବେ ମନେ ରହିବାକୁ ଚାହୁଁଥିଲେ, ଯିଏ କିଛି ପରିବର୍ତ୍ତନ କରିଛନ୍ତି ବୋଲି ଲୋକେ କହିବେ। ଏକ ସାକ୍ଷାତକାରରେ ରତନ ଟାଟା ଲୋକଙ୍କ ମନରେ ଏପରି ମନେ ରହିବାକୁ ଚାହୁଁଥିଲେ ବୋଲି କହିଥିଲେ।

2018ରେ ଦେଇଥିବା ଉକ୍ତ ସାକ୍ଷାତକାରରେ ସେ କହିଥିଲେ, ''...ଯେପରି ମୁଁ ପୂର୍ବରୁ କହିଥିଲି, ମୁଁ ଜଣେ ବ୍ୟକ୍ତି ଭାବରେ ମନେ ରହିବାକୁ ଚାହେଁ, ଯିଏ କିଛି ପରିବର୍ତ୍ତନ କରିଥିଲା। ତା'ଠୁ କିଛି ଅଧିକ ନୁହେଁ, କି କମ୍ ନୁହେଁ।"

Advertisment

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ୍ସ ପୋଷ୍ଟରେ ଏହି ଭିଡ଼ିଓ ଶେଆର୍ କରିଛନ୍ତି। ସେ ଏହି ଭିଡ଼ିଓ ଶେଆର୍ କରି ରତନ ଟାଟାଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ''ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ, ଜଣେ ଅସାଧାରଣ ରାଷ୍ଟ୍ର ନିର୍ମାଣକାରୀ ଏବଂ ଏକ ଭଲ ମଣିଷ ଥିଲେ। ଶିଳ୍ପ, ସମାଜ ଏବଂ ମାନବିକତା ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ରହିବ।'' 

Ratan Tata Ratan Tata Demise
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe