Advertisment

ରତନ ଟାଟାଙ୍କ ୧୦ ହଜାର କୋଟିର ୱିଲ: କୁକୁର ଠାରୁ ରୋଷେୟା, କାହାକୁ ମିଳିବ କେତେ?

ତାଙ୍କର ଅତି ଘନିଷ୍ଠ ଯୁବ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡ଼ୁ, ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍ ଓ ଡିଆନା ଜିଜିଭୟଙ୍କ ନାଁ ୱିଲରେ ରହିଛି।

author-image
Hemant Lenka
Ratan Tata

Ratan Tata

ସାମ୍ନାକୁ ଆସିଲା ଦିବଂଗତ ଶିଳ୍ପପତି ରତନ ଟାଟାଙ୍କ ୧୦ହଜାର କୋଟି ଟଙ୍କାର ୱିଲ୍। ଆରପାରିକୁ ଯିବା ଆଗରୁ ଶିଳ୍ପ ସମ୍ରାଟ ରତନ ଟାଟା ୧୦ ହଜାର କୋଟି ଟଙ୍କାର ସଂପତ୍ତି ପଛରେ ଛାଡ଼ି ଯାଇଛନ୍ତି। ଏଥିରୁ କାହାକୁ କେତେ ଅଂଶଧନ ମିଳିବ, ସେକଥା ମଧ୍ୟ ସେ ନିଜ ଶେଷ ୱିଲ ବା ଇଚ୍ଛାପତ୍ରରେ ଉଲ୍ଲେଖ କରିଛନ୍ତି। ୱିଲରେ ନିଜର ପୋଷା କୁକୁର ଠାରୁ ଆରମ୍ଭ କରି ରୋଷେୟା, ସହାୟକ ଓ ଅନ୍ୟମାନଙ୍କୁ ଭାଗ ଦେବାକୁ ସେ କହିଛନ୍ତି। 

Advertisment

ଏହାବାଦ ତାଙ୍କର ଅତି ଘନିଷ୍ଠ ଯୁବ ଉଦ୍ୟୋଗୀ ତଥା ଟାଟା ଟ୍ରଷ୍ଟର ସର୍ବକନିଷ୍ଠ ଜେନେରାଲ୍ ମ୍ୟାନେଜର ଶାନ୍ତନୁ ନାଇଡ଼ୁ, ଭାଇ ଜିମି ଟାଟା, ସାବତ ଭଉଣୀ ଶିରିନ୍ ଓ ଡିଆନା ଜିଜିଭୟଙ୍କ ନାଁ ୱିଲରେ ରହିଛି। କେବଳ ଏତିକି ନୁହେଁ, ଦୀର୍ଘ ୩ ଦଶନ୍ଧିରୁ ଅଧିକ ବର୍ଷ ହେଲାଣି ରୋଷେୟା ଭାବେ କାମ କରୁଥିବା ରାଜନ ଶ', ଘରୋଇ ସହାୟକ ସୁବୈୟା ଓ ପୋଷା କୁକୁର ଟିଟୋ ବି ଏହି ସଂପତ୍ତିରୁ ଭାଗ ପାଇବେ।

ପୂର୍ବରୁ ପୋଷା କୁକୁରର ମୃତ୍ୟୁ ପରେ ୬ ବର୍ଷ ହେଲା ରତନ ଟାଟା ଗୋଟିଏ ଜର୍ମାନ୍ ସେଫର୍ଡକୁ ପାଳିଥିଲେ। ପୋଷା କୁକୁର ନାଁ ଅନୁସାରେ ସେ ଜର୍ମାନ ସେଫର୍ଡର ନାଁ ମଧ୍ୟ ଟିଟୋ ରଖିଥିଲେ। ତା’ର ଲାଳନପାଳନ ଦାୟିତ୍ୱ ରୋଷେୟା ରାଜନକୁ ଦେବାକୁ ରତନ ଟାଟା କହିଛନ୍ତି। ଏଥିପାଇଁ ସଂପତ୍ତିର କିଛି ଅଂଶ ବି ୱିଲରେ ଉଲ୍ଲେଖ କରିଛନ୍ତି।

Advertisment

ତାଙ୍କ ଘରୋଇ ସହାୟକ ଥିବା ସୁବୈୟା ପାଇଁ ମଧ୍ୟ ୱିଲରେ ବ୍ୟବସ୍ଥା ରହିଛି। ତାଙ୍କର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡ଼ୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ ତାଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ି ଦେଇଛନ୍ତି ରତନ ଟାଟା ।

ଚଳିତ ମାସ ୯ ତାରିଖରେ ୮୬ ବର୍ଷ ବୟସରେ ଆଖି ବୁଜିଥିଲେ ରତନ ଟାଟା। ତାଙ୍କର ୧୦ହଜାର କୋଟି ଟଙ୍କାର ସଂପତ୍ତି ଭିତରେ ସାମିଲ ରହିଛି ମହାରାଷ୍ଟର ଆଲିବାଗ ବେଳାଭୂମିରେ ଥିବା ୨ହଜାର ବର୍ଗଫୁଟର ବଙ୍ଗଳା, ମୁମ୍ବାଇ ଜୁହୁରେ ୨ ମହଲା କୋଠା, ୩୫୦ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ଟାଟା ସନ୍ସର ୦.୮୩ ପ୍ରତିଶତ ଅଂଶଧନ।

ଟାଟା ସନ୍ସ ଓ ଟାଟା ମୋଟର୍ସ ଆଦିରେ ଥିବା ତାଙ୍କର ଅଂଶଧନକୁ ରତନ ଟାଟା ଏଣ୍ଡାୱମେଣ୍ଟ ଫାଉଣ୍ଡେସନ RTEFକୁ ଯିବ। ଶେଷ ପର୍ଯ୍ୟନ୍ତ ସେ ରହୁଥିବା କୋଲାବା ସ୍ଥିତ ହାଲେକାଇ ହାଉସ୍ ଇୱାର୍ଟ ଇନଭେଷ୍ଟମେଣ୍ଟ ପାଖରେ ରହିବ।  ତେବେ ତାଙ୍କର ୨୦ ରୁ ୩୦ଟି ଦାମୀ କାର୍ କାହାକୁ ଦିଆଯିବ, ତାହା ଜଣାପଡ଼ିନି। 

Ratan Tata Ratan Tata Demise