Advertisment

ବଜାରରେ ବନ୍ଦ ହେବ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: ଆଉ ବଜାରରେ ଚାଲିବନି ପୁରୁଣା ୧୦୦ ଟଙ୍କିଆ ନୋଟ୍, ୧୦ ଏବଂ ୫ ଟଙ୍କିଆ ନୋଟ୍। ଆରବିଆଇ ଏହି ନିଷ୍ପତ୍ତି ନେଇଛି। ମାର୍ଚ୍ଚ-ଏପ୍ରିଲ ପରେ ଏହି ସବୁ ପୁରୁଣା ନୋଟ୍ ଅବୈଧ ହୋଇଯିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି ମହେଶ ଏହି ସୂଚନା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜେନେରାଲ ମ୍ୟାନେଜର ବି ମହେଶ କହିଛନ୍ତି ୧୦୦, ୧୦ ଏବଂ ୫ ଟଙ୍କା ପୁରୁଣା ନୋଟ ଉପରେ ଏଭଳି ନିଷ୍ପତ୍ତି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ବଜାରରେ ବନ୍ଦ ହେବ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍

100-note

ନୂଆଦିଲ୍ଲୀ: ଆଉ ବଜାରରେ ଚାଲିବନି ପୁରୁଣା ୧୦୦ ଟଙ୍କିଆ ନୋଟ୍, ୧୦ ଏବଂ ୫ ଟଙ୍କିଆ ନୋଟ୍। ଆରବିଆଇ ଏହି ନିଷ୍ପତ୍ତି ନେଇଛି। ମାର୍ଚ୍ଚ-ଏପ୍ରିଲ ପରେ ଏହି ସବୁ ପୁରୁଣା ନୋଟ୍ ଅବୈଧ ହୋଇଯିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି ମହେଶ ଏହି ସୂଚନା ଦେଇଛନ୍ତି।

Advertisment

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜେନେରାଲ ମ୍ୟାନେଜର ବି ମହେଶ କହିଛନ୍ତି ୧୦୦, ୧୦ ଏବଂ ୫ ଟଙ୍କା ପୁରୁଣା ନୋଟ ଉପରେ ଏଭଳି ନିଷ୍ପତ୍ତି ନେବା ପଛର କାରଣ ବଜାରକୁ ଏହି ସବୁ ନୋଟର ନୂଆ ନୋଟ୍ ଆସି ସାରିଛି। ୨୦୧୯ରେ ଆରବିଆଇ ନୂଆ ୧୦୦ ଟଙ୍କିଆ ନୋଟ୍ ଜାରି କରିଥିଲା।

ନୋଟବନ୍ଦୀ ସମୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ବନ୍ଦ କରିଥିଲେ ସରକାର। ହଠାତ୍ ବନ୍ଦ କରାଯାଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ତେଣୁ ଏବେ ନୂଆ ନୋଟ୍ ବଜାରକୁ ଛାଡି ପୁରୁଣା ନୋଟ୍ ବନ୍ଦ କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି।

Advertisment

ବଜାରରେ ୧୦ ଟଙ୍କିଆ କଏନକୁ ନେଇ ଅନେକ ଗୁଜବ ରହିଛି। ଯେଉଁ କଏନରେ ଟଙ୍କାର ନୂଆ ଚିହ୍ନ ନାହିଁ ସେ କଏନକୁ ଅନେକ ଦୋକାନୀ ନେଉ ନାହାନ୍ତି। ଏହା ଉପରେ ଆରବିଆଇ କହିଛି ଯେ ଏହା ବ୍ୟାଙ୍କ ପାଇଁ ଏକ ସମସ୍ୟା ପାଲଟିଛି, ତେଣୁ ବ୍ୟାଙ୍କ ଏପରି ଗୁଜବକୁ ଏଡ଼ାଇବା ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ନେଉଛି।