Advertisment

ତିନି ମାସ ପାଇଁ ଋଣ କିସ୍ତି ନନେବାକୁ ବ୍ୟାଙ୍କକୁ ପରାମର୍ଶ ଦେଲା ଆରବିଆଇ

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ଆରବିଆଇ ୦.୭୫ ପ୍ରତିଶତ ରେପୋ ରେଟ୍ କମାଇଛି। ଏହାବାଦ୍ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ବକେୟା ଋଣ କିସ୍ତି ନନେବାକୁ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ଆରବିଆଇ ପ୍ରସ୍ତାବ ଦେଇଛି। ଏହାପରେ ପୂର୍ବପରି ଗ୍ରାହକଙ୍କ ପାଖରୁ କିସ୍ତି ନେବାକୁ ଆରବିଆଇ ପ୍ରସ୍ତାବ ଦେଇଛି। ସମସ୍ତ ଆଞ୍ଚଳିକ, ଗ୍ରାମୀଣ, ସମବାୟ, ହାଉସିଂ ଫାଇନାନ୍ସ କମ୍ପାନୀକୁ ଏହି ପରମର୍ଶ […]

ଅଦ୍ୟତନ ହୋଇଛି
ତିନି ମାସ ପାଇଁ ଋଣ କିସ୍ତି ନନେବାକୁ ବ୍ୟାଙ୍କକୁ ପରାମର୍ଶ ଦେଲା ଆରବିଆଇ

rbi-emi

Advertisment

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ଆରବିଆଇ ୦.୭୫ ପ୍ରତିଶତ ରେପୋ ରେଟ୍ କମାଇଛି। ଏହାବାଦ୍ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାକୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ବକେୟା ଋଣ କିସ୍ତି ନନେବାକୁ ସମସ୍ତ ବ୍ୟାଙ୍କ ଗୁଡ଼ିକୁ ଆରବିଆଇ ପ୍ରସ୍ତାବ ଦେଇଛି। ଏହାପରେ ପୂର୍ବପରି ଗ୍ରାହକଙ୍କ ପାଖରୁ କିସ୍ତି ନେବାକୁ ଆରବିଆଇ ପ୍ରସ୍ତାବ ଦେଇଛି। ସମସ୍ତ ଆଞ୍ଚଳିକ, ଗ୍ରାମୀଣ, ସମବାୟ, ହାଉସିଂ ଫାଇନାନ୍ସ କମ୍ପାନୀକୁ ଏହି ପରମର୍ଶ ଦେଇଛି ଆରବିଆଇ। ତେବେ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ବାବଦରେ ନିଜସ୍ୱ ନିଷ୍ପତ୍ତି ନେବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କିସ୍ତି ତିନି ମାସ ବିଳମ୍ୱରେ ହେଲେ କୌଣସି ବ୍ୟକ୍ତିଙ୍କ କ୍ରେଡିଟ୍ ଇତିହାସ ଉପରେ ପ୍ରଭାବ ପଡ଼ିବନି ବୋଲି ଆରବିଆଇ କହିଛି।

Advertisment

ବିଶ୍ୱ ମହାମାରୀ କରୋନା ଭାଇରସ ପାଇଁ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓ ଲୋକଙ୍କୁ ଆର୍ଥିକ ବୋଝରୁ ଆଶ୍ୱାସନା ଦେବାକୁ ଯାଇ ଆରବିଆଇ ଏଭଳି ପ୍ରସ୍ତାବ ଦେଇଛି। ମାସ ଏବେ ଶେଷ ହେବାକୁ ଯାଉଛି। ତେଣୁ କିସ୍ତି ଦେବାକୁ ପଡ଼ିବ। ଆରବିଆଇର ଏହି ପ୍ରସ୍ତାବ ଯଦି ବ୍ୟାଙ୍କଗୁଡ଼ିକ ମାନିବେ ତା’ହେଲେ ମଧ୍ୟବିତ୍ତ ପରିବାର କିସ୍ତି ବୋଝରୁ ସାମୟିକ ଆଶ୍ୱାସନା ପାଇବେ।

ସୂଚନାଯୋଗ୍ୟ, ସପ୍ତାହେ ପୂର୍ବରୁ ଆର୍ଥିକ ସେବା ବିଭାଗର ସଚିବ ଦେବଶିଷ ପଣ୍ଡା ଆରବିଆଇକୁ ଚିଠି ଲେଖି ମାସିକିଆ କିସ୍ତି (ଇଏମଆଇ), ସୁଧ ଏବଂ ଋଣ ପରିଶୋଧରେ ସାମୟିକ ରୋକ୍ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe