Advertisment

RBIର ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ଓଡ଼ିଆ ପୁଅ ମନୋରଂଜନ ମିଶ୍ର

ମନୋରଂଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବ୍ୟାଙ୍କିଂ ଓ ଫାଇନାନସରେ ଏମବିଏ କରିଛନ୍ତି।

RBI executive director

RBI executive director

Advertisment

ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ଆଉ ଜଣେ ଓଡ଼ିଆ ନିଯୁକ୍ତି ପାଇଛନ୍ତି। ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡିରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି ମନୋରଂଜନ ମିଶ୍ର।

Advertisment

ମନୋରଂଜନ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ରହିଛି।

ମନୋରଂଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବ୍ୟାଙ୍କିଂ ଓ ଫାଇନାନସରେ ଏମବିଏ କରିଛନ୍ତି। ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ କରିଛନ୍ତି।

Advertisment
RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe