Advertisment

ସରକାରଙ୍କୁ ରେକର୍ଡ ୨.୧୧ ଲକ୍ଷ କୋଟି ଟଙ୍କା ଦେବ ଆରବିଆଇ

କୁହାଯାଉଥିଲା ଯେ ଆରବିଆଇ ୨୦୨୩-୨୪ରେ ୧ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଦେବ। କିନ୍ତୁ ଆରବିଆଇ ରେକର୍ଡ ପରିମାଣର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି।

RBI

RBI

Advertisment

କେନ୍ଦ୍ର ସରକାରଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୨.୧୧ ଲକ୍ଷ ଟଙ୍କାର ଡିଭିଡେଣ୍ଡ ଦେବ ଆରବିଆଇ। ଏହା ଗତବର୍ଷ ତୁଳନାରେ ୧୪୦% ଅଧିକ। ୨୦୨୨-୨୩ ଆର୍ଥିକ ବର୍ଷରେ ଆରବିଆଇ ତା’ର ଲାଭାଂଶରୁ କେନ୍ଦ୍ର ସରକାରଙ୍କୁ ୮୭,୪୧୬ କୋଟି ଟଙ୍କା ଡିଭିଡେଣ୍ଡ ଆକାରରେ ଦେଇଥିଲା।

Advertisment

କୁହାଯାଉଥିଲା ଯେ ଆରବିଆଇ ୨୦୨୩-୨୪ରେ ୧ ଲକ୍ଷ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଦେବ। କିନ୍ତୁ ଆରବିଆଇ ରେକର୍ଡ ପରିମାଣର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। 

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆରବିଆଇର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୦୮ତମ ବୈଠକରେ ଲାଭାଂଶ ଅର୍ଥ କେନ୍ଦ୍ର ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ଆରବିଆଇ ଗୋଟିଏ ବିବୃତିରେ କହିଛି ଯେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ଭାବରେ ୨,୧୦,୮୭୪ ଟଙ୍କା ହସ୍ତାନ୍ତର କରିବାକୁ ବୋର୍ଡ ଅନୁମୋଦନ କରିଛି।

୨୦୨୨-୨୩ ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି କଣ୍ଟିଜେଣ୍ଟ୍ ରିସ୍କ ବଫର୍ (CRB)କୁ ୬% ବୃଦ୍ଧି କରାଯାଇଛି। ସେହିପରି ଅର୍ଥନୀତିକ କ୍ଷେତ୍ରରେ ନିରନ୍ତର ଅଦଳବଦଳକୁ ଦେଖି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ CRBକୁ ୬.୫୦%କୁ ବୃଦ୍ଧି କରିବାକୁ ନିର୍ଦ୍ଦେଶକ ବୋର୍ଡ ନିଷ୍ପତ୍ତି ନେଇଛି।

ଆରବିଆଇର ଏପରି ପଦକ୍ଷେପ କେନ୍ଦ୍ର ସରକାରଙ୍କ ବଜେଟକୁ ସଜାଡ଼ିବାରେ ସହାୟକ ହେବ। ବୀତ୍ତିୟ ନିଅଣ୍ଟରେ ସୁଧାର ଆସି ପାରିବ।

RBI Modi Government
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe