Advertisment

ICICI ବ୍ୟାଙ୍କ ଉପରେ ଲାଗିଲା ୧ କୋଟିର ଜୋରିମାନା, YES ବ୍ୟାଙ୍କ ଦେବ ୯୧ ଲକ୍ଷ ଟଙ୍କା

ଋଣ ଓ ଅଗ୍ରୀମ- ବୈଧାନିକ ଓ ଅନ୍ୟ ପ୍ରତିବନ୍ଧକ ସହ ଜଡ଼ିତ ନିୟମକୁ ICICI ବ୍ୟାଙ୍କ ଅନୁପାଳନ କରୁ ନଥିଲା। ତେଣୁ ଆରବିଆଇ ଏହି ସଂସ୍ଥା ଉପରେ ୧ କୋଟି ଟଙ୍କାର ଫାଇନ ଲାଗୁ କରିଛି।

RBI

RBI

Advertisment

ଦେଶର ଦୁଇ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ। ନିୟମ ଉଲ୍ଲଙ୍ଘନ କରି ଦୁଇ ବ୍ୟାଙ୍କ କାର୍ଯ୍ୟ କରୁଥିଲେ। ଏଥିପାଇଁ ଆରବିସିଆଇ ପକ୍ଷରୁ ICICI ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ସେହିପରି ୟେସ୍‌ ବ୍ୟାଙ୍କ ଉପରେ ମଧ୍ୟ ୯୧ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି।

Advertisment

ଋଣ ଓ ଅଗ୍ରୀମ- ବୈଧାନିକ ଓ ଅନ୍ୟ ପ୍ରତିବନ୍ଧକ ସହ ଜଡ଼ିତ ନିୟମକୁ ICICI ବ୍ୟାଙ୍କ ଅନୁପାଳନ କରୁ ନଥିଲା। ତେଣୁ ଆରବିଆଇ ଏହି ସଂସ୍ଥା ଉପରେ ୧ କୋଟି ଟଙ୍କାର ଫାଇନ ଲାଗୁ କରିଛି।

୨୦୨୨ ଆର୍ଥିକ ବର୍ଷରେ ICICI ବ୍ୟାଙ୍କ କରିଥିବା କାରବାରକୁ ଆରବିଆଇ ଯାଞ୍ଚ କରିଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ବ୍ୟାଙ୍କ ଋଣ ନିୟମକୁ ଉଲ୍ଲଙ୍ଘନ କରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତବିଶେଷଙ୍କୁ ଆର୍ଥିକ ସହାୟତା କରିଛି। ଯୋଜନା ପାଇଁ ଋଣ ଦିଆଯାଇଥିଲେ ହେଁ ଏହାକୁ ଠିକ ଭାବେ ନୀରକ୍ଷଣ କରାଯାଇ ନଥିଲା ବୋଲି ଆରବିଆଇ କହିଛି।

Advertisment

ଅନ୍ୟପକ୍ଷରେ ବ୍ୟାଙ୍କରେ କଷ୍ଟମର ସର୍ଭିସର ଉଲ୍ଲଙ୍ଘନ ଓ ଅନାଧିକୃତ ଭାବେ ଅଫିସ ଆକାଉଣ୍ଟ ପରିଚାଳନା ନିୟମ ଉଲ୍ଲଙ୍ଘନ ଘଟଣାରେ ଆରବିଆଇ YES ବ୍ୟାଙ୍କ ଉପରେ ୯୧ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

RBI ICICI Bank
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe