Advertisment

'ପରବର୍ତ୍ତୀ ତିନୋଟି ତ୍ରୟ ମାସରେ GDPରେ ଆସିବ ସୁଧାର'

ଏପ୍ରିଲ-ଜୁନ GDP ଅଭିବୃଦ୍ଧି ୬.୭%କୁ ଖସିବା ପରେ ଆଜି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
RBI Governor

RBI Governor

Advertisment

ଚଳିତ ଆର୍ଥିକ ବର୍ଷ ଅକ୍ଷତ ରହିବ ଦେଶର ଆର୍ଥିକ ଅଭିବୃଦ୍ଧି। ପୂର୍ବ ଆକଳନ ଅନୁସାରେ ୭.୨% ଅଭିବୃଦ୍ଧି ହାସଲ କରିବ ଭାରତ। ଗତକାଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ତ୍ରୟମାସିକ ଅର୍ଥାତ୍ ଏପ୍ରିଲ-ଜୁନ GDP ଅଭିବୃଦ୍ଧି ୬.୭%କୁ ଖସିବା ପରେ ଆଜି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Advertisment

RBI ଗଭର୍ଣ୍ଣର କହିଛନ୍ତି, ନିର୍ବାଚନଜନିତ ଆଦର୍ଶ ଆଚରଣ ବିଧି ଲାଗୁ କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟୟ କମିଥିଲା। ସରକାରୀ ବ୍ୟୟ ହ୍ରାସ ପ୍ରଭାବରୁ ଅଭିବୃଦ୍ଧି ଖସି ଆସିଛି। କିନ୍ତୁ ପରବର୍ତ୍ତୀ ତିନୋଟି ତ୍ରୟ ମାସରେ ଅଭିବୃଦ୍ଧିରେ ସୁଧାର ଆସିବ। 

ସେ ଆହୁରି କହିଛନ୍ତି ଯେ, ମୌସୁମୀ ବର୍ଷା ସ୍ୱାଭାବିକ ଥିବାରୁ ଆଗାମୀ ଦିନରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିବ। ଶିଳ୍ପ, ମାନୁଫାକ୍ଚରିଂ, ସେବା, ଘରୋଇ ବ୍ୟୟରେ ବୃଦ୍ଧି ଯୋଗୁଁ ସମ୍ପୂର୍ଣ୍ଣ ୨୦୨୪-୨୫ ଆର୍ଥିକ ବର୍ଷର GDP ଅଭିବୃଦ୍ଧି ପୂର୍ବ ଆକଳନ ମୁତାବକ ୭.୨% ହେବ।

Advertisment

ଆଜି ଭୁବନେଶ୍ୱରରେ ଆୟୋଜିତ ଜାତୀୟ CA (ଚାଟାର୍ଡ ଆକାଉଣ୍ଟାଣ୍ଟ) ସମ୍ମିଳନୀରେ ଯୋଗ ଦେଇଥିଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହି ଅବସରେ ସେ ଦେଶର ଜିଡିପି ଅଭିବୃଦ୍ଧି ଉପରେ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି। 

GDP RBI Shaktikant Das RBI Governor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe