Advertisment

ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପ୍ରଦାନ

ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅଦ୍ୟତନ ହୋଇଛି
Shaktikant Das

Shaktikant Das

Advertisment

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ପ୍ରଦାନ କରାଯାଇଛି ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର। ଲଣ୍ଡନର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ହେଉଛି ଏକ ଅନ୍ତର୍ଜାତୀୟ ଅର୍ଥନୀତିକ ରିସର୍ଚ୍ଚ ଜର୍ଣ୍ଣାଲ।

Advertisment

ଆରବିଆଇର ମୁଖ୍ୟ ଭାବେ ଭାରତର ମୁଦ୍ରାସ୍ଫୀତି ଓ କୋଭିଡ ସମୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଖୁବ ଭଲ ଭାବରେ ପରିଚାଳନା କରିଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରିଥିବା ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ କୁହାଯାଇଛି ଯେ ସେ ଆରବିଆଇର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ଦେଶ ଓ ପୂରା ବିଶ୍ୱ ଏକ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଆରବିଆଇ ଗଭର୍ଣ୍ଣର ଭାବେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେ ଆରବିଆଇର ସୁପରିଚାଳନା କରିବା ସହିତ ପୂରା ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଭଲ ଭାବେ ପରିଚାଳନା କରିଥିଲେ।

୨୦୧୮ ମସିହା ଡିସେମ୍ବର ମାସରେ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ ଭାରତର ଅନେକ ପ୍ରମୁଖ ନନ୍‌ ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ ଦେବାଳିଆ ହୋଇଯାଇଥିଲା। ଫଳରେ ଏହାର ପ୍ରଭାବ ଦେଶର ମଧ୍ୟମ ଧରଣର ବ୍ୟାଙ୍କ ଗୁଡ଼ିକ ଉପରେ ପଡ଼ିଥିଲା। କାରଣ ସେମାନେ ବହୁଳ ଭାବେ ନନ୍‌ ବ୍ୟାଙ୍କିଙ୍ଗ ଫାଇନାନସିଆଲ କମ୍ପାନୀ ଗୁଡ଼ିକ ପରେ ନିର୍ଭର କରୁଥିଲେ। ତା’ପରେ ପରେ ପଞ୍ଜାବ ଓ ମହରାଷ୍ଟ୍ର କୋ-ଅପରେଟିଭ୍ ବ୍ୟାଙ୍କ ଭଳି ଅନେକ ବ୍ୟାଙ୍କର ସ୍ଥିତି ମଧ୍ୟ ଖରାପ ହୋଇଯାଇଥିଲା।

Advertisment

ଶକ୍ତକାନ୍ତଙ୍କ ପୂର୍ବରୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମଧ୍ୟ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପାଇଥିଲେ। ୨୦୧୫ରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

RBI Shaktikant Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe