Advertisment

ବ୍ୟାଙ୍କ ଖାତାରେ ନିୟମିତ କାରବାର କରୁଛନ୍ତି ତ? ନହେଲେ ବନ୍ଦ ହୋଇଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ଜାରି କରିଛି ସଂଶୋଧିତ ନିର୍ଦ୍ଦେଶନାମା। ଅଚଳ ଓ ଅଣଦାବିଦାର ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା କମାଇବା ପାଇଁ ବ୍ୟାଙ୍କ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛି। ଆରବିଆଇ କହିଛି, ଅଚଳ ଓ ଅଣଦାବିଦାର ବ୍ୟାଙ୍କ ଆକାଉଣ୍ଟ ନେଇ ବ୍ୟାଙ୍କଗୁଡ଼ିକ ଖାତାଧାରୀଙ୍କୁ ପ୍ରତି ୩ ମାସ ବ୍ୟବଧାନରେ ଚିଠି, ଇମେଲ ଓ ଏସ୍ଏମ୍ଏସ୍ ଜରିଆରେ ସୂଚନା ଦେବେ।

undefined

RBI

Advertisment

ବ୍ୟାଙ୍କ ଖାତାରେ ନିୟମିତ କାରବାର କରୁଛନ୍ତି ତ? ଦୀର୍ଘଦିନ ଧରି ଯଦି ଆକାଉଣ୍ଟ ବ୍ୟବହାର ନହୋଇ ପଡି ରହିଥିବ, ତାହାହେଲେ ଅଚଳ ହୋଇଯିବା ଆଶଙ୍କା ରହିଛି। କାରଣ ଇନ୍‌ଅପରେଟିଭ ଓ ଅନ୍‌କ୍ଲେମ୍‌ଡ ଆକାଉଣ୍ଟ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)। ଦେଶରେ ଏଭଳି ବ୍ୟାଙ୍କ ଖାତା ସଂଖ୍ୟା ବଢ଼ୁଥିବାରୁ ସେ ଗୁଡ଼ିକୁ ସଚଳ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ଜାରି କରିଛି ସଂଶୋଧିତ ନିର୍ଦ୍ଦେଶନାମା। ଅଚଳ ଓ ଅଣଦାବିଦାର ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା କମାଇବା ପାଇଁ ବ୍ୟାଙ୍କ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛି। ଆରବିଆଇ କହିଛି, ଅଚଳ ଓ ଅଣଦାବିଦାର ବ୍ୟାଙ୍କ ଆକାଉଣ୍ଟ ନେଇ ବ୍ୟାଙ୍କଗୁଡ଼ିକ ଖାତାଧାରୀଙ୍କୁ ପ୍ରତି ୩ ମାସ ବ୍ୟବଧାନରେ ଚିଠି, ଇମେଲ ଓ ଏସ୍ଏମ୍ଏସ୍ ଜରିଆରେ ସୂଚନା ଦେବେ। ଯଦି ନୋମିନି ଥିବେ, ତାଙ୍କ ଜରିଆରେ ଗ୍ରାହକଙ୍କୁଠାବ କରିବେ। ତଥାପି ଯଦି ଖାତାଧାରୀ ଚିହ୍ନଟ ହୋଇପାରୁନାହାନ୍ତି, ଖାତା ଖୋଲିଲା ବେଳର ପରିଚୟକର୍ତ୍ତାଙ୍କୁ ଚିହ୍ନଟ କରି ତାଙ୍କ ଜରିଆରେ ଆକାଉଣ୍ଟଧାରୀଙ୍କୁ ଠାବ କରାଯାଉ। ସ୍ପେସାଲ ଡ୍ରାଇଭ ଜରିଆରେ ମଧ୍ୟ ଅଚଳ ଓ ଅଣଦାବିଦାର ଆକାଉଣ୍ଟଧାରୀଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ।

ତେବେ ପ୍ରଶ୍ନ ଉଠୁଛି, କିଭଳି ସଚଳ ହୋଇପାରିବ ଅଚଳ ଓ ଅଣଦାବିଦାର ଆକାଉଣ୍ଟ? ଏଥିପାଇଁ କ’ଣ ରହିଛି ପ୍ରକ୍ରିୟା? ଆରବିଆଇ ଗାଇଡଲାଇନ୍‌ ଅନୁସାରେ ଆକାଉଣ୍ଟଧାରୀ କେୱାଇସି ଜରିଆରେ ନିଜ ଅଚଳ ଆକାଉଣ୍ଟକୁ ସଚଳ କରିପାରିବେ। ନିଜ ଆକାଉଣ୍ଟ ଥିବା ଶାଖା ବ୍ୟତୀତ ଦେଶର ଯେକୌଣସି ବ୍ୟାଙ୍କ ଶାଖାରେ ଏହା କରାଯାଇପାରିବ। ଆକାଉଣ୍ଟ ସଚଳ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବନି। ଅଚଳ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ ବ୍ୟାଙ୍କ କୌଣସି ଜରିମାନା ଲଗାଇ ପାରିବନି। ଖାଲି ସେତିକି ନୁହେଁ, ସଞ୍ଚୟ ବ୍ୟାଙ୍କ ଖାତା ସଚଳ ହେଉ ବା ଅଚଳ ସେଥିରେ ଜମା ରାଶି ଉପରେ ନିୟମିତ ସୁଧ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛି ଆରବିଆଇ।

Advertisment

ଅର୍ଥନୀତି ବିଶାରଦଙ୍କ ମତରେ, ନୋମିନି ନଥିବା ସହ ନିଜ ସମ୍ପର୍କୀୟଙ୍କୁ ଜମାରାଶି ସମ୍ପର୍କରେ ନଜଣାଇବା କାରଣରୁ ଦେଶରେ ଅଣଦାବିଦାର ବ୍ୟାଙ୍କ ଜମା ବଢ଼ି ଚାଲିଛି। ତେଣୁ ବ୍ୟାଙ୍କ ଖାତା ହେଉ ଅନ୍ୟ କୌଣସି ନିବେଶ, ସବୁବେଳେ ନିଜ ଆକାଉଣ୍ଟରେ ନୋମିନି ରଖନ୍ତୁ। ଏମିତିକି ଜମା ରଖିଥିବା ନିଜ କଷ୍ଟୋଉପାର୍ଜିତ ଅର୍ଥ ସମ୍ପର୍କରେ ଅତିକମ୍‌ରେ ନିଜ ଜୀବନସାଥୀଙ୍କୁ ଜଣାନ୍ତୁ।

କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି, ଦେଶର ଇନ୍ଅପରେଟିଭ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିରହିଛି ପ୍ରାୟ ୧ଲକ୍ଷ ୩୦ ହଜାର କୋଟି ଟଙ୍କା । ଏମିତିକି ୨୦୨୩ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପାଖରେ ୪୨ ହଜାର ୨୭୦ କୋଟି ଟଙ୍କା ଅଣଦାବିଦାର ହୋଇରହିଛି । ହୁଏତ, ଆରବିଆଇର ଏ ସଂଶୋଧିତ ନିର୍ଦ୍ଦେଶନାମା ଏଭଳି ଆକାଉଣ୍ଟ ସଂଖ୍ୟା କମାଇବାରେ ସହାୟକ ହେବ।

State Bank RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe