Advertisment

ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (MPC)ର ନିଷ୍ପତ୍ତି କ୍ରମେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

RBI Governor Shaktikanta Das

RBI Governor Shaktikanta Das

Advertisment

ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ କରିନି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI)। ଅଷ୍ଟମ ଥର ପାଇଁ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

Advertisment

RBI ଆଜି ଏହାର ମୁଦ୍ରା ନୀତି(RBI କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (MPC)ର ଛଅ ଜଣିଆ ସଦସ୍ୟକୁ ନେଇ ବୈଠକ ବସିଥିଲା। ଏଥିରେ MPC ସଦସ୍ୟମାନଙ୍କ ମଧ୍ୟରୁ ଚାରି ଜଣ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବା ଉପରେ ଭୋଟ୍ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। 

Advertisment

RBIର ଏହି ଘୋଷଣା ପରେ ଭାରତୀୟ ଶେୟାର ମାର୍କେଟ ସ୍ଥିର ରହିଛି। ୭୫,୬୧୮ ପଏଣ୍ଟ ସହ ବମ୍ବେ ଷ୍ଟକ୍ ଏଜେନ୍ସି(BSE) ସେନ୍ସେକ୍ସ ୦.୭୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(NSE) ନିଫ୍ଟି  ୦.୭୪ ପ୍ରତିଶତ ବୃଦ୍ଧି ହୋଇ ୨୨,୯୯୧ ପଏଣ୍ଟରେ ପହଞ୍ଚିଛି। 

ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା ଫଳରେ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ପୂର୍ବ ପରି ସମାନ ରହିଛି। 

RBI Repo Rate Unchanged
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe