Advertisment

୩୬ ବ୍ୟାଙ୍କ ଉପରେ ୭୧ କୋଟି ଜୋରିମାନା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ , ଘରୋଇ ଏବଂ ବିଦେଶୀ ବ୍ୟାଙ୍କ ମିଶି ମୋଟ ୩୬ଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୭୧ ହଜାର କୋଟି ଟଙ୍କା ଜୋରିମାନା ଲାଗୁ କରିଛି। ବିଭିନ୍ନ ନିୟମକୁ ପାଳନ ନ କରିବା କାରଣରୁ ଏହି ଜୋରିମାନା ଲାଗୁ ହୋଇଛି। ଏହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ଆଇସିଆଇସିଆଇ, ଏସ୍‌ବିଆଇ, ୟେସ୍‌, ଏଚ୍‌ଏସ୍‌ବିସି, ବ୍ୟାଙ୍କ ଅଫ୍‌ ବରୋଦା, ସିଟି ୟୁନିୟନ ବ୍ୟାଙ୍କ ସମେତ ମୋଟ ୩୬ଟି ବ୍ୟାଙ୍କର ନାମ ରହିଛି ବୋଲି ଆର୍‌ବିଆଇ […]

ଅଦ୍ୟତନ ହୋଇଛି
୩୬ ବ୍ୟାଙ୍କ ଉପରେ ୭୧ କୋଟି ଜୋରିମାନା

rbi-edit

Advertisment

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରାୟତ୍ତ , ଘରୋଇ ଏବଂ ବିଦେଶୀ ବ୍ୟାଙ୍କ ମିଶି ମୋଟ ୩୬ଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୭୧ ହଜାର କୋଟି ଟଙ୍କା ଜୋରିମାନା ଲାଗୁ କରିଛି। ବିଭିନ୍ନ ନିୟମକୁ ପାଳନ ନ କରିବା କାରଣରୁ ଏହି ଜୋରିମାନା ଲାଗୁ ହୋଇଛି। ଏହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ଆଇସିଆଇସିଆଇ, ଏସ୍‌ବିଆଇ, ୟେସ୍‌, ଏଚ୍‌ଏସ୍‌ବିସି, ବ୍ୟାଙ୍କ ଅଫ୍‌ ବରୋଦା, ସିଟି ୟୁନିୟନ ବ୍ୟାଙ୍କ ସମେତ ମୋଟ ୩୬ଟି ବ୍ୟାଙ୍କର ନାମ ରହିଛି ବୋଲି ଆର୍‌ବିଆଇ ପ୍ରକାଶ କରିଛି।

Advertisment

ସୂଚନା ଅନୁସାରେ ୨୦୧୯ ଜାନୁୟାରୀ ୩୧ରୁ ଫେବ୍ରୁୟାରୀ ୨୫ ମଧ୍ୟରେ ହୋଇଥିବା ନିୟମ ଉଲ୍ଲଙ୍ଘନ କାରଣରୁ ଏହି ଜୋରିମାନା ଲାଗୁ ହୋଇଛି। ବିଭିନ୍ନ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ଜୋରିମାନାର ପରିମାଣ ୧ କୋଟିରୁ ୪ କୋଟି ପର୍ଯ୍ୟନ୍ତ ରହିଛି।

ବିଓବି, ସିଏସ୍ ବ୍ୟାଙ୍କ, ସିଟିବ୍ୟାଙ୍କ ଏନ୍.ଏ., ଇଣ୍ଡିଆନ୍ ବ୍ୟାଙ୍କ ଏବଂ କର୍ଣ୍ଣାଟକ ବ୍ୟାଙ୍କ ଉପରେ ୪ କୋଟି ଲେଖାଏଁ ଜୋରିମାନା ଲାଗୁ ହୋଇଥିବା ବେଳେ ସିଟି ୟୁନିୟନ ବ୍ୟାଙ୍କ, ଆଇଓବି, ୟୁକୋ, ୟୁବିଆଇ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୩ କୋଟି ଲେଖାଏଁ ଜୋରିମାନା ଲାଗୁ ହୋଇଛି।

Advertisment

ସେହିପରି ଆଲ୍ଲାହାବାଦ ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଜେ ଆଣ୍ଡ୍‌ କେ ବ୍ୟାଙ୍କ, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍‌ କମର୍ସ, ସିଣ୍ଡିକେଟ୍ ବ୍ୟାଙ୍କ ଉପରେ ୨ କୋଟି ଟଙ୍କା ଜୋରିମାନା ଲାଗୁ ହୋଇଛି। ଏହା ବାଦ୍‌ ଅନ୍ୟ କେତେକ ବ୍ୟାଙ୍କ ଉପରେ ଏକ କୋଟି ଟଙ୍କା ଲେଖାଏ ଜୋରିମାନା ଲାଗୁ ହୋଇଛି ବୋଲି ଆର୍‌ବିଆଇ ସୂତ୍ରରୁ ପ୍ରକାଶ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe