Advertisment

ଏପ୍ରିଲ ୧ରେ ଆରବିଆଇରେ ୨ ହଜାର ଟଙ୍କିଆ ନୋଟ୍ ଜମା ଅବା ବଦଳ କରିହେବ ନାହିଁ

୨୦୨୪ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆରବିଆଇକୁ ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ୍ ଫେରି ସାରିଛି।

author-image
Jitendra Garnayak
Note

Note

ଏପ୍ରିଲ ୧ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବ ନାହିଁ କି ବଦଳ କରି ହେବ ନାହିଁ। କାରଣ ସେହି ଦିନ ଆରବିଆଇ ଏହି ବର୍ଷ ପାଇଁ ତା’ର ଏକାଉଣ୍ଟ ବନ୍ଦ କରିବ। ତେବେ ଏପ୍ରିଲ ୨ ତାରିଖରୁ ଆରବିଆଇରେ ପୁଣି ଥରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବା ବା ବଦଳାଇ ହେବ। ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।

Advertisment

ଆରବିଆଇ ପକ୍ଷରୁ କୁହାଯାଇଛି ଯେ ସୋମବାର (ଏପ୍ରିଲ ୧ ତାରିଖ) ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଯାକ ଅଫିସରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବା ନାହିଁ କି ବଦଳା ଯାଇ ପାରିବ ନାହିଁ। ବାର୍ଷିକ ଆକାଉଣ୍ଟ ବନ୍ଦ ସହିତ ଜଡ଼ିତ କାମ ସଂପନ୍ନ କରିବାକୁ ଥିବାରୁ ଏହି ଦିନ ଦୁଇ ହଜାର ଟଙ୍କିଆ ନୋଟ୍ ଜମା କରି ହେବା ନାହିଁ କି ବଦଳା ଯାଇ ପାରିବ ନାହିଁ।

ଅହମଦାବାଦ, ବେଙ୍ଗାଲୁରୁ, ମୁମ୍ବାଇ ସହିତ ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା ଆରବିଆଇର ୧୯ଟି ଅଫିସରେ ଲୋକେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି। ୨୦୨୪ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆରବିଆଇକୁ ୯୭.୬୨% ଦୁଇ ହଜାର ଟଙ୍କିଆ ନୋଟ୍ ଫେରି ସାରିଛି। ୨୦୨୩ ମେ’ ୧୯ ତାରିଖରେ ଆରବିଆଇ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲା।

Advertisment
RBI