Advertisment

ଆସନ୍ତାକାଲି ଲଞ୍ଚ୍‌ ହେବ realme 5i

ଆସନ୍ତାକାଲି ଶାଓମିର ସବ୍‌ବ୍ରାଣ୍ଡ ରିୟଲ୍‌ମି ଲଞ୍ଚ୍‌ କରିବ realme 5i। ପୂର୍ବରୁ ଏହାକୁ କମ୍ପାନୀ ୬ ତାରିଖରେ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ପରେ ଲଞ୍ଚିଂ ଡେଟ୍‌କୁ ୯ ତାରିଖକୁ ଘୁଞ୍ଚାଇ ଦେଇଥିଲା। କମ୍ପାନୀ ଫ୍ଲିପ୍‌କାର୍ଟ ଜରିଆରେ ଏହି ସ୍ମାର୍ଟଫୋନ୍‌ ବିଷୟରେ ସୂଚନା ଦେଇଛି। ଯେଉଁଥିରେ ଫୋନ୍‌ର କ୍ୟାମେରା, ପ୍ରୋସେସର୍‌ ଓ ବ୍ୟାଟେରୀ ବିଷରେ ସୂଚନା ଦିଆଯାଇଛି। କମ୍ପାନୀ ପ୍ରଥମେ ଏହାକୁ ଭିଏତ୍‌ନାମ୍‌ରେ ଲଞ୍ଚ୍ କରିବ। ତେବେ ଭାରତରେ ଏହାର ଲଞ୍ଚ୍‌ କେବେ ହେବ ସେ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଆସନ୍ତାକାଲି ଲଞ୍ଚ୍‌ ହେବ realme 5i

5i

ଆସନ୍ତାକାଲି ଶାଓମିର ସବ୍‌ବ୍ରାଣ୍ଡ ରିୟଲ୍‌ମି ଲଞ୍ଚ୍‌ କରିବ realme 5i। ପୂର୍ବରୁ ଏହାକୁ କମ୍ପାନୀ ୬ ତାରିଖରେ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ପରେ ଲଞ୍ଚିଂ ଡେଟ୍‌କୁ ୯ ତାରିଖକୁ ଘୁଞ୍ଚାଇ ଦେଇଥିଲା। କମ୍ପାନୀ ଫ୍ଲିପ୍‌କାର୍ଟ ଜରିଆରେ ଏହି ସ୍ମାର୍ଟଫୋନ୍‌ ବିଷୟରେ ସୂଚନା ଦେଇଛି। ଯେଉଁଥିରେ ଫୋନ୍‌ର କ୍ୟାମେରା, ପ୍ରୋସେସର୍‌ ଓ ବ୍ୟାଟେରୀ ବିଷରେ ସୂଚନା ଦିଆଯାଇଛି।

Advertisment

କମ୍ପାନୀ ପ୍ରଥମେ ଏହାକୁ ଭିଏତ୍‌ନାମ୍‌ରେ ଲଞ୍ଚ୍ କରିବ। ତେବେ ଭାରତରେ ଏହାର ଲଞ୍ଚ୍‌ କେବେ ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ।  Realme 5i ହେଉଛି Realme 5ର ଡାଉନ୍‌ଗ୍ରେଡ୍‌ ଭର୍ସନ୍‌। କମ୍ପାନୀ Realme 5କୁ ବହୁତ କମ୍‌ ଦାମ୍‌ରେ ମାତ୍ର  ୮ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ତେଣୁ Realme 5iର ବି ମୂଲ୍ୟ ଅଧିକ ନ ହୋଇ ୧୫ ହଜାର ଭିତରେ ରହିବ ବୋଲି ଆଶା କରାଯାଉଛି। କମ୍ପାନୀ ଏହି ଫୋନ୍‌ ପାଇଁ ‘The Stylish Powerhouse’ ଟ୍ୟାଗ୍‌ଲାଇନ୍‌ ବ୍ୟହାର କରିଛି। ଯେଉଁଥିରୁ ଜଣାପଡ଼ୁଛି ଯେ ଏହା ଦମ୍‌ଦାର୍‌ ବ୍ୟାଟେରୀ ଓ ଷ୍ଟାଇଲିଶ୍‌ ଲୁକ୍‌ ସହ ଲଞ୍ଚ୍ ହେବ।

Realme 5iର ଫିଚର୍:

  • ଡିସ୍‌ପ୍ଲେ ସାଇଜ୍‌: ୬.୫୨ଇଞ୍ଚ୍
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି 720×1600 ପିକ୍ସେଲ୍‌ ସହିତ ୱାଟର୍ ଡ୍ରପ୍‌ ନଚ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6.0.1
  • ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୬୬୫
  • ରାମ୍: 4 GB
  • ଷ୍ଟୋରେଜ୍: 64 GB
  • ରିୟର କ୍ୟାମେରା: 12 MP + 8MP + 2MP + 2MP
  • ଫ୍ରଣ୍ଟ୍‌ କ୍ୟାମେରା: 8 MP
  • ବ୍ୟାଟେରୀ: 5000mAh ସହ 30 ୱାଟ୍  VOOC 4.0 ଫ୍ଲାସ୍‌ ଚାର୍ଜିଂ ସପୋର୍ଟ
Advertisment