Advertisment

ଜୁନ୍ ୨୫ରେ ଲଞ୍ଚ୍ ହେବ Realme Buds Q

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୫ରେ ଭାରତରେ Realme Buds Q ଟ୍ରୁଲିର ୱାୟରଲେସ୍ ଇୟରବଡ୍ସ ଲଞ୍ଚ୍ ହେବ। କମ୍ପାନୀ ଏଥିପାଇଁ ଏକ ଟିଜର ରିଲିଜ୍ କରିଛି ଏବଂ ଏହା ଫ୍ଲିପକାର୍ଟ ଏବଂ ରିଅଲମି ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛି। ଗତ ମାସରେ ଚାଇନାରେ ଟ୍ରୁଲି ୱାୟରଲେସ୍ ଇୟରବଡ୍ସ ଲଞ୍ଚ୍ କରାଯାଇଥିଲା। ବର୍ତ୍ତମାନ ଏହା ଭାରତରେ ଲଞ୍ଚ୍ ହେବ। ଏହି ଇୟରବଡ଼୍‌କୁ ଲୋକପ୍ରିୟ ଡିଜାଇନର୍ ଜୋସେ ଲେଭିଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଭାରତରେ ଏହାକୁ  ବ୍ଲାକ୍,ହ୍ୱାଇଟ୍ […]

author-image
Chinmayee Roy
ଅଦ୍ୟତନ ହୋଇଛି
ଜୁନ୍ ୨୫ରେ ଲଞ୍ଚ୍ ହେବ Realme Buds Q

earbuds

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୨୫ରେ ଭାରତରେ Realme Buds Q ଟ୍ରୁଲିର ୱାୟରଲେସ୍ ଇୟରବଡ୍ସ ଲଞ୍ଚ୍ ହେବ। କମ୍ପାନୀ ଏଥିପାଇଁ ଏକ ଟିଜର ରିଲିଜ୍ କରିଛି ଏବଂ ଏହା ଫ୍ଲିପକାର୍ଟ ଏବଂ ରିଅଲମି ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛି। ଗତ ମାସରେ ଚାଇନାରେ ଟ୍ରୁଲି ୱାୟରଲେସ୍ ଇୟରବଡ୍ସ ଲଞ୍ଚ୍ କରାଯାଇଥିଲା। ବର୍ତ୍ତମାନ ଏହା ଭାରତରେ ଲଞ୍ଚ୍ ହେବ।

Advertisment

publive-imageଏହି ଇୟରବଡ଼୍‌କୁ ଲୋକପ୍ରିୟ ଡିଜାଇନର୍ ଜୋସେ ଲେଭିଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଭାରତରେ ଏହାକୁ  ବ୍ଲାକ୍,ହ୍ୱାଇଟ୍ ଓ ୟେଲୋ ତିନୋଟି କଲର ଅପଶନ୍‌ରେ ଲଞ୍ଚ କରାଯିବ। ଭାରତରେ Realme Buds Qର ଲଞ୍ଚ୍‌ ନେଇ ରିଅଲ୍‌ମି ଲିଙ୍କର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡେଲରେ ଏକ ଟୁଇଟ୍ ପୋଷ୍ଟ କରାଯାଇଛି। ଏହି ଇୟରବଡ୍ସ  ଆସନ୍ତା ଗୁରୁବାର ଦିନ 12.30ରେ ଲଞ୍ଚ୍ ହେବ। ଏହା କେବଳ ଫ୍ଲିପକାର୍ଟ ଓ ରିଅଲମି ଅଫିସିଆଲ୍ ୱେବସାଇଟ୍‌ରେ ଉପଲବ୍ଧ ହେବ। ଏହାର ମୂଲ୍ୟ ଏବଂ ଅଫର ବିଷୟରେ ସୂଚନା ଲଞ୍ଚ ଦିନ ହିଁ ଦିଆଯିବ।

publive-imageରିଅଲମି ନିଜ ୱେବସାଇଟ୍‌ରେ Realme Buds Q ପାଇଁ ଏକ ଡେଡିକେଟେଡ୍ ପେଜ୍ ପ୍ରକାଶ କରିଛି ଯେଉଁଠି ଏହି ଇୟରବଡ୍ସ ବିଷୟରେ ସୂଚନା ଦିଆୟାଇଛି। ଏହି ଇୟରବଡ୍ସ ବଟିକା ଆକୃତିର ଏକ ଚାର୍ଜିଂ କେସ୍ ସହିତ ଆସିବ। ଏହି ମୂଲ୍ୟରେ ବିକ୍ରି ହେଉଥିବା ଅନ୍ୟ ମଡେଲ ତୁଳନାରେ ଏହି ଡିଭାଇସ୍ ୬୬ ପ୍ରତିଶତ ଅଧିକ ବ୍ୟାଟେରୀ ମିଳିବ ବୋଲି କମ୍ପାନୀ ଦାବି କରିଛି।

Advertisment