Advertisment

ବଜାରକୁ ଆସିଲା ରିଅଲ୍‌ମି-ଏକ୍ସ

ନୂଆଦିଲ୍ଲୀ: ରିଅଲ୍‌ମି’ କମ୍ପାନୀ ସୋମବାର ତା’ର ନୂଆ ଫୋନ୍‌ ରିଅଲ୍‌ମି’ ଏକ୍ସ ବଜାରକୁ ଆଣିଛି। ଏହି ଫୋନ୍‌ର ଲୁକ୍‌ ବେଶ୍‌ ପ୍ରିମିୟମ୍‌ ରହିଥିବା ବେଳେ ଏହାର ଡିଜାଇନ୍‌ ଓ ଜବରଦସ୍ତ ଫିଚର୍‌ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ପ୍ରଥମ ଥର ପାଇଁ ରିଅଲ୍‌ମି’ ତା’ର କୌଣସି ମଡେଲ୍‌ର ସ୍କ୍ରିନ୍‌କୁ ନଚ୍‌-ଫ୍ରି ଏଜ୍‌-ଟୁ-ଏଜ୍‌ କରିଛି ଓ ଏଥିରେ ଇନ୍‌-ସ୍କ୍ରିନ୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ସୁବିଧା ଉପଲବ୍ଧ ରହିଛି। ଏହାର ଦାମ୍‌ ୧୬,୯୯୯ […]

ବଜାରକୁ ଆସିଲା ରିଅଲ୍‌ମି-ଏକ୍ସ

Realme-X-back

Advertisment

ନୂଆଦିଲ୍ଲୀ: ରିଅଲ୍‌ମି’ କମ୍ପାନୀ ସୋମବାର ତା’ର ନୂଆ ଫୋନ୍‌ ରିଅଲ୍‌ମି’ ଏକ୍ସ ବଜାରକୁ ଆଣିଛି। ଏହି ଫୋନ୍‌ର ଲୁକ୍‌ ବେଶ୍‌ ପ୍ରିମିୟମ୍‌ ରହିଥିବା ବେଳେ ଏହାର ଡିଜାଇନ୍‌ ଓ ଜବରଦସ୍ତ ଫିଚର୍‌ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ପ୍ରଥମ ଥର ପାଇଁ ରିଅଲ୍‌ମି’ ତା’ର କୌଣସି ମଡେଲ୍‌ର ସ୍କ୍ରିନ୍‌କୁ ନଚ୍‌-ଫ୍ରି ଏଜ୍‌-ଟୁ-ଏଜ୍‌ କରିଛି ଓ ଏଥିରେ ଇନ୍‌-ସ୍କ୍ରିନ୍‌ ଫିଙ୍ଗର୍‌ପ୍ରିଣ୍ଟ୍‌ ସେନ୍‌ସର୍‌ ସୁବିଧା ଉପଲବ୍ଧ ରହିଛି। ଏହାର ଦାମ୍‌ ୧୬,୯୯୯ ଟଙ୍କା ରଖାଯାଇଛି। ଫୋନ୍‌ ପୋଲାର୍‌ ହ୍ୱାଇଟ୍‌ ଓ ସ୍ପେସ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି।
publive-image୧୬ ହଜାର ୯୯୯ ଟଙ୍କା ଦାମ୍‌ ବିଶିଷ୍ଟ ମଡେଲ୍‌ରେ ୪ ଜିବି ରାମ୍‌ ରହିଛି। ସେହିପରି ୮ ଜିବି ରାମ୍‌ ବିଶିଷ୍ଟ ମଡେଲ୍‌ର ଦାମ୍‌ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହି ମଡେଲ୍‌ର ପ୍ରଥମ ବିକ୍ରି ଆସନ୍ତା ଜୁଲାଇ ୨୪ ତାରିଖରେ ଅନ୍‌ଲାଇନ୍‌ରେ ଫ୍ଲିପ୍‌କାର୍ଟ ଡଟ୍‌କମ୍‌ରେ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

ଏହାଛଡ଼ା ରିଅଲ୍‌ମି’ ଏକ୍ସ ରିଅଲ୍‌ ମିଡଟ୍‌କମ୍‌ରେ ଓ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ମଧ୍ୟ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ସ୍ପେଶାଲ୍‌ ଓନିଅନ୍‌ ଓ ଗାର୍ଲିକ୍‌ ରଙ୍ଗ ବିଶିଷ୍ଟ ମଡେଲ୍‌ର ଦାମ୍‌ ୧୯ ହଜାର ୯୯୯ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏହାର ସ୍କ୍ରିନ୍‌ ୬.୫୩ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡିପ୍ଲସ୍‌ ଡିସ୍‌ପ୍ଲେ ଯୁକ୍ତ ରହିଛି। ଏଥିରେ କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ୭୧୦ ପ୍ରୋସେସର୍ ରହିଛି। ଏଥିରେ ୧୨୮ ଜିବି ଇନ୍‌-ବିଲ୍ଟ ମେମୋରି ରହିଥିବା ବେଳେ ଏହା କଲର୍‌ ୬.୦ ଆଣ୍ଡ୍ରଏଡ୍‌ ପାଏ ସଫ୍ଟୱେୟର୍‌ ମାଧ୍ୟମରେ ପରିଚାଳିତ ହେବ।

publive-imageଏହାଛଡ଼ା ଏଥିରେ ଡୁଆଲ୍‌ ରିଅର୍‌ କ୍ୟାମେରା ରହିଛି, ଯାହାକି ୪୮ ମେଗାପିକ୍ସେଲ ସହ ୫ ମେଗାପିକ୍ସେଲ୍‌ ସେନ୍‌ସର୍‌ଯୁକ୍ତ। କ୍ୟାମେରାରେ କ୍ରୋମା ବୁଷ୍ଟ୍‌, ନାଇଟ୍‌ସ୍କେପ୍‌ ଓ ଏଚ୍‌ଡିଆର୍‌ ମୋଡ୍‌ ଆଦି ବ୍ୟବସ୍ଥା ରହିଛି। ସେଲ୍‌ଫି ପାଇଁ ରିଅଲ୍‌ମି’ ଏକ୍ସରେ ପପ୍‌-ଅପ୍‌ କ୍ୟାମେରା ରହିଛି, ଯାହା ୧୬ ମେଗାପିକ୍ସେଲ ସେନ୍‌ସର୍‌ଯୁକ୍ତ।

Advertisment

ସେଲ୍‌ଫି କ୍ୟାମେରାରେ ଏଆଇ ବିଉଟି ମୋଡ୍‌ ସହ ନ୍ୟୁ ପୋଟ୍ରେଟ୍‌ ଷ୍ଟାଇଲ୍‌ ଉପଲବ୍ଧ ରହିଛି। ସେହିପରି ଉତ୍ତମ ସାଉଣ୍ଡ୍‌ ବ୍ୟବସ୍ଥା ପାଇଁ ଏଥିରେ ଡଲ୍‌ବି ଆଟମୋସ୍‌ ରହିଛି। ଫୋନ୍‌ରେ ୩,୭୬୫ ଏମ୍‌ଏଏଚ୍‌ ବ୍ୟାଟେରୀ ସହ ଭିଓଓସି ଫାଷ୍ଟ୍‌ ଚାର୍ଜିଙ୍ଗ୍‌ ସୁବିଧା ମଧ୍ୟ ଉପଲବ୍ଧ ରହିଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe