realme
ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହୋଇଯାଇଛି ଶାଓମିର Realme X2। ଏହି ସ୍ମାର୍ଟଫୋନ୍ଟିକୁ କମ୍ପାନୀ ଗତ ସେପ୍ଟେମ୍ବରରେ Realme XT 730G ନାଁରେ ଚୀନ୍ ଲଞ୍ଚ୍ କରିଥିଲା। ହେଲେ ଏବେ କମ୍ପାନୀ ଏହାର ନାଁ ପରିବର୍ତ୍ତନ କରି Realme X2 ନାଁରେ ଭାରତରେ ଲଞ୍ଚ୍ କରିଛି। ଏହି ଫୋନ୍ର ବିଶେଷତ୍ତ୍ୱ ହେଉଛି ଏହାର ୬୪ ମେଗାପିକ୍ସେଲ୍ର କ୍ୟାମେରା।
ସୂଚନା ଅନୁଯାୟୀ, ଏହି ଫୋନ୍ଟିର 4GB+64GB ଭ୍ୟାରିୟାଣ୍ଟର ମୂଲ୍ୟ ୧୬ ହଜାର ୯୯୯ ଟଙ୍କା, 6GB+128GBର ମୂଲ୍ୟ ୧୮ ହଜାର ୯୯୯ ଟଙ୍କା, 8GB+128GBର ମୂଲ୍ୟ ୧୯ ହଜାର ୯୯୯ ଟଙ୍କା ରଖାଯାଇଛି। ଏହାର ବିକ୍ରି ଡିସେମ୍ବର ୨୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ।
Realme X2ର ସ୍ପେଶିପିକେସନ୍:
- ଡିସ୍ପ୍ଲେ ସାଇଜ୍: ୬.୪ଇଞ୍ଚ୍
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ସୁପର ଆମୋଲେଡ୍ 1080×2340 ପିକ୍ସେଲ୍ନ୍ ସହିତ ୱାଟର୍ ଡ୍ରପ ନଚ୍ ଓ କର୍ଣ୍ଣିଂ ଗରିଲା ଗ୍ଲାସ୍ ୫ ରହିଛି।
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍ଡ ColorOS 6
- ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ 730G
- ରାମ୍: 4 GB, 6 GB, 8 GB
- ଷ୍ଟୋରେଜ୍: 64 GB, 128GB
- ରିୟର କ୍ୟାମେରା: 64 MP + 8MP + 2MP + 2MP
- ଫ୍ରଣ୍ଟ୍ କ୍ୟାମେରା: 32 MP
- ବ୍ୟାଟେରୀ: 4,000mAh ସହ 30 ୱାଟ୍ VOOC 4.0 ଫ୍ଲାସ୍ ଚାର୍ଜିଂ ସପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/realme.jpg)