ନୂଆଦିଲ୍ଲୀ: Realme ଭାରତରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ୨୪ ତାରିଖରେ କମ୍ପାନୀ ଭାରତରେ Realme X50 Pro 5G ଲଞ୍ଚ୍ କରିବ। କମ୍ପାନୀ ଏହାକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ୍ (MWC2020)ରେ ଲଞ୍ଚ୍ କରିବାକୁ ଚାହୁଁଥିଲା। ହେଲେ କରୋନା ଭାଇରସ୍ ବ୍ୟାପିବାରୁ ଏଥର MWCକୁ ବାତିଲ କରି ଦିଆଯାଇଛି।
କମ୍ପାନୀର କହିବା ମୁତାବକ Realme X50 Pro 5G ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ଅନ୍ୟପଟେ ଚାଇନିଜ୍ ସ୍ମାର୍ଟଫୋନ୍ ମେକର୍ iQoo ମଧ୍ୟ କହୁଛି ଯେ ଭାରତରେ ଖୁବ୍ଶୀଘ୍ର iQoo 3 ଲଞ୍ଚ୍ ହେବ ଯାହାକି ଭାରତର ପ୍ରଥମ 5G ସ୍ମାର୍ଟଫୋନ୍ ହେବ। ତେବେ ଏହି ଦୁଇଟି ଯାକ କମ୍ପାନୀର ପ୍ୟାରେଣ୍ଟ କମ୍ପାନୀ ହେଉଛି BBK Electronics, ଯାହାକି ଚୀନ୍ର ଏକ କମ୍ପାନୀ। ତେବେ ସୂଚନା ଅନୁଯାୟୀ iQoo 3 ଫେବ୍ରୁଆରୀ ୨୫ରେ ଲଞ୍ଚ୍ ହେବ। ଅନ୍ୟପକ୍ଷରେ Realme X50 Pro 5Gକୁ ୨୪ତାରିଖ ଦିନ ନୂଆଦିଲ୍ଲୀରେ ଲଞ୍ଚ୍ କରାଯିବ।
ଫଟୋଗ୍ରାଫି ପାଇଁ ଏହି ଫୋନ୍ର ରିୟର୍ରେ 64+12+8+2 MPର ଟ୍ରିପଲ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ସେହିପରି ସେଲ୍ଫି ପାଇଁ ଏହାର ଫ୍ରଣ୍ଟରେ 32+8 MPର ଡୁଆଲ୍ କ୍ୟାମେରା ସେଟ୍ଅପ୍ ଦିଆଯାଇଛି।