/odisha-reporter/media/post_attachments/uploads/2019/10/mi-p.jpg)
mi-p
ନୂଆଦିଲ୍ଲୀ: ଭାରତରେ ରେଡ୍ମି ୮ ଲଞ୍ଚ୍ ହୋଇଯାଇଛି। ଏହି ସ୍ମାର୍ଟଫୋନ୍ ରେଡ୍ମି ୭ର ଅପଗ୍ରେଡ୍ ଭର୍ସନ୍। ଏହାର ଦାମ୍ ୭,୯୯୯ଟଙ୍କାରୁ ଆରମ୍ଭ ହେଉଛି। ୩ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ ବିଶିଷ୍ଟ ଫୋନ୍ର ଦାମ୍ ୭,୯୯୯ ଟଙ୍କା ରହିଛି। ତେବେ ୪ ଜିବି ଓ ୬୪ ଜିବି ଷ୍ଟୋରେଜ୍ ବିଶିଷ୍ଟ ରେଡ୍ମି ୮ ର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ଲଞ୍ଚ୍ ଅଫର୍ରେ ପ୍ରଥମ ୫୦ ଲକ୍ଷ ଗ୍ରାହକଙ୍କୁ ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ର ଫୋନ୍କୁ ୭,୯୯୯ ଟଙ୍କାରେ ଦିଆଯିବ। ଶାଓମି ଇଣ୍ଡିଆର ମୁଖ୍ୟ ମନୁ କୁମାର ଜୈନ୍ କହିଛନ୍ତି, ଯେଉଁମାନେ ୩ ଜିବି ରାମ୍ର ରେଡ୍ମି ୮ ଅର୍ଡର କରିଥିବେ ସେମାନଙ୍କୁ ୪ ଜିବି ରାମ୍ର ଭ୍ୟାରିୟାଣ୍ଟ ଦିଆଯିବ।
ରେଡ୍ମି ୮ରେ ରହିଛି ଏହି ସବୁ ଫିଚର-
- ୬.୨୨ଇଞ୍ଚର ଏଚ୍ଡି ପ୍ଲସ୍ ଡଟ୍ ନୋଚ୍ ଡିସ୍ପ୍ଲେ।
- ଏଥିରେ ଡୁଆଲ ରିଅର କ୍ୟାମେରା ରହିଛି। ଏହାର ପ୍ରମୁଖ କ୍ୟାମେରାଟି ୧୨ ମେଗାପିକ୍ସେଲ୍ର। ଏଥିରେ ଏଫ୍/୧.୮ ଲେନ୍ସ ରହିଛି।
- ଏହାର ସମ୍ମୁଖରେ ୮ମେଗାପିକ୍ସେଲ୍ର କ୍ୟାମେରା ରହିଛି।
- ୫,୦୦୦ଏମ୍ଏଏଚ୍ର ବ୍ୟାଟେରୀ
- ଫୋନ୍ର ପଛପଟ ଭାଗରେ ଔରା ମିରର୍ ଡିଜାଇନ୍ ରହିଛି।
- ଏହି ଫୋନ୍ ବ୍ଲାକ୍, ରୁବି ରେଡ୍, ସେଫାୟର ବ୍ଲୁ ଓ ଏମରାଲ୍ଡ ଗ୍ରୀନ୍ ରଙ୍ଗରେ ଉପଲବ୍ଧ।
-ପାଣି ଛିଟାରୁ ବଞ୍ଚାଇବା ପାଇଁ ଏଥିରେ ପି୨ଆଇ କୋଟିଂ ଦିଆଯାଇଛି।
/odisha-reporter/media/post_attachments/wp-content/uploads/2019/10/mi-2.jpg)
ସୂଚନା ଅନୁଯାୟୀ, ଏହି ଫୋନ୍ର ବିକ୍ରି ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେବ। ଏମ୍ଆଇ ଡଟ୍ କମ୍, ଏମ୍ ଆଇ ଷ୍ଟୋର୍ ଏବଂ ଫ୍ଲିପ୍କାର୍ଟରେ ଏହାର ବିକ୍ରି ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
