Advertisment

୧୬ରେ ଲଞ୍ଚ୍‌ ହେବ 64MP କ୍ୟାମେରା ବାଲା ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଶାଓମି ଅକ୍ଟୋବର ୧୬ରେ ଭାରତରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ବାଲା ରେଡ୍‌ମି ନୋଟ୍ ୮ ପ୍ରୋ ଲଞ୍ଚ୍ କରିବ। ଶାଓମି ଇଣ୍ଡିଆ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ଏହି ସ୍ମାର୍ଟଫୋନ୍‌ଟିକୁ ଅଗଷ୍ଟ ମାସରେ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ଟି ଗେମ୍‌ ଲଭର୍‌ଙ୍କ ପାଇଁ ବେଶ୍ ଭଲ। ଏଥିରେ ମିଡିଆଟେକ୍‌ର ନୂଆ ଗେମିଂ ଫୋକସ୍ଡ୍ ମିଡିଆଟେକ୍ ହିଲିଓ G90T ପ୍ରୋସୋସର୍ ସହ ଲିକ୍ୱିଡ୍‌ କୁଲିଂ ସପୋର୍ଟ ଦିଆଯାଇଛି। ଫଳରେ ଗେମ୍‌ ଖେଳିଲାବେଳେ ଏହା […]

author-image
Chinmayee Roy
୧୬ରେ ଲଞ୍ଚ୍‌ ହେବ 64MP କ୍ୟାମେରା ବାଲା ସ୍ମାର୍ଟଫୋନ୍

smartphone

ନୂଆଦିଲ୍ଲୀ: ଶାଓମି ଅକ୍ଟୋବର ୧୬ରେ ଭାରତରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ବାଲା ରେଡ୍‌ମି ନୋଟ୍ ୮ ପ୍ରୋ ଲଞ୍ଚ୍ କରିବ। ଶାଓମି ଇଣ୍ଡିଆ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଛି। ଏହି ସ୍ମାର୍ଟଫୋନ୍‌ଟିକୁ ଅଗଷ୍ଟ ମାସରେ ଚୀନ୍‌ରେ ଲଞ୍ଚ୍‌ କରାଯାଇଥିଲା।

Advertisment

ଏହି ଫୋନ୍‌ଟି ଗେମ୍‌ ଲଭର୍‌ଙ୍କ ପାଇଁ ବେଶ୍ ଭଲ। ଏଥିରେ ମିଡିଆଟେକ୍‌ର ନୂଆ ଗେମିଂ ଫୋକସ୍ଡ୍ ମିଡିଆଟେକ୍ ହିଲିଓ G90T ପ୍ରୋସୋସର୍ ସହ ଲିକ୍ୱିଡ୍‌ କୁଲିଂ ସପୋର୍ଟ ଦିଆଯାଇଛି। ଫଳରେ ଗେମ୍‌ ଖେଳିଲାବେଳେ ଏହା ଗରମ ହେବ ନାହିଁ।  ଚୀନ୍‌ରେ ଏହି ଫୋନର୍‌ ପ୍ରଥମ ସେଲ୍‌ରେ ହିଁ ୩ ଲକ୍ଷ ୟୁନିଟ୍‌ ବିକ୍ରି ହୋଇଥିଲା।

ଚୀନ୍‌ରେ Redme Note 8 Pro ୩ଟି ଭ୍ୟାରିୟାଣ୍ଟ 6GB+64GB, 6GB+128GB ଓ 8GB+128GB ରେ  ଲଞ୍ଚ୍ ହୋଇଛି। ଆଉ ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୪ ହଜାର, ୧୬ ହଜାର ଓ ୧୮ ହଜାର ଟଙ୍କା ରହିଛି। ଭାରତରେ ମଧ୍ୟ ଏହି ସ୍ମାର୍ଟଫୋନ୍‌ଗୁଡ଼ିକର ଦାମ୍‌ ପାଖାପାଖି ସମାନ ମୂଲ୍ୟ ରହିବ ବୋଲି ଆଶା କରାଯାଉଛି।

Advertisment

publive-imageRedme Note 8 Proର ଫିଚର୍‌:

ଡିସ୍‌ପ୍ଲେ ସାଇଜ୍‌: ୬.୫୩ ଇଞ୍ଚ୍

ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ, 1080x2340 ପିକ୍ସେଲ୍

ଆଣ୍ଡ୍ରଏଡ୍‌ ଭର୍ଜନ: ଆଣ୍ଡ୍ରଏଡ୍‌ 9 ପାଇ

ପ୍ରୋସେସର୍: ମିଡିଆଟେକ୍ ହିଲିଓ G90T

ରାମ୍: 6 GB/ 8GB

ଷ୍ଟୋରେଜ୍: 64 GB/ 128 GB

ରିୟର କ୍ୟାମେରା: 64MP+8MP+2MP+2MP

ଫ୍ରଣ୍ଟକ୍ୟାମେରା: 20 ମେଗାପିକ୍ସେଲ୍

ବ୍ୟାଟେରୀ: 4500mAhର ବ୍ୟାଟେରୀ ସହ ୧୮ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ।