Advertisment

୧୨ରେ ଲଞ୍ଚ୍‌ ହେବ Redmi Note 9 ଓ Redmi Note 9 Pro

ମୁମ୍ବାଇ: Xiaomi ଭାରତରେ ତା’ର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି।  ଏ ନେଇ କମ୍ପାନୀ ଏକ ଟିଜର୍‌ ମଧ୍ୟ ଜାରି କରିଛି। ଟିଜର୍‌ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ୧୨ ତାରିଖରେ Redmi Note 9 ଓ Redmi Note 9 Pro ଲଞ୍ଚ୍‌ କରିବ। ଏହା ବ୍ୟତୀତ Redmi India ଟ୍ୱିଟ୍‌ କରି ଏହି ନୂଆ ଫୋନ୍‌ର ଲଞ୍ଚ୍‌ ବିଷୟରେ ସୂଚନା ଦେଇଛି। ଟ୍ୱିଟ୍‌ରେ ଶେଆର୍‌ ହୋଇଥିବା ଫଟୋରେ ଫୋନ୍‌ରେ ୪ଟି ରିୟର୍‌ କ୍ୟାମେରା […]

author-image
Chinmayee Roy
ଅଦ୍ୟତନ ହୋଇଛି
୧୨ରେ ଲଞ୍ଚ୍‌ ହେବ Redmi Note 9 ଓ Redmi Note 9 Pro

note-9

ମୁମ୍ବାଇ: Xiaomi ଭାରତରେ ତା’ର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି।  ଏ ନେଇ କମ୍ପାନୀ ଏକ ଟିଜର୍‌ ମଧ୍ୟ ଜାରି କରିଛି। ଟିଜର୍‌ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ୧୨ ତାରିଖରେ Redmi Note 9 ଓ Redmi Note 9 Pro ଲଞ୍ଚ୍‌ କରିବ। ଏହା ବ୍ୟତୀତ Redmi India ଟ୍ୱିଟ୍‌ କରି ଏହି ନୂଆ ଫୋନ୍‌ର ଲଞ୍ଚ୍‌ ବିଷୟରେ ସୂଚନା ଦେଇଛି। ଟ୍ୱିଟ୍‌ରେ ଶେଆର୍‌ ହୋଇଥିବା ଫଟୋରେ ଫୋନ୍‌ରେ ୪ଟି ରିୟର୍‌ କ୍ୟାମେରା ଥିବା ଦେଖିବାକୁ ମଳିଛି।

Advertisment

publive-imageକୁହାଯାଉଛି, ଏହି ଫୋନ୍‌ର ମୂଲ୍ୟ Redmi Note 8 ସିରିଜ୍ ପାଖାପାଖି ୨୦ ହଜାର ଟଙ୍କା ଭିତରେ ହିଁ ରଖାଯିବ। ଏହି ଫୋନ୍‌ରେ ୪ଟି ରିୟର କ୍ୟାମେରା ସେଟ୍‌ଅପ୍ ସହ ଜବରଦସ୍ତ ପ୍ରୋସେଶର୍‌ ଓ ଫାଷ୍ଟ ଚାର୍ଜିଂର ସପୋର୍ଟ ବି ଦିଆଯିବ।

ଏହା ପୂର୍ବରୁ କମ୍ପାନୀ Note 8 ସିରିଜ୍‌ର Redmi Note 8 Pro ଲଞ୍ଚ୍‌ କରିଥିଲା। ଏହା କମ୍ପାନୀର ପ୍ରଥମ ୬୪ ମେଗାପିକ୍ସେଲର କ୍ୟାମେରା ଥିବା ଫୋନ୍। ଏଥିରେ ମିଡିଆଟେକ୍‌ର ନୂଆ ଗେମିଂ ଫୋକସ୍ଡ୍ ମିଡିଆଟେକ୍ ହିଲିଓ G90T ପ୍ରୋସୋସର୍ ସହ ଲିକ୍ୱିଡ୍‌ କୁଲିଂ ସପୋର୍ଟ ଦିଆଯାଇଛି। ତେଣୁ Note 9 ସିରିଜ୍‌ରେ ମଧ୍ୟ ଏହିସବୁ ସୁବିଧା ରହିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ କମ୍ପାନୀ Redme Note 8 Pro ୩ଟି ଭ୍ୟାରିୟାଣ୍ଟ 6GB+64GB, 6GB+128GB ଓ 8GB+128GB ରେ  ଲଞ୍ଚ୍ କରିଥିଲା। ତେଣୁ  Note 9 Pro ରୁ ମଧ୍ୟ ଏହି ୩ଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରିପାରେ ବୋଲି କୁହାଯାଉଛି।

Advertisment