୧୨ରେ ଲଞ୍ଚ୍‌ ହେବ Redmi Note 9 ଓ Redmi Note 9 Pro

ମୁମ୍ବାଇ: Xiaomi ଭାରତରେ ତା’ର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି।  ଏ ନେଇ କମ୍ପାନୀ ଏକ ଟିଜର୍‌ ମଧ୍ୟ ଜାରି କରିଛି। ଟିଜର୍‌ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ୧୨ ତାରିଖରେ Redmi Note 9 ଓ Redmi Note 9 Pro ଲଞ୍ଚ୍‌ କରିବ। ଏହା ବ୍ୟତୀତ Redmi India ଟ୍ୱିଟ୍‌ କରି ଏହି ନୂଆ ଫୋନ୍‌ର ଲଞ୍ଚ୍‌ ବିଷୟରେ ସୂଚନା ଦେଇଛି। ଟ୍ୱିଟ୍‌ରେ ଶେଆର୍‌ ହୋଇଥିବା ଫଟୋରେ ଫୋନ୍‌ରେ ୪ଟି ରିୟର୍‌ କ୍ୟାମେରା […]

note-9

Chinmayee Roy
  • Published: Tuesday, 10 March 2020
  • , Updated: 10 March 2020, 01:06 PM IST

ମୁମ୍ବାଇ: Xiaomi ଭାରତରେ ତା’ର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି।  ଏ ନେଇ କମ୍ପାନୀ ଏକ ଟିଜର୍‌ ମଧ୍ୟ ଜାରି କରିଛି। ଟିଜର୍‌ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ୧୨ ତାରିଖରେ Redmi Note 9 ଓ Redmi Note 9 Pro ଲଞ୍ଚ୍‌ କରିବ। ଏହା ବ୍ୟତୀତ Redmi India ଟ୍ୱିଟ୍‌ କରି ଏହି ନୂଆ ଫୋନ୍‌ର ଲଞ୍ଚ୍‌ ବିଷୟରେ ସୂଚନା ଦେଇଛି। ଟ୍ୱିଟ୍‌ରେ ଶେଆର୍‌ ହୋଇଥିବା ଫଟୋରେ ଫୋନ୍‌ରେ ୪ଟି ରିୟର୍‌ କ୍ୟାମେରା ଥିବା ଦେଖିବାକୁ ମଳିଛି।

କୁହାଯାଉଛି, ଏହି ଫୋନ୍‌ର ମୂଲ୍ୟ Redmi Note 8 ସିରିଜ୍ ପାଖାପାଖି ୨୦ ହଜାର ଟଙ୍କା ଭିତରେ ହିଁ ରଖାଯିବ। ଏହି ଫୋନ୍‌ରେ ୪ଟି ରିୟର କ୍ୟାମେରା ସେଟ୍‌ଅପ୍ ସହ ଜବରଦସ୍ତ ପ୍ରୋସେଶର୍‌ ଓ ଫାଷ୍ଟ ଚାର୍ଜିଂର ସପୋର୍ଟ ବି ଦିଆଯିବ।

ଏହା ପୂର୍ବରୁ କମ୍ପାନୀ Note 8 ସିରିଜ୍‌ର Redmi Note 8 Pro ଲଞ୍ଚ୍‌ କରିଥିଲା। ଏହା କମ୍ପାନୀର ପ୍ରଥମ ୬୪ ମେଗାପିକ୍ସେଲର କ୍ୟାମେରା ଥିବା ଫୋନ୍। ଏଥିରେ ମିଡିଆଟେକ୍‌ର ନୂଆ ଗେମିଂ ଫୋକସ୍ଡ୍ ମିଡିଆଟେକ୍ ହିଲିଓ G90T ପ୍ରୋସୋସର୍ ସହ ଲିକ୍ୱିଡ୍‌ କୁଲିଂ ସପୋର୍ଟ ଦିଆଯାଇଛି। ତେଣୁ Note 9 ସିରିଜ୍‌ରେ ମଧ୍ୟ ଏହିସବୁ ସୁବିଧା ରହିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ କମ୍ପାନୀ Redme Note 8 Pro ୩ଟି ଭ୍ୟାରିୟାଣ୍ଟ 6GB+64GB, 6GB+128GB ଓ 8GB+128GB ରେ  ଲଞ୍ଚ୍ କରିଥିଲା। ତେଣୁ  Note 9 Pro ରୁ ମଧ୍ୟ ଏହି ୩ଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରିପାରେ ବୋଲି କୁହାଯାଉଛି।

Related story