Redmi k20 ଏବଂ Redmi k20 proର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତରେ Redmi k20 ଏବଂ Redmi k20 proର ଲଞ୍ଚ୍ ହୋଇଥିଲା। ତେବେ ଆଜିଠାରୁ ଏହି ଦୁଇ ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଆଜି ଦିନ ୧୨ଟାରୁ ଫ୍ଲିପକାର୍ଟ ଏବଂ ଏମ୍‌ଆଇ ଷ୍ଟୋରରେ ଏହି ଦୁଇଟି ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ବିଶେଷତ୍ୱ Redmi k20 ଏବଂ Redmi k20 proରେ ଫୁଲ୍‌ ଏଚ୍‌ଡି ଓ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ରହିଛି। Redmi k20ରେ ୪୮ ମେଗାପିକ୍ସେଲ୍‌ ବ୍ୟାକ୍ କ୍ୟାମେରା ଥିବାବେଳେ ୧୩ […]

1

1

Biswobandita Swain
  • Published: Monday, 22 July 2019
  • Updated: 22 July 2019, 02:27 PM IST

Sports

Latest News

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତରେ Redmi k20 ଏବଂ Redmi k20 proର ଲଞ୍ଚ୍ ହୋଇଥିଲା। ତେବେ ଆଜିଠାରୁ ଏହି ଦୁଇ ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଆଜି ଦିନ ୧୨ଟାରୁ ଫ୍ଲିପକାର୍ଟ ଏବଂ ଏମ୍‌ଆଇ ଷ୍ଟୋରରେ ଏହି ଦୁଇଟି ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି।

ବିଶେଷତ୍ୱ

Redmi k20 ଏବଂ Redmi k20 proରେ ଫୁଲ୍‌ ଏଚ୍‌ଡି ଓ ପପ୍‌-ଅପ୍‌ ସେଲ୍ଫି କ୍ୟାମେରା ରହିଛି। Redmi k20ରେ ୪୮ ମେଗାପିକ୍ସେଲ୍‌ ବ୍ୟାକ୍ କ୍ୟାମେରା ଥିବାବେଳେ ୧୩ ମେଗାପିକ୍ସେଲ୍‌ ଫ୍ରଣ୍ଟ୍‌ କ୍ୟାମେରା ରହିଛି। ସେହିଭଳି  Redmi k20 proରେ ୪୮ ମେଗାପିକ୍ସେଲ୍‌ ବ୍ୟାକ୍ କ୍ୟାମେରା ଥିବାବେଳେ ୧୩ ମେଗାପିକ୍ସେଲ୍‌ ଫ୍ରଣ୍ଟ କ୍ୟାମେରା ରହିଛି।  ଏହି ଦୁଇଟି ଫୋନ୍‌ର କେବଳ ପ୍ରୋସେସରରେ ଫରକ ରହିଛି। Redmi k20 proରେ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ବ୍ୟବହାର କରାଯାଇଥିବା ବେଳେ Redmi k20 ସ୍ନାପଡ୍ରାଗନ ୭୩୦ ପ୍ରୋସେସରର ରହିଛି।

ଦାମ୍‌

ଭାରତୀୟ ମାର୍କେଟ୍‌ରେ ୬ଜିବି ରାମ୍ ଓ ୬୪ଜିବି ଷ୍ଟୋରେଜ୍‌ ବିଶିଷ୍ଟ  Redmi k20ର ଦାମ୍ ୨୧,୯୯୯ ରହିଥିବା ବେଳେ ୬ଜିବି ରାମ୍ ୧୨୮ଜିବି ଷ୍ଟୋରେଜ୍ ବିଶିଷ୍ଟ  Redmi k20 ଦାମ୍ ୨୩,୯୯୯ଟଙ୍କା ରହିଛି। ସେହିପରି  ୬ଜିବି ରାମ୍ ୧୨୮ଜିବି ଷ୍ଟୋରେଜ୍ ବିଶିଷ୍ଟ Redmi k20 pro ୨୭,୯୯୯ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ୮ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ବିଶିଷ୍ଟ Redmi k20 pro  ୩୦,୯୯୯ ଟଙ୍କାରେ ମିଳୁଛି।

ରଙ୍ଗ

ଏହି ଦୁଇଟି ଫୋନ୍‌ ତିନୋଟି ରଙ୍ଗରେ ଉପଲବ୍ଧ ହେଉଛି। ସେଗୁଡ଼ିକ ହେଉଛି- କାର୍ବନ୍‌ ବ୍ଲାକ୍‌, ଫ୍ଲେମ୍ ରେଡ୍‌ ଓ ଗ୍ଲେସିୟର ବ୍ଲୁ।

ଅଫର୍‌

Redmi k20 ଏବଂ Redmi k20 pro ସହ ଏୟାରଟେଲ୍‌ର ଗ୍ରାହକଙ୍କୁ ଡବଲ୍‌ ଡାଟାର ଅଫର ମିଳିବ। ଏଥିପାଇଁ ୨୪୯ଟଙ୍କା ଏବଂ ୨୯୯ଟଙ୍କାର ପ୍ରିପେଡ୍ ପ୍ଲାନ୍‌ରେ ରିଚାର୍ଜ କରିବାକୁ ହେବ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos