Advertisment

ଫେବ୍ରୁଆରୀ ୨୯ ପରେ ବି ଚଲାଇ ପାରିବେ Paytm App?

ପେଟିଏମ୍ ଆପ୍ କାର୍ଯ୍ୟାକାରୀକୁ ନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ବଡ ସୂଚନା ଦେଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୩୧ ଜାନୁଆରୀରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ ନିଷିଦ୍ଧ କରିଥିଲା। ଫେବୃଆରୀ ୨୯, ୨୦୨୪ ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା କିମ୍ବା ଟପ୍-ଅପ୍ ଗ୍ରହଣ ନକରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି। ଏଭଳି ପରିସ୍ଥିତିରେ ପେଟିଏମର ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସମସ୍ୟା ବଢିଛି। ସେମାନେ ଆକାଉଣ୍ଟରେ ଜମା କରିଥିବା ଟଙ୍କା ଉଠାଣ କରିପାରିବେ କି ନେଇ ସେନେଇ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ସ୍ପଷ୍ଟ ସୂଚନା ଦେଇଛି। 

Advertisment

ଆରବିଆଇ ସ୍ପଷ୍ଟ ଭାବେ କହିଛି ଯେ, ଫେବୃଆରୀ ୨୯ ପରେ ପେଟିଏମ୍ ଆପ୍ ବନ୍ଦ ହେବ ନାହିଁ। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ନିଷେଧାଦେଶ ଥାଇ ମଧ୍ୟ ଆପଣ ଆପଣଙ୍କର ପେଟିଏମ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଖର୍ଚ୍ଚ କରିପାରିବେ। ଏହା ବ୍ୟତୀତ ପେଟିଏମ୍ ୟୁପିଆଇକୁ ମଧ୍ୟ ପୂର୍ବ ପରି ବ୍ୟବହାର କରିବାରେ ସକ୍ଷମ ହେବେ। କିନ୍ତୁ, ପେଟିଏମ୍ ୱାଲେଟ୍ ଏବଂ ଫାଷ୍ଟାଗ୍ ପରି ପେଟିଏମ୍ ବ୍ୟାଙ୍କ ସହିତ ଜଡିତ ସେବା ପାଇବାକୁ ଅସମର୍ଥ ହେବେ। 

ମୁଦ୍ରା ନୀତି କମିଟି (ଏମପିସି) ବୈଠକ ପରେ ଆରିବିଆଇ ଡେପୁଟି ଗଭର୍ଣ୍ଣର ସ୍ୱାମୀନାଥନ୍ ଜେ କହିଛନ୍ତି ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବିଏଲ୍) ବିରୋଧରେ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏହା ଦ୍ୱାରା ପେଟିଏମ୍ ଆପ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଆରିବିଆଇ ପକ୍ଷରୁ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ। ନିୟମ ପାଳନ ନକରିବା କାରଣରୁ ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment

ଏହା ପେଟିଏମ୍ ଆପ୍ ବିରୋଧରେ ନିଆଯାଉନାହିଁ, ଏହାକୁ ଆପା ସହ ଯୋଡନ୍ତୁ ନାହିଁ। ଏହି କାର୍ଯ୍ୟାନୁଷ୍ଠାନ ପେଟିଏମ୍ ଆପ୍ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଆରବିଆଇ ଡେପୁଟି ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି।

ଅନ୍ୟ ବ୍ୟାଙ୍କଗୁଡିକ ପେଟିଏମ୍ ୱାଲେଟ୍ ସହିତ ସହଭାଗୀ ହୋଇପାରିବେ କି ନାହିଁ ପ୍ରଶ୍ନରେ ସ୍ୱାମୀନାଥନ କହିଛନ୍ତି, ଏହା ଏକ ବ୍ୟବସାୟିକ ନିଷ୍ପତ୍ତି ଏବଂ ବ୍ୟାଙ୍କଗୁଡିକ ସେମାନଙ୍କର ନିର୍ଦ୍ଦେଶକ ବ୍ୟାଙ୍କ ଦ୍ୱାରା ଅନୁମୋଦିତ ନୀତି ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ଯଦି ସେମାନେ ଭାଗିଦାରୀ କରିବାକୁ ଚାହୁଁଛନ୍ତି ତେବେ ଆବଶ୍ୟକୀୟ ପ୍ରକ୍ରିୟାକୁ ମାନିବାକୁ ପଡିବ।

RBI Paytm Payments Bank Paytm Payment APP