ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ୱାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। ଜୁଲାଇ ୧୪ ରେ, ସେ ଷଷ୍ଠ ସ୍ଥାନରେ ରହି ୱାରେନ୍ ବଫେଟଙ୍କୁ ଆଗେଇ ଯାଇଥିଲେ। ସେହି ସମୟରେ ମୁକେଶ ଅମ୍ୱାନୀଙ୍କ ମୋଟ ସମ୍ପତ୍ତି ୭୨.୪ ବିଲିୟନ ଡ଼ଲାର୍ ଥିଲା। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସର ତଥ୍ୟ ଅନୁଯାୟୀ ୱାରେନ୍ ବଫେଟ୍, ଗୁଗୁଲର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ ମଧ୍ୟ ଅମ୍ବାନୀଙ୍କଠାରୁ ପଛରେ ଅଛନ୍ତି। […]

mukesh ambani

Subhransu Sekhar
  • Published: Wednesday, 22 July 2020
  • , Updated: 22 July 2020, 10:52 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। ଜୁଲାଇ ୧୪ ରେ, ସେ ଷଷ୍ଠ ସ୍ଥାନରେ ରହି ୱାରେନ୍ ବଫେଟଙ୍କୁ ଆଗେଇ ଯାଇଥିଲେ। ସେହି ସମୟରେ ମୁକେଶ ଅମ୍ୱାନୀଙ୍କ ମୋଟ ସମ୍ପତ୍ତି ୭୨.୪ ବିଲିୟନ ଡ଼ଲାର୍ ଥିଲା। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସର ତଥ୍ୟ ଅନୁଯାୟୀ ୱାରେନ୍ ବଫେଟ୍, ଗୁଗୁଲର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ ମଧ୍ୟ ଅମ୍ବାନୀଙ୍କଠାରୁ ପଛରେ ଅଛନ୍ତି।

ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନୀ ଏସିଆର ଏକମାତ୍ର ବ୍ୟକ୍ତି ରହିଛନ୍ତି। ଏବେ ମୁକେଶ ଅମ୍ବାନୀଙ୍କର ମୋଟ ସମ୍ପତ୍ତି ୭୪.୬ ବିଲିୟନ ଡ଼ଲାର ରହିଛି। ଗତ କିଛି ଦିନ ମଧ୍ୟରେ ତାଙ୍କର ସମ୍ପତ୍ତି ପ୍ରାୟ ୨.୬ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ଯେଉଁଥିପାଇଁ ସେ ଏହି ପଦବୀ ହାସଲ କରି ପାରିଛନ୍ତି। ଜୁନ୍ ୨୦ ରେ ପ୍ରକାଶିତ ଫୋର୍ବସ୍ ତାଲିକାରେ ସେ ୯ ନମ୍ବରରେ ଥିଲେ। କହି ରଖୁଛୁ ଶେୟାର ମୂଲ୍ୟ ଆଧାରରେ ଫୋର୍ବସ ତାଲିକା ପ୍ରସ୍ତୁତ କରିଥାଏ।

ଏବେ ଦୁନିଆର ସବୁଠାରୁ ଧନୀ ତାଲିକାରେ ଜେଫ୍ ବେଜୋସ୍ ଏକ ନମ୍ବରରେ ଅଛନ୍ତି, ତାଙ୍କର ସମ୍ପତ୍ତି ହେଉଛି ୧୮୫.୮ ବିଲିୟନ ଡ଼ଲାର୍। ଏହାପରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ୧୧୩.୧ ବିଲିୟନ ଡ଼ଲାର୍ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟରେ ଓ୍ୱର୍ଣ୍ଣର୍ଡ ଅର୍ନୋଲ୍ଟ ଫ୍ୟାମିଲି ୧୧୧.୮ ବିଲିୟନ ଡ଼ଲାର, ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୮୯ ବିଲିୟନ ଡ଼ଲାରରେ, ମୁକେଶ ଅମ୍ବାନୀ ୭୪.୬ ବିଲିୟନ ଡ଼ଲାର ଏବଂ ୱାରେନ ବଫେଟ ୭୨.୭ ବିଲିୟନ ଡ଼ଲାରରେ ରହିଛନ୍ତି। ଏହା ପରେ ଅନ୍ୟମାନେ ରହିଛନ୍ତି।

Related story