Advertisment

ରିଲାଏନ୍ସ ଜିଓ ଏବେ ବିଶ୍ୱର ସର୍ବବୃହତ ମୋବାଇଲ ଅପରେଟର୍

ଏବେ ମୁଣ୍ଡ ପିଛା ମାସିକ ୨୮.୭ ଜିବି ତଥ୍ୟ ଖର୍ଚ୍ଚ କରାଯାଉଥିବା ବେଳେ ୩ ବର୍ଷ ତଳେ ମାସିକ ୧୩.୩ ଜିବି ବ୍ୟବହାର ହେଉଥିଲା।

ଅଦ୍ୟତନ ହୋଇଛି
Jio

Jio

Advertisment

ଭାରତର ଟେଲିକମ ଜିଆଣ୍ଟ ରିଲାଏନ୍ସ ଜିଓ ଇତିହାସ ସୃଷ୍ଟି କରିଛି। ଡାଟା ଟାରିଫ ବା ଡାଟା ଦରରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ସର୍ବବୃହତ୍ତ ମୋବାଇଲ ଅପରେଟର ବନି ଯାଇଛି। ଚାଇନା ମୋବାଇଲକୁ ପଛରେ ପକାଇ କମ୍ପାନୀ ଏଭଳି ସଫଳତା ହାସଲ କରିଛି। ସୋମବାର ଜିଓ ପକ୍ଷରୁ ତା’ର ତ୍ରୈମାସିକ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏହି ସମୟରେ ଏତେ ବଡ଼ ଖବର ସାମ୍ନାକୁ ଆସିଛି।

Advertisment

୨୦୨୪ ମାର୍ଚ୍ଚ ସୁଦ୍ଧା ଜିଓ ଦାବି କରିଛି ଯେ ଏହାର ସର୍ବସ୍କ୍ରାଇବର ସଂଖ୍ୟା ୪୮୧.୮ ନିୟୁତ। ଏହା ମଧ୍ୟରୁ ଜିଓର ଟ୍ରୁ୫ଜି ଷ୍ଟାଣ୍ଡାଲୋନ ନେଟୱର୍କର ସର୍ବସ୍କ୍ରାଇବରଙ୍କ ସଂଖ୍ୟା ୧୦୮ ନିୟୁତ। ଏଥିରୁ ଭାରତୀୟ ଟେଲିକମ ବଜାରରେ ଜିଓର ଦବଦବା ପ୍ରଦର୍ଶିତ ହେଉଛି।

ଜିଓ ନେଟୱର୍କର ମୋଟ ଟାରିଫ ୪୦.୯ Exabytesରେ ପହଞ୍ଚିଛି। ଗୋଟିଏ ବର୍ଷ ମଧ୍ୟରେ ଏଥିରେ ୩୫.୨% ଅଭିବୃଦ୍ଧି ହୋଇଛି।

Advertisment

୫ଜି ଓ ଘରୋଇ ସେବାକୁ ଲୋକମାନେ ଅଧିକ ମାତ୍ରାରେ ଗ୍ରହଣ କରିବାରୁ ଏପରି ଅଭିବୃଦ୍ଧି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫ଜି ସବସ୍କ୍ରାଇବର୍ସଙ୍କ ଠାରୁ ୨୮% ଟାରିଫ ଆସିଛି। ଏଥିରୁ ପରବର୍ତ୍ତୀ ପିଢ଼ିର ଯୋଗାଯୋଗର ଚାହିଦା ବୃଦ୍ଧି ପାଉଥିବା ଜଣାପଡ଼ୁଛି। ଅତିରିକ୍ତ ଭାବେ ଜିଓର Fixed Wireless Access (FWA) ସେବା ଡାଟା ଟାରିଫ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ଜିଓ ପକ୍ଷରୁ କୁହାଯାଇଛି ଯେ କୋଭିଡ ୧୯ ମହାମାରୀ ସମୟରୁ ବାର୍ଷିକ ଡାଟା ଟାରିଫରେ ନାଟକୀୟ ଭାବେ ୨.୪ ଗୁଣ ବୃଦ୍ଧି ପାଇଛି। ଏବେ ମୁଣ୍ଡ ପିଛା ମାସିକ ୨୮.୭ ଜିବି ତଥ୍ୟ ଖର୍ଚ୍ଚ କରାଯାଉଥିବା ବେଳେ ୩ ବର୍ଷ ତଳେ ମାସିକ ୧୩.୩ ଜିବି ବ୍ୟବହାର ହେଉଥିଲା। ଏଥିରୁ ରିଲାଏନ୍ସ ଯୋଗାଯୋଗର ଚାହିଦା କେତେ ବଢ଼ିଛି, ତା’ହା ସ୍ପଷ୍ଟ ଅନୁମେୟ ହେଉଛି।

କମ୍ପାନୀର ପ୍ରଦର୍ଶନ ଓ ଭାରତୀୟ ଅର୍ଥନୀତିକୁ ରିଲାଏନ୍ସ ଗୁରୁତ୍ୱପୂର୍ଣ୍ଣ ଯୋଗାଦାନ କରୁଥିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଖୁସି ବ୍ୟକ୍ତ କରିଛନ୍ତି। କମ୍ପାନୀର ଆୟ ଏବେ ପ୍ରାକ୍‌-ଟିକସ ଲାଭ ପରିମାଣ ୧ ଲକ୍ଷ କୋଟି ଟଙ୍କାରରେ ପହଂଚିଛି। 

Jio Reliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe