Advertisment

ଆକଳନଠୁ ଭଲ ଦେଶର ଅର୍ଥନୀତି, ଅଭିବୃଦ୍ଧି ହାର -୭.୫% ରହିବ!

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ମୁଦ୍ରାସ୍ଫୀତି ବୈଠକର ନିଷ୍ପତ୍ତି ଘୋଷଣା କରିଛି। ତୃତୀୟ ଥର ପାଇଁ ଆରବିଆଇ ରେପୋ ରେଟ୍ ଏବଂ ରିଭର୍ସ ରେପୋରେଟ୍ ଅପରିବର୍ତ୍ତିତ ରଖିଛି। ରେପୋରେଟ ୪ ପ୍ରତିଶତ ରହିଥିବା ବେଳେ ରିଭର୍ସ ରେପୋରେଟ ୩.୫% ରହିଛି। ୨୦୨୦-୨୧ରେ ଅଭିବୃଦ୍ଧି ହାର -୭.୫% ରହିବ ବୋଲି ଆରବିଆଇ ଅନୁମାନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଶକ୍ତିକାନ୍ତ କହିଛନ୍ତି, ଗାଁ ଏବଂ ସହରରେ ଅର୍ଥନୀତିରେ ସୁଧାର ହେଉଥିବା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ରିପୋର୍ଟ ଆକଳନ କଲା ଏନଏସଓ

gdp

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ମୁଦ୍ରାସ୍ଫୀତି ବୈଠକର ନିଷ୍ପତ୍ତି ଘୋଷଣା କରିଛି। ତୃତୀୟ ଥର ପାଇଁ ଆରବିଆଇ ରେପୋ ରେଟ୍ ଏବଂ ରିଭର୍ସ ରେପୋରେଟ୍ ଅପରିବର୍ତ୍ତିତ ରଖିଛି। ରେପୋରେଟ ୪ ପ୍ରତିଶତ ରହିଥିବା ବେଳେ ରିଭର୍ସ ରେପୋରେଟ ୩.୫% ରହିଛି। ୨୦୨୦-୨୧ରେ ଅଭିବୃଦ୍ଧି ହାର -୭.୫% ରହିବ ବୋଲି ଆରବିଆଇ ଅନୁମାନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

Advertisment

ଶକ୍ତିକାନ୍ତ କହିଛନ୍ତି, ଗାଁ ଏବଂ ସହରରେ ଅର୍ଥନୀତିରେ ସୁଧାର ହେଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଗ୍ରାମାଞ୍ଚଳ ଅର୍ଥନୀତିରେ ସୁଧାର ଆସିବ ବୋଲି ସେ ଆଶା ରଖିଛନ୍ତି। ଯେପର୍ଯ୍ୟନ୍ତ ଦେଶର ଅର୍ଥନୀତି ମାଇନସରୁ ନହଟିବ ସେପର୍ଯ୍ୟନ୍ତ ରେପୋରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

https://twitter.com/ANI/status/1334718832510832641?s=20

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଅଭିବୃଦ୍ଧି ନିକଟରେ ପ୍ରକାଶ ପାଇଥିଲା। ଜୁଲାଇ ମାସରୁ ସେପ୍ଟେମ୍ୱର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୫% ପ୍ରତିଶତ ଖସିଛି। ଗତ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୪.୪% ରହିଥିଲା।

Advertisment

ପ୍ରଥମ ତ୍ରୟମାସରେ ଏହି ଅଭିବୃଦ୍ଧି ହାର ୨୩.୯% ଖସିଥିଲା। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଲକଡାଉନ୍ ଏବଂ ଶଟଡାଉନ୍ ରହିଥିଲା। ତେଣୁ ପ୍ରଥମ ତ୍ରୟମାସରେ ଅଭିବୃଦ୍ଧି ହାର -୨୩.୯% ରହିଥିଲା। ତେବେ ଲକଡାଉନ୍ ହଟିବା ପରେ ବି ସ୍ଥିତିରେ ସୁଧାର ଆସିନାହଁ। ତେଣୁ ଅଭିବୃଦ୍ଧି ହାର ଟିକିଏ ଅଧିକ ଖରାପ ହେବ ଆକଳନ କରାଯାଉଥିଲା। କିନ୍ତୁ  -୭.୫% ଖସିବା ଟିକିଏ ଆଶ୍ୱସ୍ତିକର ସାବ୍ୟସ୍ତ ହୋଇଛି।