Advertisment

ରେପୋ ରେଟ୍‌ ଅପରିବର୍ତ୍ତିତ, ଜିଡିପିରେ ୭.୨% ଅଭିବୃଦ୍ଧି ଆକଳନ

କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
Repo Rate

Repo Rate

Advertisment

ଲଗାତର ଅଷ୍ଟମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌। ରେପୋ ରେଟ ବା ସୁଧ ହାରକୁ ୬.୫ ପ୍ରତିଶତରେ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ଇଣ୍ଡିଆ। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

Advertisment

ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି(EMI) ବଢିବ ନାହିଁ କି ହ୍ରାସ ପାଇବ ନାହିଁ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ସେପଟେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆକଳନ କରିଛି ଆର୍‌ବିଆଇ। ଏହାର ଅର୍ଥ ହେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ଆକଳନକୁ ପରିବର୍ତ୍ତନ କରିନାହିଁ।

ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଜୁନ୍ ମାସର ମୁଦ୍ରା ନୀତିରେ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ପ୍ରଥମ ତ୍ରୈମାସରେ ୭.୧ ପ୍ରତିଶତ, ଦ୍ୱିତୀୟ ତ୍ରୈମାସରେ ୭.୨ ପ୍ରତିଶତ, ତୃତୀୟ ତ୍ରୈମାସରେ ୭.୩ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସରେ ୭.୨ ପ୍ରତିଶତ ହେବ ବୋଲି ଆକଳନ କରିଛି। ଜୁନ୍ ମାସର ମୁଦ୍ରା ନୀତିରେ, କେନ୍ଦ୍ରୀୟ ବ୍ୟାଙ୍କ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଡିପି ଆକଳନକୁ ୭ ପ୍ରତିଶତର ପୂର୍ବ ଆକଳନରୁ ୭.୨ ପ୍ରତିଶତକୁ ବୃଦ୍ଧି କରିଥିଲା।

Advertisment

ଅନ୍ୟପଟେ ଦେଶରେ ଦରଦାମ ହାର ଏବେ ମଧ୍ୟ ଆରବିଆଇ ଦ୍ୱାରା ଧାର୍ଯ୍ୟ ୨-୬% ମଧ୍ୟରେ ରହିଛି। ଗତ ଜୁନ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା। ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର୍ଯ୍ୟନ୍ତ ରେପୋ ରେଟ୍‌ ଖସିବାର କୌଣସି ସମ୍ଭାବନା ନାହିଁ।

ସୂଚନାଯୋଗ୍ୟ ଆରବିଆଇ ଫେବୃଆରୀ ୨୦୨୩ରେ ଶେଷଥର ପାଇଁ ରେପୋ ରେଟ୍‌ ପରିବର୍ତ୍ତନ କରି ୬.୫ ପ୍ରତିଶତ କରିଥିଲା। 

RBI Repo Rate Unchanged
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe