Advertisment

ଜୁନରେ ବଢ଼ିଛି ଖାଦ୍ୟ ପଦାର୍ଥର ଦାମ

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ସିପିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ମୁଦ୍ରାସ୍ଫୀତି ହାର ୬.୦୯ ପ୍ରତିଶତ ଥିଲା। ଏହି ହାର ରିଜର୍ଭ ବ୍ୟାଙ୍କର ମଧ୍ୟମ ମିଆଦି ଲକ୍ଷ୍ୟ ଚାରି ପ୍ରତିଶତ ଉପରେ ରହିଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟ ଅନୁଯାୟୀ ଖାଦ୍ୟ ମୁଦ୍ରାସ୍ଫୀତି ୭.୮୭ ପ୍ରତିଶତରେ ପହଞ୍ଚିଛି। […]

ଅଦ୍ୟତନ ହୋଇଛି
ଆମିଷ, ପନିପରିବା ହେଲା ମହଙ୍ଗା; ୨୦୧୪ର ରେକର୍ଡକୁ ଟପିବା ଆଶଙ୍କା

VEGITABLES

Advertisment

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ସିପିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ମୁଦ୍ରାସ୍ଫୀତି ହାର ୬.୦୯ ପ୍ରତିଶତ ଥିଲା। ଏହି ହାର ରିଜର୍ଭ ବ୍ୟାଙ୍କର ମଧ୍ୟମ ମିଆଦି ଲକ୍ଷ୍ୟ ଚାରି ପ୍ରତିଶତ ଉପରେ ରହିଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ ତଥ୍ୟ ଅନୁଯାୟୀ ଖାଦ୍ୟ ମୁଦ୍ରାସ୍ଫୀତି ୭.୮୭ ପ୍ରତିଶତରେ ପହଞ୍ଚିଛି। ଗତ ବର୍ଷ ଜୁନ୍ ମାସରେ କିନ୍ତୁ ଗ୍ରାହକ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତ ଥିଲା।

Advertisment

ପରିସଂଖ୍ୟାନ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ପାଇଁ ସୀମିତ ବଜାରରୁ ସଂଗୃହିତ ତଥ୍ୟ ଉପରେ ଏହି ତଥ୍ୟ ଆଧାରିତ। ଏପ୍ରିଲ ଏବଂ ମେ ମାସରେ ଦେଶ ଲକଡାଉନ ରହିଥିବାରୁ ସମ୍ପୂର୍ଣ୍ଣ ଉପୋଭକ୍ତା ମୂଲ୍ୟ ସୂଚକାଙ୍କ ତଥ୍ୟ ପ୍ରକାଶ କରି ନାହାଁନ୍ତି ସରକାର।

କରୋନା ମହାମାରୀକୁ ରୋକିବା ପାଇଁ ବିଶ୍ୱବ୍ୟାପୀ ଲକଡାଉନ ରହିଥିଲା ଏହା ସତ୍ତ୍ୱେ ସ୍ଥାନୀୟ ଖୁଚୁରା ବଜାରରେ ଫେବୃଆରୀରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ରୋଷେଇ ସାମଗ୍ରୀର ମୂଲ୍ୟରେ ସେତେଟା ବିଶେଷ ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି। କିନ୍ତୁ ଡାଲିର ମୂଲ୍ୟର ବର୍ଷକ ମଧ୍ୟରେ ବୃଦ୍ଧି ପାଇଛି। ଲକଡାଉନ୍ ଥିବାରୁ ତଥ୍ୟ ସଂଗ୍ରହ କରିବାରେ ଅସୁବିଧା ହୋଇଛି। ତେଣୁ ସରକାର ଖୁଚୁରା ମୂଲ୍ୟ ସୂଚକାଙ୍କର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିପାରି ନାହାନ୍ତି।

Advertisment

ଦିଲ୍ଲୀର ସାଧାରଣ ଦୋକାନରୁ ରାସନ ସାମଗ୍ରୀର ଦର ଅନୁଯାୟୀ ଡାଲିର ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଅଟା ଏବଂ ଚାଉଳର ଦାମ ମଧ୍ୟ ବର୍ଷକ ମଧ୍ୟରେ ୬ ପ୍ରତିଶତ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe