Advertisment

ଖୁଚୁରା ମୁଦ୍ରାସ୍ଫୀତି ୪.୮୩%

ଏପ୍ରିଲରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୦%କୁ ଖସିବ ବୋଲି ୪୪ ଜଣ ଅର୍ଥନୀତିକ ବିଶେଷଜ୍ଞ କହିଥିଲେ। ହେଲେ ଏହା ୪.୮୩% ରହିଛି।

Inflation

Inflation

Advertisment

ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ସମାନ୍ୟ କମିଛି। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୮୩% ରେକର୍ଡ କରାଯାଇଛି। ମାର୍ଚ୍ଚ ଏହା ୪.୮୫% ରହିଥିଲା। ମୁଦ୍ରାସ୍ଫୀତି ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ତଥ୍ୟ ଜାରି କରାଯାଇଛି।

Advertisment

ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ।

ଏବେ ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସୀମା ମଧ୍ୟରେ ରହିଛି। ମୁଦ୍ରାସ୍ଫୀତି ହ୍ରାସ ପାଇଲେ ବିଭିନ୍ନ ସାମଗ୍ରୀର ଦରଦାମ ହ୍ରାସ ପାଇଥାଏ। ଲୋକଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ମିଳିଥାଏ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୦%କୁ ଖସିବ ବୋଲି ୪୪ ଜଣ ଅର୍ଥନୀତିକ ବିଶେଷଜ୍ଞ କହିଥିଲେ। ହେଲେ ଏହା ୪.୮୩% ରହିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସ୍‌ଓ) କହିଛି ଯେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ମାର୍ଚ୍ଚ ତୁଳନାରେ ଏପ୍ରିଲରେ ବଢ଼ିଛି। ମାର୍ଚ୍ଚରେ ଏହା ୮.୫% ଥିବା ବେଳେ ଏପ୍ରିଲରେ ଏହା ୮.୭%ରେ ପହଞ୍ଚି ଯାଇଛି।

ପରିବା ମୁଦ୍ରାସ୍ଫୀତି ୨୭.୮୦%, ଖାଦ୍ୟଶସ୍ୟ ମୁଦ୍ରାସ୍ଫୀତି ୮.୬୩% ଓ ଡାଲି ଜାତୀୟ ଦ୍ରବ୍ୟର ମୁଦ୍ରାସ୍ଫୀତି ୧୬.୮୪% ରେକର୍ଡ କରାଯାଇଛି।

Inflation Rate Inflation Retail Inflation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe