/odisha-reporter/media/post_attachments/uploadimage/library/16_9/16_9_0/Inflation_1755000715.jpg)
Inflation
ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ୧.୫୫% ଖସିଛି। ଏପରି ସ୍ଥିତି ୨୦୧୭ ଜୁଲାଇ ପରେ ପ୍ରଥମଥର ଦେଖିବାକୁ ମିଳିଛି। ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇବାର ଅର୍ଥ ମହଙ୍ଗା ମାଡ଼ରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୧୦% ରହିଥିଲା। ମାସକ ମଧ୍ୟରେ ଏହା ୫୫ ବେସିସ ପଏଣ୍ଟ ହ୍ରାସ ପାଇଛି।
ସରକାରଙ୍କ ସୂଚନା ଅନୁସାରେ, ଖାଦ୍ୟ ମୁଦ୍ରାସ୍ଫୀତି ଆଶାତୀତ ଭାବେ ହ୍ରାସ ପାଇଛି। ଜୁନ ତୁଳନାରେ ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ମାଇନ୍ସ ୧.୭୬%ରେ ପହଞ୍ଚିଛି। ଏହା ୨୦୧୯ ଜାନୁଆରୀ ପରେ ସର୍ବନିମ୍ନ। ଉଭୟ ଗ୍ରାମାଞ୍ଚଳ ଓ ସହରରେ ଖାଦ୍ୟ ଦାମ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ମାଇନ୍ସ ୧.୭% ରହିଥିବା ବେଳେ ସହରରେ ଏହା ମାଇନ୍ସ ୧.୯୦% ରହିଛି।
ମୁଦ୍ରାସ୍ଫୀତି ହ୍ରାସ ପାଇବା ପଛରେ ଦରଦାମ କମିବା ମୁଖ୍ୟ କାରଣ। ବିଶେଷ କରି ଡାଲି ଜାତୀୟ ଦ୍ରବ୍ୟ, ପନିପରିବା, ଅନାଜ, ପରିବହନ, ଶିକ୍ଷା, ଅଣ୍ଡା ଓ ଚିନିର ଦାମ କମିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି।
ଜୁନ ମାସରେ ଗ୍ରାମାଞ୍ଚଳର ମୋଟ ମୁଦ୍ରାସ୍ଫୀତି ୧.୭୨% ରହିଥିଲା। ଜୁଲାଇରେ ଏହା ୧.୧୮%କୁ ଖସି ଆସିଛି। ସେହିପରି ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୦୫%ରୁ କମି ୨.୫୬%ରେ ପହଞ୍ଚିଛି।
ଘରୋଇ ମୁଦ୍ରାସ୍ଫୀତି ୩.୧୭%ରେ ସ୍ଥିର ରହିଥିବା ବେଳେ ଶିକ୍ଷା ମୁଦ୍ରାସ୍ଫୀତି ୪.୦୦%କୁ ଖସିଛି। ତେବେ ସ୍ୱାସ୍ଥ୍ୟ ମୁଦ୍ରାସ୍ଫୀତି ୪.୫୭%କୁ ବୃଦ୍ଧି ପାଇଛି। ପରିବହନ ଓ ଯୋଗାଯୋଗ ମୁଦ୍ରାସ୍ଫୀତି ୨.୧୨%କୁ କମି ଥିବା ବେଳେ ତୈଳ ଓ ଲାଇଟ ମୁଦ୍ରାସ୍ଫୀତି ୨.୬୭%କୁ ବଢ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
