inflation
ଦେଶର ଖୁଚୁରା ମୁଦ୍ରାସ୍ଫୀତିରେ ସୁଧାର ଆସିଛି। ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଛି। ଏହା ୪ ମାସ ମଧ୍ୟ ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିବା ସରକାର କହିଛନ୍ତି।
କ୍ରମାଗତ ଦ୍ୱିତୀୟ ମାସରେ ଆରବିଆଇ ଧାର୍ଯ୍ୟ କରିଥିବା ୬% ତଳେ ଗ୍ରାହକ ଦର ଇଣ୍ଡେକ୍ସ ବା ସିପିଆଇ ରେକର୍ଡ କରାଯାଇଛି। ସେପ୍ଟେମ୍ବର ମାସରେ ସିପିଆଇ ୫.୦୨% ରହିଥିଲା। ଅଗଷ୍ଟରେ ଏହା ଆରବିଆଇ ଧାର୍ଯ୍ୟ ସୀମା ରେଖା ଡେଇଁ ୬.୮୩% ରହିଥିଲା। ଏହାର ଅର୍ଥ ଲୋକମାନେ ଦରବୃଦ୍ଧି ସମସ୍ୟାରେ ପଡ଼ିଥିଲେ। ୨୦୨୨ ଅକ୍ଟୋବର ମାସରେ ଖୁଚାର ମୁଦ୍ରାସ୍ଫୀତି ୬.୭୭% ରେକର୍ଡ କରାଯାଇଥିଲା।
ଶେଷ ଥର ପାଇଁ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫% ତଳେ ରହିଥିଲା। ଜୁନ ମାସରେ ମୁଦ୍ରାସ୍ଫୀତି ୪.୮୭% ରହିଥିବା ସରକାର କହିଥିଲେ। ଏହାପରେ କ୍ରମାଗତ ଭାବେ ଏହା ବଢ଼ି ଚାଲିଥିଲା। ଜୁଲାଇ ମାସରେ ରେକର୍ଡ ୭.୪୪% ରହିଥିଲା।
ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ଜୁଲାଇରୁ ପୁଣି ବେକାବୁ ହୋଇଛି। ଅବଶ୍ୟ ସେପ୍ଟେମ୍ବର ଓ ଅକ୍ଟୋବର ମାସରଆ ଏହା ସାମାନ୍ୟ କମିଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/inflation__1699887383.jpg)