Advertisment

ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ସରକାର ଜିଏସ୍‌ଟି ହ୍ରାସ କରିଥିବାରୁ ସେପ୍ଟେମ୍ବର ୨୨ରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ସମ୍ଭବତଃ ଲୋକମାନେ ଅଗଷ୍ଟରେ ସାମ୍ନା କରିଥିବା ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ପାଇବାର ସମ୍ଭାବନା ରହିଛି।

Inflation

Inflation

Advertisment

ପୁଣିଥରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ସାମାନ୍ୟ ବୃଦ୍ଧି ପାଇଛି। ଏହାର ଅର୍ଥ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ର ସାମ୍ନା କରିବାକୁ ପଡ଼ିପାରେ। ସରକାର ଜିଏସ୍‌ଟି ହ୍ରାସ କରିଥିବାରୁ ସେପ୍ଟେମ୍ବର ୨୨ରୁ ଏହା କାର୍ଯ୍ୟକାରୀ ହେବ। ଏହାପରେ ସମ୍ଭବତଃ ଲୋକମାନେ ଅଗଷ୍ଟରେ ସାମ୍ନା କରିଥିବା ଦରବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ପାଇବାର ସମ୍ଭାବନା ରହିଛି। କିନ୍ତୁ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୦୭%ରେ ପହଞ୍ଚିଛି। ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ୧.୫୫%କୁ ଖସି ଥିଲା। ଅଗଷ୍ଟରେ ଏହା ବୃଦ୍ଧି ପାଇବାର ଅର୍ଥ ଜୁଲାଇ ତୁଳନାରେ ବିଭିନ୍ନ ସାମଗ୍ରୀର ଦାମ ବଢ଼ିଛି।

Advertisment

ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଥିଲେ ହେଁ ଏହା ଆରବିଆଇ ଦ୍ୱାରା ଧାର୍ଯ୍ୟ ସୀମା ରେଖା ମଧ୍ୟରେ ରହିଛି। ସିପିଆଇ (ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଥିଲେ ହେଁ ଏହା ୬% ସୀମା ଠାରୁ ଯଥେଷ୍ଟ ଦୂରରେ ରହିଛି।

ବିଭିନ୍ନ ପନିପରିବା, ମାଂସ, ମାଛ, ତେଳ, ବ୍ୟକ୍ତିଗତ ସାମଗ୍ରୀ ଓ ଅଣ୍ଡାର ଦାମ ବଢ଼ିବାରୁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ହୋଇଛି। ଗ୍ରାମାଞ୍ଚର ମୋଟ ମୁଦ୍ରାସ୍ଫୀତି ୧.୧୮%ରୁ ୧.୬୯%କୁ ବୃଦ୍ଧି ପାଇଛି। ଦେଶର ଖାଦ୍ୟ ମୁଦ୍ରାସ୍ଫୀତିରେ ସୁଧାର ଆସିଛି। ଖାଦ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ୧.୭୪%ରୁ ବିଯୁକ୍ତ ୦.୭୦%ରେ ପହଞ୍ଚିଛି।

Advertisment

ସହରାଞ୍ଚଳରେ ମୁଦ୍ରାସ୍ଫୀତି ଅଗଷ୍ଟରେ ଅଧିକ ରହିଥିଲା। ଜୁଲାଇରେ ସହରାଞ୍ଚଳର ମୁଦ୍ରାସ୍ଫୀତି ୨.୧୦% ରହିଥିବା ବେଳେ ଅଗଷ୍ଟରେ ଏହା ୨.୪୭%ରେ ପହଞ୍ଚି ଯାଇଛି। ଏଠାରେ ଖାଦ୍ୟ ମୁଦ୍ରାସ୍ଫୀତି ଗତ ମାସରେ ବିଯୁକ୍ତ ୧.୯୦% ରହିଥିବା ବେଳେ ଅଗଷ୍ଟରେ ଏହା ବିଯୁକ୍ତ ୦.୫୮% ରହିଛି।

ବିଭିନ୍ନ କ୍ଷେତ୍ରର ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ଅଗଷ୍ଟରେ ମିଶ୍ରିତ ଫଳ ମିଳିଛି। ହାଉସିଂ ଦର ୩.୦୯%କୁ ବଢିଛି। ଶିକ୍ଷା କ୍ଷେତ୍ରର ଖର୍ଚ୍ଚ ୪.୧୧%ରୁ ୩.୦୬%କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ମୁଦ୍ରାସ୍ଫୀତି ୪.୫୭%ରୁ ୪.୪୦%କୁ ଖସିଛି।

ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ମୁଦ୍ରାସ୍ଫୀତି ହ୍ରାସ ହୋଇଛି। ଜୁଲାଇରେ ଏହି କ୍ଷେତ୍ରର ମୁଦ୍ରାସ୍ଫୀତି ୨.୧୨% ରହିଥିବା ବେଳେ ଅଗଷ୍ଟରେ ଏହା ୧.୯୪%କୁ ଖସି ଆସିଛି।

Retail Inflation Inflation Rate Inflation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe