Advertisment

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ଖୁଚୁରା ମୁଦ୍ରାସ୍ଫୀତି ୬.୫୨%କୁ ବଢ଼ିଲା

ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨%କୁ ବୃଦ୍ଧି ପାଇଛି। ଏହା ଦୁଇ ମାସ ମଧ୍ୟରେ ସର୍ବାଧିକ।

author-image
Hemant Lenka
Inflation

Inflation

ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨%କୁ ବୃଦ୍ଧି ପାଇଛି। ଏହା ଦୁଇ ମାସ ମଧ୍ୟରେ ସର୍ବାଧିକ। ଡିସେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୭୨% ଥିଲା। ହେଲେ ଏବେ ପୁଣି ମୁଦ୍ରାସ୍ଫୀତି ବଢ଼ିଛି।

Advertisment

ସରକାରୀ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭% ରହିଥିଲା। ଖୁଚୁରା ମହଙ୍ଗା ଦର ଜୁଲାଇରେ ୬.୭୧% ଓ ଗତବର୍ଷ ଅଗଷ୍ଟରେ ଏହା ୫.୩% ରହିଥିଲା। ଖାଦ୍ୟଶସ୍ୟ ଓ ପନିପରିବା ଦର ଦ୍ରୁତଗତିରେ ବଢ଼ୁଥିବାରୁ ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ିବାରେ ଲାଗିଥିଲା। ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭% ରହିଥିବା ବେଳେ ସେପ୍ଟେମ୍ବର ଏହା ୭.୪୧% ରେକର୍ଡ ହୋଇଥିଲା।

ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟ ସୀମାଠାରୁ ଅଧିକ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରେ ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ।

Advertisment

କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ୨ ମାସ ଧରି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ଥିବା ବେଳେ ଏବେ ଏହା ୬.୫୨% ପାର କରିଛି। ଏହା ପୂର୍ବରୁ ଅକ୍ଟୋବରରେ ମୁଦ୍ରାସ୍ଫୀତି ରେକର୍ଡ ୬.୭୭%ରେ ପହଞ୍ଚିଥିଲା।

ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହିଁ ମୁଦ୍ରାସ୍ଫୀତି ରେକର୍ଡସ୍ତରରେ ପହଞ୍ଚିବାର ମୁଖ୍ୟ କାରଣ। ଖାଦ୍ୟ ମୁଦ୍ରାସ୍ଫୀତି ଡିସେମ୍ବରରେ ୪.୧୯% ଥିବା ବେଳେ ଜାନୁଆରୀରେ ଏହା ୫.୯୪% ଛୁଇଁଛି।

Business Updates Inflation Rate