Advertisment

ମୋବାଇଲରୁ ବାହାରିବ ଆଙ୍ଗୁଳି, କରିବ ଏମିତି କାମ

ପ୍ୟାରିସ୍‌ (ଓଡ଼ିଶା ରିପୋର୍ଟର): କେବେ ଭାବିଛନ୍ତି ଆପଣଙ୍କ ସ୍ମାର୍ଟଫୋନ୍‌ରେ ନୋଟିଫିକେସନ୍‌ ଆସିବ ଆଉ ଆପଣଙ୍କ ଫୋନ୍‌ ହିଁ ଆପଣଙ୍କୁ ଛୁଇଁ ଜଣାଇଦେବ। ନାଇଁ ନା ! କିନ୍ତୁ ସତରେ ଏହା ସମ୍ଭବ କରିପାରିଛନ୍ତି ଫ୍ରାନ୍ସର କିଛି ଗବେଷକ। ସେମାନେ ଆଙ୍ଗୁଠି ପରି ଦିଶୁଥିବା ଏବଂ କାମ କରୁଥିବା ଏକ ଫୋନ୍‌ ଏବଂ ଟାବଲେଟ୍‌ ଡିଭାଇସ୍‌ ବିକଶିତ କରିଛନ୍ତି। ୟୁଏସ୍‌ବି ଯୋଗେ ସ୍ମାର୍ଟଫୋନ୍‌ ସହିତ ସଂଯୁକ୍ତ ହୋଇପାରୁଥିବା ଏହି ଡିଭାଇସ୍‌ର ନାମ ରହିଛି ମୋବିଲିମ୍ବ୍‌, ଯେଉଁଥିରେ ୫ଟି ସର୍ଭୋ […]

ଅଦ୍ୟତନ ହୋଇଛି
ମୋବାଇଲରୁ ବାହାରିବ ଆଙ୍ଗୁଳି, କରିବ ଏମିତି କାମ

Robot-

Advertisment

ପ୍ୟାରିସ୍‌ (ଓଡ଼ିଶା ରିପୋର୍ଟର): କେବେ ଭାବିଛନ୍ତି ଆପଣଙ୍କ ସ୍ମାର୍ଟଫୋନ୍‌ରେ ନୋଟିଫିକେସନ୍‌ ଆସିବ ଆଉ ଆପଣଙ୍କ ଫୋନ୍‌ ହିଁ ଆପଣଙ୍କୁ ଛୁଇଁ ଜଣାଇଦେବ। ନାଇଁ ନା ! କିନ୍ତୁ ସତରେ ଏହା ସମ୍ଭବ କରିପାରିଛନ୍ତି ଫ୍ରାନ୍ସର କିଛି ଗବେଷକ। ସେମାନେ ଆଙ୍ଗୁଠି ପରି ଦିଶୁଥିବା ଏବଂ କାମ କରୁଥିବା ଏକ ଫୋନ୍‌ ଏବଂ ଟାବଲେଟ୍‌ ଡିଭାଇସ୍‌ ବିକଶିତ କରିଛନ୍ତି। ୟୁଏସ୍‌ବି ଯୋଗେ ସ୍ମାର୍ଟଫୋନ୍‌ ସହିତ ସଂଯୁକ୍ତ ହୋଇପାରୁଥିବା ଏହି ଡିଭାଇସ୍‌ର ନାମ ରହିଛି ମୋବିଲିମ୍ବ୍‌, ଯେଉଁଥିରେ ୫ଟି ସର୍ଭୋ ମୋଟର୍ସ, ମାଇକ୍ରୋ କଣ୍ଟ୍ରୋଲର୍‌ ଏବଂ ସେନ୍ସର ଆଦି ରହିଥିବା ଯୋଗୁ ଏହା ମୋବାଇଲ ବ୍ୟବହାରକୁ ଆହୁରି ମଜାଦାର କରିପାରୁଛି।

Advertisment

ପୂର୍ବରୁ ମୋବାଇଲ୍‌ ଫୋନ୍‌ ସ୍ଥିର, ନିଷ୍କ୍ରିୟ ଏବଂ ନିଶ୍ଚଳ ରହୁଥିଲା ଏବଂ ବର୍ତ୍ତମାନ ଏହି ଦିନ ସରିଯିବ।

publive-image

ଆପଣ ଭିଡିଓ ଦେଖୁଥିବା ସମୟରେ ଆପଣଙ୍କ ଆବଶ୍ୟକତା ଅନୁସାରେ ଫୋନ୍‌କୁ ରଖିପାରୁଥିବା ଏହି ଡିଭାଇସ୍‌ ଆପଣଙ୍କ ହାତରେ ଚୂମ୍ବନ ମଧ୍ୟ ଦେଇପାରୁଛି ଏବଂ ଏହାକୁ ଆହୁରି ମଉଜିଆ କରିବା ପାଇଁ ଆଙ୍ଗୁଠି ଖୋଳପା ମଧ୍ୟ ଉପଲବ୍ଧ ଅଛି। ଆଉ ସବୁଠାରୁ ବଡ଼ କଥା ହେଉଛି ଆପଣ ଯଦି ହାଲକା ଟିକେ ଅଳସୁଆ ଜାଣନ୍ତି ଇଏ ଆପଣଙ୍କ ପ୍ରିୟ ବସ୍ତୁ ପାଲଟିଯିବା ଥୟ।

Advertisment

ଆଉ ତା’ଛଡ଼ା ମୋବାଇଲ ସାଧାରଣ ଜୀବନ ସହିତ ଏତେ ଜଡ଼ିତ ହୋଇସାରିଲାଣି ଯେ, ମୋବାଇଲ ତା ମନକୁ ଚାଲୁ କିଏ ନଚାହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe