ନୂଆଦିଲ୍ଲୀ: ଆସୁଛି ନୂଆ ସ୍ମାର୍ଟଫୋନ୍। ଏମିତି ଏକ ରୋଲେବୁଲ୍ ସ୍ମାର୍ଟଫୋନ୍ ଯାହାକୁ ଟାଣିଲେ ହୋଇଯିବ ଟାବଲେଟ୍। ଚଳିତ ବର୍ଷ ଏଲ୍ଜି କମ୍ପାନୀ ଏହି ନୂଆ ସ୍ମାର୍ଟଫୋନ୍କୁ ଲଞ୍ଚ କରିବ। ଏଲ୍ଜିର ଏହି ସ୍ମାର୍ଟଫୋନ୍ ବେଶ ୟୁନିକ୍। ରିସାଇଜେବୁଲ ସହ ଏହି ଫୋନ୍ଟି କମ୍ପାନୀର ଏକ୍ସପ୍ଲୋର ପ୍ରୋଜେକ୍ଟ ର ଏକ ଅଂଶ।
ଏହି ସ୍ମାର୍ଟଫୋନ୍ଟିକୁ ଆପଣ ଚାହିଁଲେ ଟାଣି ପାରିବେ । ଟାଣିବା ପରେ ଏହା ଟାବଲେଟ୍ରେ ପରିଣତ ହୋଇଯିବ। ଫୋନ୍ଟି ଦେଖିବାକୁ 'ଓପୋ'ର 'ଓପୋ-ଏକ୍ସ ୨୦୨' ସ୍ମାର୍ଟଫୋନ ଭଳି । ଏଲ୍ଜିର ଏହି ନୂଆ ରୋଲେବୁଲ ଫୋନ୍କୁ ଡାହାଣ ପଟୁ ଟାଣି ହେବ । ତେବେ ଫୋନ୍ରେ କ'ଣ ସବୁ ଫିଚର୍ସ ରହିଛି ଏବଂ ଅନ୍ୟ କ'ଣ ସବୁ କ୍ୱାଲିଟି ରହିଛି ସେ ନେଇ କମ୍ପାନୀ କିଛି ସୂଚନା ଦେଇ ନାହିଁ । ଫୋନ୍ଟି ଲଞ୍ଚ ହେବା ପରେ ହିଁ ଏହାର ଫିଚର୍ସ ସାମ୍ନାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Business
ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି
୫ ବର୍ଷ ହେଲା ‘Aska-40’ ଦର ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ଆସିକା ବିଧାୟକ।