Advertisment

ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍

ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।

TARI

TARI

Advertisment

ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଟାରିଫ୍ ନିୟମରେ ସଂଶୋଧନ ଆଣିଲା TRAI। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।

Advertisment

ଭଏସ୍ କଲ୍ ଓ SMS ପାଇଁ ସ୍ପେସାଲ୍ ଟାରିଫ୍ ଭାଉଚର ରଖିବେ। ଟେଲିକମ୍ କନଜୁମର ପ୍ରୋଟେକସନ ରେଗୁଲେସନ୍ ଓ ଟେଲିକମ୍ୟୁନିକେସନ୍ ଟାରିଫ ନିୟମରେ ସଂଶୋଧନ କରିଛି TRAI। ନୂଆ ନିୟମରେ ମୋବାଇଲ୍ ଡାଟା ବ୍ୟବହାର କରୁ ନଥିବା ଉପଭୋକ୍ତାଙ୍କ ପାଇଁ କଲ୍ ଓ ଏସଏମଏସ୍ ପାଇଁ ସ୍ପେଶାଲ୍ ପ୍ଲାନ୍ ଆଣିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ରହିଛି।

ଏହାଦ୍ୱାରା ଡାଟା ବ୍ୟବହାର କରୁ ନଥିବା ବୟସ୍କ ଓ ବିଶେଷ କରି ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ୍ ବ୍ୟବହାର ଜାଣି ନଥିବା ମୋବାଇଲ୍ ଉପଭୋକ୍ତା ଫାଇଦା ପାଇବେ। ସେହିପରି ସ୍ପେଶାଲ୍ ରିଚାର୍ଜ କୁପନ୍ ଅବଧିକୁ ୯୦ ଦିନରୁ ବର୍ଷେ ପାଇଁ ବୃଦ୍ଧି କରାଯାଇଛି।

Advertisment
TARI Tariff Rules Telecom Connections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe