Advertisment

UCO ବ୍ୟାଙ୍କରେ ୮୨୦ କୋଟିର ସ୍କାମ, ୬୭ ଠିକଣାରେ ସିବିଆଇ ରେଡ

ରାଜସ୍ଥାନ ଓ ମହରାଷ୍ଟ୍ରର ୭ଟି ସହରରେ ଥିବା ଏତେ ସଂଖ୍ୟକ ଠିକଣାରେ ସିବିଆଇ ଟିମ ଏକକାଳୀନ ଯାଞ୍ଚ କରିଛି। ରେଡ ବେଳେ ସିବିଆଇ ଅନେକ ପ୍ରକାରର ଦସ୍ତାବିଜ ଓ ଡିଜିଟାଲ ଯନ୍ତ୍ରାଂଶ ଜବତ କରିଛି।

UCO Bank

UCO Bank

Advertisment

ୟୁକୋ ବ୍ୟାଙ୍କକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୟୁକୋ ବ୍ୟାଙ୍କରେ ତୁରନ୍ତ ପେମେଣ୍ଟ୍ସ ବ୍ୟବସ୍ଥାରେ ୮୨୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହା ସାମ୍ନାକୁ ଆସିବା ପରେ ବ୍ୟାଙ୍କ ସହ ଜଡ଼ିତ ୬୭ଟି ସ୍ଥାନରେ ସିବିଆଇ ରେଡ କରିଛି।

Advertisment

ରାଜସ୍ଥାନ ଓ ମହରାଷ୍ଟ୍ରର ୭ଟି ସହରରେ ଥିବା ଏତେ ସଂଖ୍ୟକ ଠିକଣାରେ ସିବିଆଇ ଟିମ ଏକକାଳୀନ ଯାଞ୍ଚ କରିଛି। ରେଡ ବେଳେ ସିବିଆଇ ଅନେକ ପ୍ରକାରର ଦସ୍ତାବିଜ ଓ ଡିଜିଟାଲ ଯନ୍ତ୍ରାଂଶ ଜବତ କରିଛି।

ଗତବର୍ଷ ୮,୫୩,୦୪୯ ଆଇଏମପିଏସ୍‌ ଟ୍ରାଞ୍ଜାକସନ ହୋଇଥିଲା। ନଭେମ୍ବର ୧୦ରୁ ୧୩ ମଧ୍ୟରେ ହୋଇଥିବା ନେଣଦେଣ ସମୟରେ ଭୁଲ ବଶତଃ ୮୨୦ କୋଟି ଟଙ୍କା ୟୁକୋ ବ୍ୟାଙ୍କର ୪୧ ହଜାର ଆକାଉଣ୍ଟକୁ ଚାଲି ଆସିଥିଲା। ଏନେଇ ଅଭିଯୋଗ ହେବା ପରେ ସିବିଆଇ ମାମଲା କରିଥିଲା। 

Advertisment

ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନ ଓ ମହରାଷ୍ଟ୍ରରେ ବୁଧବାର ଠାରୁ ଏହି ରେଡ କରାଯାଇଛି। ୮୨୦ କୋଟି ଟଙ୍କାର ଆଇଏମପିଏସ୍‌ ଟ୍ରାଞ୍ଜାକସନ ଘଟଣାରେ ୟୁକୋ ବ୍ୟାଙ୍କ ଓ ଆଇଡିଏଫସି ସହ ଜଡ଼ିତ ୧୩୦ଟି ଦସ୍ତାବିଜ ଏବଂ ୪୩ଟି ଡିଜିଟାଲ ଡିଭାଇସ ଜବତ ହୋଇଛି। ଏଥିରେ ୪୦ଟି ମୋବାଇଲ ଫୋନ, ୨ଟି ହାର୍ଡ ଡିସ୍କ ଓ ଗୋଟିଏ ଇଣ୍ଟରନେଟ ଡଙ୍ଗଲ ସମେତ ଆଉ କିଛି ଉପକରଣ ରହିଛି।

୭ଟି ଘରୋଇ ବ୍ୟାଙ୍କର ୧୪,୬୦୦ ଆକାଉଣ୍ଟରୁ ତ୍ରୁଟିଯୁକ୍ତ ଭାବେ ୟୁକୋ ବ୍ୟାଙ୍କର ୪୧ ହଜାର ଆକାଉଣ୍ଟଧାରୀଙ୍କ ଖାତାରେ ଆଇଏମପିଏସ୍‌ ଟ୍ରାଞ୍ଜାକସନ କରାଯାଇଥିଲା। ସେସବୁ ଆକାଉଣ୍ଟରୁ ଟଙ୍କା କଟି ନଥିଲେ ମଧ୍ୟ ୟୁକୋ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଖାତାରେ ଟଙ୍କା ଜମା ହୋଇଥିଲା।

ଟଙ୍କା ଭୁଲବଶତଃ ପାଇଥିଲେ ମଧ୍ୟ ଆକାଉଣ୍ଟଧାରୀମାନେ ଏହାକୁ ବ୍ୟାଙ୍କକୁ ଫେରାଇ ନଥିଲେ। ବରଂ ନିଜ ଆକାଉଣ୍ଟକୁ ଅଜଣା ସୂତ୍ରରୁ ଆସିଥିବା ଟଙ୍କାକୁ ଉଠାଇ ନେଇଥିଲେ। ସେଭଳି ଲୋକଙ୍କ ଠିକଣାରେ ସିବିଆଇ ରେଡ କରିଛି।

ଏହାପୂର୍ବରୁ ୨୦୨୩ ମସିହା ଡିସେମ୍ବର ମାସରେ ସମାନ ଘଟଣାରେ ସିବିଆଇ କୋଲକାତା ଓ ମାଙ୍ଗାଲୋରର ୧୩ଟି ଠିକଣାରେ ରେଡ କରିଥିଲେ। କିଛି ସାଧାରଣ ଲୋକ ଓ ୟୁକୋ ବ୍ୟାଙ୍କ କର୍ମଚାରୀଙ୍କ ଘରେ ରେଡ ହୋଇଥିଲା।

Scam UCO Bank
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe