Advertisment

ଏବେ ଘରେ ବସି ୨୪ ଘଣ୍ଟା ମନ ଇଚ୍ଛା ଟଙ୍କା ନେଣଦେଣ କରିପାରିବେ

ନୂଆଦିଲ୍ଲୀ: ରିୟଲ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସେବା (RTGS)ର ନିୟମ ରାତି ୧୨ଟା ୩୦ରୁ ବଦଳିଯାଇଛି। ଏହି ଆରଟିଜିଏସ ଜରିଆରେ ଏଣିକି ସବୁ ଦିନ ସବୁ ସମୟରେ ୨ ଲକ୍ଷରୁ ଅଧିକ ଟଙ୍କା ନେଣଦେଣ କରିପାରିବେ। ପୂର୍ବରୁ ଉପଭୋକ୍ତା ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡ଼ି ବ୍ୟାଙ୍କ୍ କାର୍ଯ୍ୟକାଳ ସମୟ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ୨ ଲକ୍ଷରୁ ଅଧିକ ଟଙ୍କା ନେଣଦେଣ କରିପାରୁଥିଲେ। ଏବେ ନିୟମ ବଦଳିଯାଇଛି। ଘରୋଇ କମ୍ପାନୀମାନେ ଏହି ସେବାର ଅଧିକ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଏବେ ଘରେ ବସି ୨୪ ଘଣ୍ଟା ମନ ଇଚ୍ଛା ଟଙ୍କା ନେଣଦେଣ କରିପାରିବେ

rtgs

ନୂଆଦିଲ୍ଲୀ: ରିୟଲ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସେବା (RTGS)ର ନିୟମ ରାତି ୧୨ଟା ୩୦ରୁ ବଦଳିଯାଇଛି। ଏହି ଆରଟିଜିଏସ ଜରିଆରେ ଏଣିକି ସବୁ ଦିନ ସବୁ ସମୟରେ ୨ ଲକ୍ଷରୁ ଅଧିକ ଟଙ୍କା ନେଣଦେଣ କରିପାରିବେ। ପୂର୍ବରୁ ଉପଭୋକ୍ତା ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡ଼ି ବ୍ୟାଙ୍କ୍ କାର୍ଯ୍ୟକାଳ ସମୟ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ୨ ଲକ୍ଷରୁ ଅଧିକ ଟଙ୍କା ନେଣଦେଣ କରିପାରୁଥିଲେ। ଏବେ ନିୟମ ବଦଳିଯାଇଛି। ଘରୋଇ କମ୍ପାନୀମାନେ ଏହି ସେବାର ଅଧିକ ଉପକୃତ ହେବେ ବୋଲି ଜଣାପଡ଼ିଛି।

Advertisment

ତେବେ ଗତ ମେ ମାସରେ ଏହାକୁ ସଂଧ୍ୟା ୬ଟା ଯାଏଁ ବୃଦ୍ଧି କରାଯାଇଥିଲା। ପରେ ଗତ କିଛି ଦିନ ତଳେ ବ୍ୟାଙ୍କର ଦ୍ୱିମାସିକ ରଣନୀତି ସମୀକ୍ଷା ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆରଟିଜିଏସ ସେବାରୁ ୨୪ ଘଣ୍ଟିଆ କରାଇବା ନେଇ ସୂଚନା ଦେଇଥିଲେ। ଦେଶରେ ବର୍ତ୍ତମାନ ଏକ ଲକ୍ଷ ୪୦ ହଜାର ବ୍ୟାଙ୍କ ଶାଖାରେ ଆରଟିଜିଏସ୍ ସେବା ଉପଲବ୍ଧ ରହିଥିବା ସୂଚନା ରହିଛି।