Advertisment

Rupee Falls: ଡଲାର ତୁଳନାରେ ରେକର୍ଡ ଦୁର୍ବଳ ସ୍ତରରେ ଟଙ୍କା

ଭାରତ-ଆମେରିକା ବାଣିଜ୍ୟ ଡିଲକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାରରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ଡଲାର ତୁଳନାରେ ଟଙ୍କାର ସ୍ଥିତି ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚି ଯାଇଛି।

Dollar

ଟଙ୍କା

Advertisment

ଦିନକୁ ଦିନ ଆମେରିକାର ଡଲାର(‌US Dollar) ତୁଳନାରେ ଭାରତୀୟ ମୁଦ୍ରାର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ପ୍ରଥମଥର ପାଇଁ ଡଲାର ତୁଳନାରେ ଟଙ୍କାର ସ୍ଥିତି ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚି ଯାଇଛି। ଟଙ୍କାର ସ୍ଥିତି ଗୁରୁତ୍ୱପୂର୍ଣ୍ଣ ୯୦ ମାର୍କ ପାର କରିଯାଇଛି।

Advertisment

ଆଜି ଶେୟାର ବଜାର ଖୋଲିବା କ୍ଷଣି ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା। ଏବେ ୧ ଡଲାରର ମୂଲ୍ୟ ୯୦.୧୩  ଟଙ୍କା ରହିଛି। ପୂର୍ବ ତୁଳନାରେ ଆଜି ଟଙ୍କାର ମୂଲ୍ୟ ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚି ଯାଇଛି। ପୂର୍ବରୁ କେବେ ହେଲେ ଏବି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ପରିମାଣର ହ୍ରାସ ପାଇ ନଥିଲା। ଦିନକ ତଳେ ଡଲାର ତୁଳନାରେ ଟଙ୍କାର ସ୍ଥିତି ସର୍ବକାଳୀନ ଦୁର୍ବଳ ସ୍ଥିତି ୮୯.୯୪ରେ ରହିଥିଲା। ଆଜି ଏହା ଆହୁରି ଦୁର୍ବଳ ହୋଇଯାଇଛି। 

ଭାରତ-ଆମେରିକା ବାଣିଜ୍ୟ ଡିଲକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାରରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ଡଲାର ତୁଳନାରେ ଟଙ୍କାର ସ୍ଥିତି ରେକର୍ଡ ଦୁର୍ବଳ ସ୍ତରରେ ପହଞ୍ଚି ଯାଇଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବାରୁ ଏହାର ପ୍ରଭାବ ଘରୋଇ ଶେୟାର ବଜାର ଉପରେ ମଧ୍ୟ ପଡ଼ିଛି।

Advertisment

ନିଫ୍ଟୀ ଇଣ୍ଡେକ୍ସ ୨୬ ହଜାର ତଳକୁ ଖସି ଯାଇଥିବାରୁ ନିବେଶକମାନେ ବ୍ୟାପକ କ୍ଷତି ସହିଛନ୍ତି। ସେନସେକ୍ସ ମଧ୍ୟ ପ୍ରାୟ ୨୦୦ ପଏଣ୍ଟ ହ୍ରାସ ପାଇଥିବାରୁ ମୁଦ୍ରାସ୍ଫୀତି ଓ ବିଦେଶୀ ନିବେଶ କାର୍ଯ୍ୟକଳାପକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। 

ବୁଧବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ଭଲ ସଙ୍କେତ ମିଳିଥିଲା। ସେନସେକ୍ସ ୧୨ ପଏଣ୍ଟ ଉଠି ୮୫,୧୫୧ରେ ପହଞ୍ଚିଥିଲା। କିନ୍ତୁ ନିଫ୍ଟୀ ୧୮ ପଏଣ୍ଟ ହ୍ରାସ ପାଇ ୨୬,୦୧୪କୁ ଖସି ଯାଇଥିଲା। କିଛି ଘଣ୍ଟା ପରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ସହ ଷ୍ଟକ ମାର୍କେଟକୁ ପ୍ରଭାବିତ କରିଥିଲା। 

ଏଚ୍‌ୟୁଏଲ, ଟାଇଟନ, ଟାଟା ମୋଟର୍ସ ପିଭି, ଏନଟିପିସି, ବେଲ, ଟ୍ରେଣ୍ଟ, ବାଲାଜୀ ଫାଇନସେଭର, କୋଟାକ ବ୍ୟାଙ୍କ, ଅଲଟ୍ରାଟେକ ସିମେଣ୍ଟ, ମାରୁତି ସୁଜୁକି, ଏଲ ଆଣ୍ଡ ଟି, ପାୱାର ଗ୍ରୀଡ ଓ ଆଇଟିସି ବ୍ୟାପକ କ୍ଷତି ସହିଛନ୍ତି। 

US Dollar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe