/odisha-reporter/media/post_attachments/uploads/2022/02/Gold-price.jpg)
Gold price
ନୂଆଦିଲ୍ଲୀ: ସେପଟେ ଚାଲିଛି ଯୁଦ୍ଧ ଆଉ ଏପେଟ ବଢ଼ିଲା ସୁନା ଦର। ଆହୁରି ମହଙ୍ଗା ହେଲା ସୁନା ଓ ରୂପା। ଏକାଥରକେ ମାରିଆ ଲମ୍ବା ଡିଆଁ। ଭାରତରେ ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୪୦୦ ଟଙ୍କା ବଢ଼ିଛି। ସେପଟେ ଏକ କିଲୋ ରୁପା ଦାମ୍ରେ ମଧ୍ୟ ୨ ହଜାରରୁ ଅଧିକ ଟଙ୍କା ବୃଦ୍ଧି ପାଇଛି।
ଭାରତୀୟ ବଜାରରେ ଆଜି ଜାରି ହୋଇଥିବା ସୁନା-ରୁପାର ନୂଆ ଦର ଅନୁସାରେ ୯୯୯ ପିୟ୍ୟୁରିଟି ଥିବା ୧୦ ଗ୍ରାମ ସୁନା ଦାମ୍ ୫୧,୪୧୯ ଟଙ୍କାରେ ପହଞ୍ଚିଛି। ସେହିପରି ଏକ କିଲୋ ରୁପା ଦାମ୍ ବୃଦ୍ଧି ପାଇ ୬୬୫୧୦ରେ ପହଞ୍ଚିଛି।
ଦିନରେ ଦୁଇ ଥର ସୁନା ଓ ରୁପା ଦାମ୍ ଜାରି କରାଯାଏ। ibjarates.com ଅନୁସାରେ ଆଜି ୨୪ କ୍ୟାରେଟ୍ ଥିବା ସୁନା ୧୦ ଗ୍ରାମ ପିଛା ୫୧୨୧୩ ଟଙ୍କାକୁ ବୃଦ୍ଧି ପାଇଛି। ୯୧୬ ସୁଦ୍ଧତା ଥିବା ୨୨ କ୍ୟାରେଟ୍ର ସୁନା ଦାମ୍ ୪୭,୧୦୦ ଟଙ୍କା, ୭୫୦ ପିୟ୍ୟୁରିଟି ଥିବା ୧୮ କ୍ୟାରେଟ୍ ସୁନା ଦାମ୍ ୩୮୫୬୪ ଓ ୫୮୫ ସୁଦ୍ଧତା ଥିବା ୧୪ କ୍ୟାରେଟ୍ର ସୁନା ଦାମ୍ ୩୦,୦୮୦କୁ ବୃଦ୍ଧି ପାଇଛି। ସେହିପରି ୯୯୯ ପିୟ୍ୟୁରିଟି ଥିବା ଖାଣ୍ଟି ରୁପାର ଦାମ୍ କିଲୋ ପିଛା ବୃଦ୍ଧି ପାଇ ୬୬୫୧୦ରେ ପହଞ୍ଚିଛି।
/odisha-reporter/media/post_attachments/aajtak/styles/medium_crop_simple/public/images/story/202202/gold_rates.jpg)
ସୂଚନା ମୁତାବକ, ପ୍ରତିଦିନ ସୁନା ଓ ରୁପା ଦାମ୍ରେ ପରିବର୍ତ୍ତନ ହୁଏ। କିନ୍ତୁ ଆଜି ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଭାବ ଭାରତୀୟ ବଜାର ଉପରେ ପଡିଥିବା ଦେଖିବାକୁ ମିଳିଛି। ୯୯୯ ପିୟ୍ୟୁରିଟି ଥିବା ଖାଣ୍ଟି ସୁନା ଦାମ୍ ୧୦ ଗ୍ରାମ ପିଛା ୧୩୭୦ ଟଙ୍କା ବଢ଼ିଛି। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୩୬୪, ୨୨ କ୍ୟାରେଟ୍ ସୁନାରେ ୧୨୫୫, ୧୮ କ୍ୟାରେଟ୍ ସୁନା ୧୦୭୨, ୧୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୮୦୧ଟଙ୍କା ବୃଦ୍ଧି ପାଇଛି। ସେପଟେ ଏକ କିଲୋଗ୍ରାମ ରୁପା ପିଛା ୨୨୯୮ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
