Advertisment

କେତେ ଦରମା ପାଉଛନ୍ତି ଗୁଗଲ କର୍ମଚାରୀ? ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗଲ କର୍ମଚାରୀମାନଙ୍କ ଦରମା ତାଲିକା ଲିକ୍‌ ହୋଇଯାଇଛି। ବିଜନେସ ଇନସାଇଡର ହାତରେ କର୍ମଚାରୀମାନେ କେତେ ଟଙ୍କା ଲେଖାଏ ପାଉଛନ୍ତି, ତା’ର ତଥ୍ୟ ଲାଗିଛି।

ଅଦ୍ୟତନ ହୋଇଛି
Google

Google

Advertisment

ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର କର୍ମଚାରୀମାନଙ୍କୁ ଦରମା ବାବଦରେ କେତେ ଟଙ୍କା ଦେଉଛି? କମ୍ପାନୀ ସବୁବେଳେ ଦାବି କରି ଆସୁଛି ଯେ ସଂସ୍ଥାର କର୍ମଚାରୀମାନଙ୍କୁ ମୋଟ ଅଙ୍କର ଦରମା ମିଳୁଛି। କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଗୁଗଲ ଅନ୍ୟତମ ବୋଲି ସବୁବେଳେ କହି ଆସୁଛି।

Advertisment

ଏସବୁ ଭିତରେ ଗୁଗଲ କର୍ମଚାରୀମାନଙ୍କ ଦରମା ତାଲିକା ଲିକ୍‌ ହୋଇଯାଇଛି। ବିଜନେସ ଇନସାଇଡର ହାତରେ କର୍ମଚାରୀମାନେ କେତେ ଟଙ୍କା ଲେଖାଏ ପାଉଛନ୍ତି, ତା’ର ତଥ୍ୟ ଲାଗିଛି। କର୍ମଚାରୀମାନେ ୨୦୨୨ରେ ହାରାହାରି ୨୭୯,୮୦୨ ଡଲାର ବା ଭାରତୀୟ ମୁଦ୍ରାରେ ୨.୩୦ କୋଟି ଟଙ୍କା ଦରମା ଆକାରରେ ପାଇଛନ୍ତି।

ଗୁଗଲ କର୍ମଚାରୀଙ୍କ ମଧ୍ୟରେ ଶେୟାର କରାଯାଇଥିବା ଇଣ୍ଟରନାଲ ସ୍ପ୍ରେଡଶିଟ୍‌କୁ ସ୍ପଷ୍ଟ ହୋଇଛି ଯେ ବିଭିନ୍ନ ପଦପଦବୀ ପାଇଁ କମ୍ପାନୀର ନିର୍ଦ୍ଦିଷ୍ଟ ଦରମା ଫର୍ମାଟ ରହିଛି। କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟରମାନେ ସବୁଠାରୁ ଅଧିକ ଦରମା ପାଉଛନ୍ତି। ୨୦୨୨ରେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ସର୍ବାଧିକ ୭୧୮,୦୦୦ ଡଲାର ମିଳିଥିଲା। 

Advertisment

ଏହି ତାଲିକାରେ ସଫ୍ଟୱେୟାର ଇଞ୍ଜିନିୟର, ବିଜନେସ ଆନାଲିଷ୍ଟିସ, ସେଲ୍ସ ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ କାମ କ’ଣ ସେବିଷୟରେ ମଧ୍ୟ ତଥ୍ୟ ରହିଛି। ଯଦି ଆମେ ଲିକ୍‌ ହୋଇଥିବା ତଥ୍ୟକୁ ବିଚାରକୁ ନେବା, ତା’ହେଲେ ଇଞ୍ଜିନିୟରିଂ, ବିଜନେସ ଓ ସେଲ୍ସ ବିଭାଗରେ ଥିବା ୧୦ଟି ପଦର କର୍ମଚାରୀମାନେ ସବୁଠାରୁ ଅଧିକ ଦରମା ପାଇଉନ୍ତି। 

ଗୁଗଲର ଦରମା ଶିଟ୍‌ରେ ଷ୍ଟକ ବିକଳ୍ପ ଓ ବୋନସ ବ୍ୟବସ୍ଥା ମଧ୍ୟ ରହିଛି। ଏହା ମୂଳ ଦରମା ବାଦ ମିଳିଥାଏ। ୨୦୨୨ରେ ସଫ୍ଟୱେୟାର ଇଞ୍ଜିନିୟର୍ସ ଇକ୍ୟୁଟି ବାବଦରେ ୧.୫ ମିଲିୟନ ଡଲାର ଆୟ କରିଛନ୍ତି।

୨୦୨୨ରେ ସର୍ବାଧିକ ଦରମା ପାଇଥିବା ତାଲିକାରେ ସଫ୍ଟୱେୟାର ଇଞ୍ଜିନିୟର ୫.୯୦ କୋଟି, ଇଞ୍ଜିନିୟର ମ୍ୟାନେଜର ୩.୨୮ କୋଟି, ଏଣ୍ଟରପ୍ରାଇଜ ଡାଇରେକ୍ଟ ସେଲ୍ସ ୩.୦୯ କୋଟି, ଲିଗାଲ କର୍ପୋରେଟ କାଉନସିଲ ୨.୬୨ କୋଟି, ସେଲ୍ସ ଷ୍ଟ୍ରାଟେଜୀ ୨.୬୨ କୋଟି, ୟୁଏକ୍ସ ଡିଜାଇନ ୨.୫୮ କୋଟି, ସରକାରୀ ବ୍ୟାପାର ଓ ପବ୍ଲିକ ପଲିସି ୨.୫୬ କୋଟି, ରିସର୍ଚ୍ଚ ସାଇଣ୍ଟିଷ୍ଟ ୨.୫୩ କୋଟି, କ୍ଲାଉଡ ସେଲ୍ସ ୨.୪୭ କୋଟି ଓ ପ୍ରୋଗ୍ରାମ ମ୍ୟାନେଜର ୨.୪୬ କୋଟି ଟଙ୍କା ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ତଥ୍ୟ ନିର୍ଦ୍ଦିଷ୍ଟ ଭାବେ ଆମେରିକାରେ ଫୁଲ ଟାଇମ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରହିଛି। ଏହା ଗୁଗଲର ଅନ୍ୟ କୌଣସି ସଂସ୍ଥା ପାଇଁ ନୁହେଁ। ସେହିପରି ବହୁତ କମ ଲୋକଙ୍କ ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ ହୋଇଛି। ସମସ୍ତ କର୍ମଚାରୀ ସେମାନଙ୍କ ଇକ୍ୟୁଟି ଓ ବୋନସ ତଥ୍ୟ ଦେଇ ନାହାନ୍ତି।

Google Salary Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe