Advertisment

ଆପଲ୍ ସହରରେ ସାମ୍‌ସଙ୍ଗର ଷ୍ଟ୍ରାଟେଜି

ମାର୍କେଟିଂ ଷ୍ଟ୍ରାଟେଜି ଯେ କେତେ ରୋଚକ ହୋଇ ପାରେ, ତାହା ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ଆପଣାଛାଏଁ ବାରି ହୋଇ ପଡୁଛି। ଆମେ ଏବେ ଦେଖୁଛେ, ଗୋଟେ ଗୋଟେ ନିର୍ଦ୍ଦିଷ୍ଟ ଲୋକପ୍ରିୟ ବ୍ରାଣ୍ଡର ଫାଇଦା ନେବା ପାଇଁ ଅନେକ ସଂସ୍ଥା ପ୍ରୟାସ କରୁଛନ୍ତି। ନିଜ ବ୍ରାଣ୍ଡର ପ୍ରମୋଶନ ପାଇଁ ଏକ ଲୋକାଦୃତ ତଥା ପରିଚିତ ବ୍ରାଣ୍ଡର ନାମ ସହ ସାମଞ୍ଜସ୍ୟ ଥିଲା ଭଳି ନାମ ଦେଉଛନ୍ତି। ଯେପରି ବ୍ରାକବେରି ଓ ବ୍ଲାକ୍ ବିୟର। ଏଠାରେ ସାମ୍‌ସଙ୍ଗର ଏଭଳି ଏକ […]

ଅଦ୍ୟତନ ହୋଇଛି
ଆପଲ୍ ସହରରେ ସାମ୍‌ସଙ୍ଗର ଷ୍ଟ୍ରାଟେଜି

Samsung_distributes_Galaxy_S9_in_Apple

Advertisment

ମାର୍କେଟିଂ ଷ୍ଟ୍ରାଟେଜି ଯେ କେତେ ରୋଚକ ହୋଇ ପାରେ, ତାହା ବର୍ତ୍ତମାନର ପ୍ରତିଯୋଗିତାମୂଳକ ବଜାରରେ ଆପଣାଛାଏଁ ବାରି ହୋଇ ପଡୁଛି। ଆମେ ଏବେ ଦେଖୁଛେ, ଗୋଟେ ଗୋଟେ ନିର୍ଦ୍ଦିଷ୍ଟ ଲୋକପ୍ରିୟ ବ୍ରାଣ୍ଡର ଫାଇଦା ନେବା ପାଇଁ ଅନେକ ସଂସ୍ଥା ପ୍ରୟାସ କରୁଛନ୍ତି। ନିଜ ବ୍ରାଣ୍ଡର ପ୍ରମୋଶନ ପାଇଁ ଏକ ଲୋକାଦୃତ ତଥା ପରିଚିତ ବ୍ରାଣ୍ଡର ନାମ ସହ ସାମଞ୍ଜସ୍ୟ ଥିଲା ଭଳି ନାମ ଦେଉଛନ୍ତି। ଯେପରି ବ୍ରାକବେରି ଓ ବ୍ଲାକ୍ ବିୟର।

Advertisment

ଏଠାରେ ସାମ୍‌ସଙ୍ଗର ଏଭଳି ଏକ ମଜାଦାର୍ ଚାଲ୍ ଖେଳିଛି। ଇଲେକଟ୍ରନିକ୍ସ ଉତ୍ପାଦ ‍କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାମ୍‌ସଙ୍ଗ ଏଭଳି ଏକ ପନ୍ଥା ଆପଣାଇଛି, ଯାହା ଶୁଣିଲେ ଅନ୍ୟକୁ ଶୁଣାଇବାକୁ ଇଚ୍ଛା ହେବ। ଜର୍ମାନୀର ଏକ ଛୋଟ ସହରର ନାମ ଆପେଲ୍‌। ଯାହାର ଇଂରାଜୀ ବନାନ ଓ ଉଚ୍ଚାରଣ ପ୍ରାୟ 'ଆପଲ୍‌' ପରି। ତାହା ଆପଲ୍‌ ସହର ଭାବେ ପରିଚିତ।

ଏହି ଆପଲ୍‌ ସହରରେ ସାମ୍‌ସଙ୍ଗ ଏହାର ଗାଲାକ୍ସି ଏସ୍ ୯ ମଡେଲକୁ ମାଗଣାରେ ଲୋକଙ୍କ ମଧ୍ୟରେ ବିତରଣ କରିଛି। ଯାହାର ବଜାର ଦର ଫୋନ୍‌ ପିଛା ୫୦ ହଜାର ଟଙ୍କାରୁ ବି ଅଧିକ। ଏହି ଛୋଟ ଆପଲ୍ ସହରରେ ମାତ୍ର ୩୧୨ ଜଣ ଲୋକ ବାସ କରୁଥିବା ବେଳେ ସାମ୍‌ସଙ୍ଗ  ଏହାର ମାର୍କେଟିଂ ଟିମର ୧୮ ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ଏହି କାରସାଦି କରିଛି।

Advertisment

ମାଗଣାରେ ୫୦ ହଜାର ଟଙ୍କା ମୂଲ୍ୟର ଫୋନ ମିଳୁଥିବାରୁ ସ୍ଥାନୀୟ ଅଧିବାସୀ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ଏହାକୁ ନେଇ ଏକ ସଂ‍କ୍ଷିପ୍ତ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe