ଆସିଲା ସାମସଙ୍ଗ୍‌ର ନୂଆ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ Galaxy A ସିରିଜ୍‌ ତା’ର ନୂଆ ସ୍ମାର୍ଟଫୋନ୍‌ Galaxy A20sକୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ୍‌ଟି Galaxy A20 ସିରିଜ୍‌ର ଅପ୍‌ଗ୍ରେଡ୍‌ ଭର୍ସନ୍‌। ଫଟୋ ଓ ଭିଡିଓ ପାଇଁ ଏହି ଫୋନ୍‌ର ପଛରେ ତିନୋଟି କ୍ୟାମେରା ରହିଥିବା ବେଳେ 15Wର ଫାଷ୍ଟ୍ ଚାର୍ଜିଙ୍ଗ୍‌ ସପୋର୍ଟ ଓ ନୂଆ ଡିଜାଇନ୍ ଦିଆଯାଇଛି। Galaxy A20sର ପ୍ରାରମ୍ଭିକ ମୂଲ୍ୟ ଭାରତରେ ୧୧,୯୯୯ ଟଙ୍କା ରଖାଯାଇଛି। ଏହି ମୂଲ୍ୟ କେବଳ ୩ ଜିବି ଓ ୩୨ ଜିବି […]

mobile

Puspanjali Panda
  • Published: Monday, 07 October 2019
  • , Updated: 07 October 2019, 01:57 PM IST

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ Galaxy A ସିରିଜ୍‌ ତା’ର ନୂଆ ସ୍ମାର୍ଟଫୋନ୍‌ Galaxy A20sକୁ ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ୍‌ଟି Galaxy A20 ସିରିଜ୍‌ର ଅପ୍‌ଗ୍ରେଡ୍‌ ଭର୍ସନ୍‌। ଫଟୋ ଓ ଭିଡିଓ ପାଇଁ ଏହି ଫୋନ୍‌ର ପଛରେ ତିନୋଟି କ୍ୟାମେରା ରହିଥିବା ବେଳେ 15Wର ଫାଷ୍ଟ୍ ଚାର୍ଜିଙ୍ଗ୍‌ ସପୋର୍ଟ ଓ ନୂଆ ଡିଜାଇନ୍ ଦିଆଯାଇଛି।

Galaxy A20sର ପ୍ରାରମ୍ଭିକ ମୂଲ୍ୟ ଭାରତରେ ୧୧,୯୯୯ ଟଙ୍କା ରଖାଯାଇଛି। ଏହି ମୂଲ୍ୟ କେବଳ ୩ ଜିବି ଓ ୩୨ ଜିବି ଷ୍ଟୋରେଜ୍‌ କ୍ଷମତା ଥିବା A20s ଫୋନ୍‌ ପାଇଁ ରହିଛି। ସେହିପରି ୪ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ କ୍ଷମତା ଥିବା A20s ଫୋନ୍‌ର ମୂଲ୍ୟ ୧୩,୯୯୯ ଟଙ୍କା ରଖାଯାଇଛି।

ଅକ୍ଟୋବର ୫ ତାରିଖରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକମାନେ ଚାହିଁଲେ ଏହାକୁ ଅନଲାଇନ୍‌ ଇ-କମର୍ସ ସାଇଟ୍‌ରୁ କିଣି ପାରିବେ। ଗ୍ରୀନ୍‌, ବ୍ଲୁ ଓ ବ୍ଲାକ୍‌ କଲର୍‌ରେ ଏହି ଫୋନ୍‌ ଉପଲବ୍ଧ ହେଉଛି।

Galaxy A20s ରହିଛି ଏହିସବୁ ଫିଚର୍‌

- ୬.୫ ଇଞ୍ଚ୍‌ ଏଚ୍‌ଡି ସହିତ ଇନ୍‌ଫିନିଟି- ଭି ଡିସ୍‌ପ୍ଲେ
- ୪ ଜିବି ପର୍ଯ୍ୟନ୍ତ ରାମ୍‌ ଓ ୬୪ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌
- ସ୍ୱାପ୍‌ଡ୍ରାଗନ୍‌ର ୪୫୦ ପ୍ରୋସେସର୍‌
- ମେମୋରୀ କାର୍ଡ ସାହାଯ୍ୟରେ ଷ୍ଟୋରେଜ୍‌କୁ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ
- ରିୟର୍‌ କ୍ୟାମେରାରେ ଫିଙ୍ଗର୍‌ପ୍ରିଣ୍ଟ ସେନ୍‌ସର୍‌ ରହିଛି
- ୧୩ ମେଗା ପିକ୍ସେଲ୍‌ ପ୍ରାଇମେରୀ କ୍ୟାମେରା, ୮ ଏମ୍‌ପି ଅଲ୍‌ଟ୍ରା ଆଙ୍ଗେଲ୍‌ ଲେନ୍ସ ଓ ୫ ଏମ୍‌ପି ଡେପ୍‌ଥ ସେନ୍‌ସର୍‌ ରହିଛି
- 15W ଫାଷ୍ଟ ଚାର୍ଜିଙ୍ଗ୍‌ ସପୋର୍ଟ ସହିତ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ କ୍ଷମତା
- ଗ୍ରାହକଙ୍କ ମାନେ Dolby Atmos ସରାଉଣ୍ଡ ସାଉଣ୍ଡ ଟେକ୍ନୋଲୋଜିର ମଜା ନେଇପାରିବେ

 

Related story