Advertisment

ଲଞ୍ଚ୍ ହେଲା ସାମସଙ୍ଗ ଗାଲାକ୍ସି A21

ଦକ୍ଷିଣ କୋରିଆ କମ୍ପାୀ ସାମସଙ୍ଗ ତା’ର ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି A21 ଲଞ୍ଚ୍ କରିଛି। କମ୍ପାନୀ ଏହାକୁ ଗତ ଶୁକ୍ରବାର ଦିନ ଲଣ୍ଡନରେ ଲଞ୍ଚ୍ କରିଛି। ଭାରତରେ ମଧ୍ୟ ଏହା ଖୁବ ଶୀଘ୍ର ଲଞ୍ଚ୍ ହେବ।  ଏହି ସ୍ମାର୍ଟଫୋନର ବିଶେଷତ୍ତ୍ୱ ହେଉଛି ଏହାର ଇନଫିନିଟି-ଓ ଡିସପ୍ଲେ ଓ କ୍ୱାଡ୍ କ୍ୟାମେରା ସେଟଅପ୍। Samsung Galaxy A21ର ବିକ୍ରି ଜୁନ୍ ୧୯ରୁ ବ୍ରିଟେନରେ ଆରମ୍ଭ ହେବ। କମ୍ପାନୀ ଏହି ଫୋନର ମୂଲ୍ୟ GBP 179 (ପ୍ରାୟ 16,500 […]

author-image
Chinmayee Roy
ଲଞ୍ଚ୍ ହେଲା ସାମସଙ୍ଗ ଗାଲାକ୍ସି A21

a21

ଦକ୍ଷିଣ କୋରିଆ କମ୍ପାୀ ସାମସଙ୍ଗ ତା’ର ନୂଆ ଫୋନ୍ ସାମସଙ୍ଗ ଗାଲାକ୍ସି A21 ଲଞ୍ଚ୍ କରିଛି। କମ୍ପାନୀ ଏହାକୁ ଗତ ଶୁକ୍ରବାର ଦିନ ଲଣ୍ଡନରେ ଲଞ୍ଚ୍ କରିଛି। ଭାରତରେ ମଧ୍ୟ ଏହା ଖୁବ ଶୀଘ୍ର ଲଞ୍ଚ୍ ହେବ।  ଏହି ସ୍ମାର୍ଟଫୋନର ବିଶେଷତ୍ତ୍ୱ ହେଉଛି ଏହାର ଇନଫିନିଟି-ଓ ଡିସପ୍ଲେ ଓ କ୍ୱାଡ୍ କ୍ୟାମେରା ସେଟଅପ୍।

Advertisment

Samsung Galaxy A21ର ବିକ୍ରି ଜୁନ୍ ୧୯ରୁ ବ୍ରିଟେନରେ ଆରମ୍ଭ ହେବ। କମ୍ପାନୀ ଏହି ଫୋନର ମୂଲ୍ୟ GBP 179 (ପ୍ରାୟ 16,500 ଟଙ୍କା) ରଖିଛି। ଏହି ସ୍ମାର୍ଟଫୋନ୍ ଗ୍ରାହକମାନଙ୍କ ପାଇଁ କଳା, ଧଳା ଏବଂ ନୀଳ ରଙ୍ଗର ତିନିଟି କଲର ଅପଶନରେ ଉପଲବ୍ଧ ହେବ।

publive-imageSamsung Galaxy A21ର ଫିଚର୍:

ଏହି ସ୍ମାର୍ଟଫୋନରେ 6.5-ଇଞ୍ଚ HD + (720X1600 ପିକ୍ସେଲ) ଇନଫିନିଟି-ଓ ଡିସପ୍ଲେ ଦିଆଯାଇଛି। ଏହି ଫୋନ୍ ଆଣ୍ଡ୍ରଏଡ୍ 10 ବେସ୍ଡ୍ One UIରେ ଚାଲିଥାଏ। ଏଥିରେ 3 ଜିବି ରାମ୍ ଏବଂ 32 ଜିବି ଷ୍ଟୋରେଜ୍ ଦିଆଯାଇଛି, ଯାହାକୁ ମେମୋରୀ କାର୍ଡ଼ ସାହାଯ୍ୟରେ 512GB କୁ ବୃଦ୍ଧି କରାଯାଇପାରିବ। ଏଥିରେ MediaTek Helio P35 (MT6765) ପ୍ରୋସେସର୍ ଦିଆଯାଇଛି।

Advertisment

ଫଟୋଗ୍ରାଫି ପାଇଁ ଏହାର ପଛରେ କ୍ୱାଡ୍ କ୍ୟାମେରା ସେଟଅପ୍ ଦିଆଯାଇଛି। ଯେଉଁଥିରେ 48MPର ପ୍ରାଇମେରି କ୍ୟାମେରା, 8MPର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, 2MP ଡେପ୍ଥ କ୍ୟାମେରା ଏବଂ 2MP ମାକ୍ରୋ କ୍ୟାମେରା ରହିଛି। ସେଲଫି ପାଇଁ ଏଥିରେ 13MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥିରେ 15W ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 4000mAh ବ୍ୟାଟେରୀ ରହିଛି। ସିକ୍ୟୁରିଟି ପାଇଁ ଏହାର ପଛରେ ଫିଙ୍ଗର ପ୍ରିଣ୍ଟ ସେନସର୍ ମଧ୍ୟ ଦିଆଯାଇଛି।