Advertisment

ଭାରତରେ ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଆଜି ଭାରତରେ ତା’ର ଏକ ନୂଆ ଫୋନ୍‌ ଲଞ୍ଚ୍‌ କରିଛି। କମ୍ପାନୀ ଗତ ସପ୍ତାହରେ USରେ ଲଞ୍ଚ୍ କରିଥିବା Samsung Galaxy Foldକୁ ଆଜି ଭାରତରେ ଲଞ୍ଚ୍‌ କରିଛି। କମ୍ପାନୀ ଆଜି ଲଞ୍ଚ୍ ଇଭେଣ୍ଟରେ ଏହାର ମୂଲ୍ୟ ଓ ଉପଲବ୍ଧତା ବିଷୟରେ ସୂଚନା ଦେଇଛି। ଭାରତରେ ଏହାର ମୂଲ୍ୟ  ୧ ଲକ୍ଷ ୬୪ ହଜାର ୯୯୯ ଟଙ୍କା ରଖାଯାଇଛି। ସୂଚନା ଅନୁଯାୟୀ, କମ୍ପାନୀ  USର ୨୦୧୯ ଅନ୍‌ପ୍ୟାକ୍ଡ ଇଭେଣ୍ଟରେ ଏହି ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ […]

ଅଦ୍ୟତନ ହୋଇଛି
ଭାରତରେ ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍

Samsung Galaxy Fold

Advertisment

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଆଜି ଭାରତରେ ତା’ର ଏକ ନୂଆ ଫୋନ୍‌ ଲଞ୍ଚ୍‌ କରିଛି। କମ୍ପାନୀ ଗତ ସପ୍ତାହରେ USରେ ଲଞ୍ଚ୍ କରିଥିବା Samsung Galaxy Foldକୁ ଆଜି ଭାରତରେ ଲଞ୍ଚ୍‌ କରିଛି। କମ୍ପାନୀ ଆଜି ଲଞ୍ଚ୍ ଇଭେଣ୍ଟରେ ଏହାର ମୂଲ୍ୟ ଓ ଉପଲବ୍ଧତା ବିଷୟରେ ସୂଚନା ଦେଇଛି। ଭାରତରେ ଏହାର ମୂଲ୍ୟ  ୧ ଲକ୍ଷ ୬୪ ହଜାର ୯୯୯ ଟଙ୍କା ରଖାଯାଇଛି।

Advertisment

ସୂଚନା ଅନୁଯାୟୀ, କମ୍ପାନୀ  USର ୨୦୧୯ ଅନ୍‌ପ୍ୟାକ୍ଡ ଇଭେଣ୍ଟରେ ଏହି ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିଥିଲା। ସେଠାରେ ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷ ୪୧ ହଜାର ୩୦୦ ଟଙ୍କା ରହିଛି। କିନ୍ତୁ ଭାରତରେ ଏହାର ମୂଲ୍ୟ ୨୩ ହଜାର ୬୦୦ ଟଙ୍କା ଅଧିକ ରହିଛି। ଏହି ଫୋନ୍‌ର ବୁକିଂ ଅକ୍ଟୋବର ୪ରୁ ବୁକିଂ ଆରମ୍ଭ ହୋଇଯିବ। ଆଉ ଏହାର ଡେଲିଭରି ୨୦ ଅକ୍ଟୋବରରୁ ହେବ।

publive-image

ଫିଚର

ଏହି ହାଇ ବଜେଟ୍‌ ସ୍ମାର୍ଟଫୋନ୍‌ରେ ବାହାର ପଟକୁ ୪.୬ ଇଞ୍ଚ୍‌ ଏଚ୍‌ଡି ପ୍ଲସ୍‌ ସୁପର AMOLED ଡିସପ୍ଲେ ଦିଆଯାଇଛି। ସେହିପରି ଏହାର ଭିତରପଟେ ଅର୍ଥାତ୍‌ ଉପରେ ୭.୩ ଇଞ୍ଚ୍‌ QXGA+ ଡାଏନାମିକ୍ AMOLED ଡିସପ୍ଲେ ଦିଆଯାଇଛି। ଏଥିସହ 7nm ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍‌  ୮୫୫ ପ୍ରୋସେସର୍‌ ସହ ୧୨୮ ଜିବି ରାମ୍‌ ଓ ୫୧୨ ଜିବି ଷ୍ଟୋରେଜ୍‌ ଦିଆଯାଇଛି।

Advertisment

ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ଏଥିରେ ସମୁଦାୟ ୬ଟି କ୍ୟାମେରା ଦିଆଯାଇଛି। ରିୟର୍‌ରେ12MP, 12MP ଓ 16MPର ୩ଟି କ୍ୟାମେରା ଓ ଫୋନ୍‌କୁ ପୋଲ୍ଡ କଲେ 10MP ଓ 8MPର ଡୁଆଲ କ୍ୟାମେରା ସହ ସେଲଫି ପାଇଁ ଏଥିରେ 10MPର ଫ୍ରଣ୍ଟ କ୍ୟାମେରା ରହିଛି। ଭାରତରେ ଏହା ପ୍ରଥମ ଡୁଆଲ୍‌ ଫ୍ରଣ୍ଟ କ୍ୟାମେରା ଯୁକ୍ତ ଫୋନ୍‌ ହେବ। ଏହା ବ୍ୟତୀତ ଏହି ଫୋନ୍‌ରେ ସାଇଡ୍‌ ଫିଙ୍ଗରପ୍ରିଣ୍ଟ ସେନ୍‌ସର୍‌ ସହ 4,380mAhର ବ୍ୟାଟେରୀ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe