Advertisment

ଭାରତରେ ଲଞ୍ଚ୍‌ ହେଲା Samsung Galaxy S10 Lite

ମୁମ୍ବାଇ: ସାଉଥ୍ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିଦେଇଛି Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ଏହି ଫୋନ୍‌ଟି ଜାନୁଆରୀ ୭ରେ ୟୁଏସ୍‌ର ଲାସ୍‌ଭେଗାସ୍‌ରେ ହୋଇଥିବା CES 2020ରେ ଲଞ୍ଚ୍ ହୋଇଥିଲା। କମ୍ପାନୀ ଏବେ ଏହାକୁ ଭାରତରେ ଲଞ୍ଚ୍ କରିଦେଇଛି। କମ୍ପାନୀ Galaxy S10 Liteର କେବଳ 8GB ରାମ୍‌ + 128GB ଷ୍ଟୋରେଜ୍ ଭ୍ୟାରିଆଣ୍ଟକୁ ଲଞ୍ଚ୍‌ କରିଛି। ତେବେ ଏହା ୬ ଜିବି ରାମ୍‌ ଭର୍ସନକୁ […]

author-image
Chinmayee Roy
ଭାରତରେ ଲଞ୍ଚ୍‌ ହେଲା Samsung Galaxy S10 Lite

samsung

ମୁମ୍ବାଇ: ସାଉଥ୍ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିଦେଇଛି Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ଏହି ଫୋନ୍‌ଟି ଜାନୁଆରୀ ୭ରେ ୟୁଏସ୍‌ର ଲାସ୍‌ଭେଗାସ୍‌ରେ ହୋଇଥିବା CES 2020ରେ ଲଞ୍ଚ୍ ହୋଇଥିଲା। କମ୍ପାନୀ ଏବେ ଏହାକୁ ଭାରତରେ ଲଞ୍ଚ୍ କରିଦେଇଛି।

Advertisment

କମ୍ପାନୀ Galaxy S10 Liteର କେବଳ 8GB ରାମ୍‌ + 128GB ଷ୍ଟୋରେଜ୍ ଭ୍ୟାରିଆଣ୍ଟକୁ ଲଞ୍ଚ୍‌ କରିଛି। ତେବେ ଏହା ୬ ଜିବି ରାମ୍‌ ଭର୍ସନକୁ କମ୍ପାନୀ ପରେ ଲଞ୍ଚ୍‌ଲ୍ କରିବ। ଏହି ଫୋନ୍‌ଟିର ମୂଲ୍ୟ କମ୍ପାନୀ ଏବେ  ୩୯ ହଜାର ୯୯୯ ଟଙ୍କା ରଖିଛି। ତେବେ ଆଜି ଦିନ୍‌ ୨ଟାରେ ଏଥିପାଇଁ ପ୍ରିବୁକିଂ ଆରମ୍ଭ ହେବ ଓ ଫେବୃଆରୀ ୪ରେ ଏହା ଫ୍ଲିପ୍‌କାର୍ଟ, ସାମସଙ୍ଗର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଓ କିଛି ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ମିଳିବ। ଫୋନ୍‌ଟି ଗ୍ରାହକଙ୍କୁ ପ୍ରିଜିମ୍‌ ହ୍ୱାଇଟ୍, ପ୍ରିଜିମ୍‌, ବ୍ଲାକ୍‌ ଓ ପ୍ରିଜିମ୍‌ ବ୍ଲୁ ଏହି ୩ଟି କଲର୍‌ ଅପଶନ୍‌ରେ ମିଳିବ।

ଲଞ୍ଚ୍‌ ଅଫର୍‌ କଥା କହିଲେ କମ୍ପାନୀ ଏକ ପ୍ରି-ବୁକିଂ ପ୍ରମୋଶନ୍‌ କରୁଛି, ଯେଉଁଥିରେ କି ମାତ୍ର ୧ ହଜାର ୯୯୯ ଟଙ୍କାରେ ୱାନ୍‌ ଟାଇମ୍‌ ସ୍କ୍ରିନ୍‌ ରିପ୍ଲେସମେଣ୍ଟର ଅଫର୍‌ ରହିଛି। ଏହା ବ୍ୟତୀତ ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ଼ରେ ଫୋନ୍‌ଟିକୁ କିଣନ୍ତି, ତେବେ ଆପଣଙ୍କୁ ୩ ହଜାର ଟଙ୍କାର ଇନ୍‌ଷ୍ଟାଣ୍ଟ କ୍ୟାଶ୍ ବ୍ୟାକ୍‌ ମିଳିବ।

Advertisment

Galaxy S10 Liteର ଫିଚର:

  • ଡିସ୍‌ପ୍ଲେ ସାଇଜ୍‌: ୬. ୭ଇଞ୍ଚ୍ ୱିଥ୍  394ppi ପିକ୍ସେଲ୍‌ ଡେନ୍‌ସିଟି
  • ଡିସ୍‌ପ୍ଲେ ଟାଇପ୍:  ଫୁଲ୍‌ ଏଚ୍‌ଡି infinity-O ସୁପର ଆମୋଲେଡ୍ 1080×2400 ପିକ୍ସେଲ୍ନ୍
  • ଆଣ୍ଡ୍ରଏଡ୍‌ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍‌ଡ ColorOS 6
  • ପ୍ରସେସର୍: କ୍ୱାଲକମ୍‌ ସ୍ନାପଡ୍ରାଗନ 855 ପ୍ରୋସେସର
  • ରାମ୍: 6 GB, 8 GB
  • ଷ୍ଟୋରେଜ୍: 128 GB
  • ରିୟର କ୍ୟାମେରା: 48 MP + 12 MP + 5MP
  • ଫ୍ରଣ୍ଟ୍‌ କ୍ୟାମେରା: 32 MP
  • ବ୍ୟାଟେରୀ: 4,500mAh ସହ ୨୫ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ବି ଦିଆଯାଇଛି।