Advertisment

ସାମସଙ୍ଗର ଦୁଇଟି ସ୍ମାର୍ଟଫୋନ୍‌ରେ ଆସିଲା ଆଣ୍ଡ୍ରଏଡ୍‌ ୧୦ ଅପଡେଟ୍‌

ନୂଆଦିଲ୍ଲୀ: ସାମସଙ୍ଗର ଦୁଇଟି ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ୍‌ ୧୦ର ଅପଡେଟ୍‌ ମିଳୁଛି।  ନିକଟରେ କମ୍ପାନୀ ନିଜର ୨ଟି ପ୍ଲାଗସିପ୍‌ ଫୋନ୍‌ Galaxy S10 ଓ Galaxy Note 10 ପାଇଁ ଆଣ୍ଡ୍ରଏଡ୍‌ ୧୦ର ଅପ୍‌ଡେଟ୍ ଜାରି କରିଛି। ଆଉ ଏବେ ପୂରୁଣା ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ Galaxy S9 ଓ Galaxy S9 Plus ପାଇଁ ମଧ୍ୟ ଆଣ୍ଡ୍ରଏଡ୍‌ ୧୦ର ଅପଡେଟ୍‌ ଆସିଯାଇଛି। ସୂଚନା ଅନୁଯୟା କମ୍ପାନୀର ଲାଟେଷ୍ଟଟ କଷ୍ଟମ ଓଏସ୍‌ OneUI 2.0 ହେଉଛି ଆଣ୍ଡ୍ରଏଡ୍‌ ୧୦ ବେସ୍ଡ। […]

ସାମସଙ୍ଗର ଦୁଇଟି ସ୍ମାର୍ଟଫୋନ୍‌ରେ ଆସିଲା ଆଣ୍ଡ୍ରଏଡ୍‌ ୧୦ ଅପଡେଟ୍‌

phone

Advertisment

ନୂଆଦିଲ୍ଲୀ: ସାମସଙ୍ଗର ଦୁଇଟି ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ୍‌ ୧୦ର ଅପଡେଟ୍‌ ମିଳୁଛି।  ନିକଟରେ କମ୍ପାନୀ ନିଜର ୨ଟି ପ୍ଲାଗସିପ୍‌ ଫୋନ୍‌ Galaxy S10 ଓ Galaxy Note 10 ପାଇଁ ଆଣ୍ଡ୍ରଏଡ୍‌ ୧୦ର ଅପ୍‌ଡେଟ୍ ଜାରି କରିଛି। ଆଉ ଏବେ ପୂରୁଣା ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ Galaxy S9 ଓ Galaxy S9 Plus ପାଇଁ ମଧ୍ୟ ଆଣ୍ଡ୍ରଏଡ୍‌ ୧୦ର ଅପଡେଟ୍‌ ଆସିଯାଇଛି।

Advertisment

ସୂଚନା ଅନୁଯୟା କମ୍ପାନୀର ଲାଟେଷ୍ଟଟ କଷ୍ଟମ ଓଏସ୍‌ OneUI 2.0 ହେଉଛି ଆଣ୍ଡ୍ରଏଡ୍‌ ୧୦ ବେସ୍ଡ। ତେବେ ଏହି ଅପଡେଟ୍‌ ସହ Galaxy S9 ଓ Galaxy S9 Plusରେ ଜାନୁଆରୀର ସିକ୍ୟୁରିଟି ପ୍ୟାଚ୍‌ ମଧ୍ୟ ଦିଆଯାଇଛି। ତେବେ ଅପଡେଟ୍‌ ସହ ଏହି ସ୍ମାର୍ଟଫୋନ୍‌ରେ କିଛି ନୂଆ ଫିଚର୍‌ ମଧ୍ୟ ଦିଆଯିବ ଓ ଡିଜାଇନ୍‌ରେ ମଧ୍ୟ ଟିକେ ପରିବର୍ତ୍ତନ ଦେଖିବାକୁ ମିଳିବ।

publive-imageଯଦି ଆପଣଙ୍କ ପାଖରେ  Galaxy S9 ଓ Galaxy S9 Plus ଅଛି ତେବେ ଆପଣ ଏହାକୁ ଅପଡେଟ୍‌ କରିପାରିବେ। ଏଥିପାଇଁ ପ୍ରଥମେ ସେଟିଙ୍ଗସ୍‌କୁ ଯାଇ Software Updateରେ ଟ୍ୟାପ୍‌ କରନ୍ତୁ। ଏହାପରେ Check for updateରେ କ୍ଲିକ୍‌ କରନ୍ତୁ। ଏଇଠି ଆପଣ ନୂଆ ଅପଡେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ। ଏଥିପାଇଁ ଆପଣଙ୍କ ଫନୋରେ ୨ଜିବିର ସ୍ପେଶ୍ ଥିବା ନିହାତି ଆବଶ୍ୟକ।

Advertisment

ମନେରଖନ୍ତୁ ଅପଡେଟ୍‌ କରିବା ପୂର୍ବକୁ ପୋନ୍‌କୁ ୱାଇଫାଇ ସହ କମେଣ୍ଟ କରନ୍ତୁ। କାରଣ ଏହା ବହୁତ ଡାଟା ଖର୍ଚ୍ଚ କରିଥାଏ। ଅପଡେଟ୍‌ ବେଳେପର୍ସନାଲ୍‌ ଫାଇଲ୍‌ଗୁଡ଼ିକର ବ୍ୟାକ୍‌ଅପ୍‌ ନିଜ କମ୍ପ୍ୟୁଟର୍‌ରେ କିମ୍ବା ହାର୍ଡ଼ ଡ୍ରାଇଭ୍‌ରେ ରଖନ୍ତୁ। ନୂଆ ଭର୍ସନ ସହ Galaxy S9 ଓ Galaxy S9 Plus ସ୍ମାର୍ଟଫୋନ୍‌ରେ ଡାର୍କ ମୋଡ୍‌ ସହ ଅହୁରି ଅନେକ ନୂଆ ଫିଚର ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe