Advertisment

ସନ୍ଧ୍ୟା ହେଲେ ମେଟାର ଭାରତ ମୁଖ୍ୟ

ନୂଆଦିଲ୍ଲୀ: ଫେସବୁକ ଓ ହ୍ୱାଟସଆପ୍‌ର ମୂଳ କମ୍ପାନୀ ମେଟାର ଭାରତ ମୁଖ୍ୟ ହୋଇଛନ୍ତି ସନ୍ଧ୍ୟା ଦେବନାଥନ। ତାଙ୍କୁ ମେଟା ପକ୍ଷରୁ ଏହି ନୂଆ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି। କିଛି ଦିନ ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ମେଟା ଅଫିସରୁ ବରିଷ୍ଠ ଅଧିକାରୀମାନେ ଇସ୍ତଫା ଦେଇଥିଲେ। ଏହାପରେ ସନ୍ଧ୍ୟାଙ୍କୁ ନୂଆ ନିଯୁକ୍ତି ମିଳିଛି। ସନ୍ଧ୍ୟା ହେଉଛନ୍ତି ଜଣେ ଗ୍ଲୋବାଲ ବିଜନେସ ଲିଡର। ତାଙ୍କ ପାଖରେ ୨୨ ବର୍ଷର ଅଭିଜ୍ଞତା ରହିଛି। ବ୍ୟାଙ୍କିଂ, ପେମେଣ୍ଟ୍ସ ଓ ଟେକ୍ନୋଲଜି […]

ଅଦ୍ୟତନ ହୋଇଛି
ସନ୍ଧ୍ୟା ହେଲେ ମେଟାର ଭାରତ ମୁଖ୍ୟ

sandhya

Advertisment

ନୂଆଦିଲ୍ଲୀ: ଫେସବୁକ ଓ ହ୍ୱାଟସଆପ୍‌ର ମୂଳ କମ୍ପାନୀ ମେଟାର ଭାରତ ମୁଖ୍ୟ ହୋଇଛନ୍ତି ସନ୍ଧ୍ୟା ଦେବନାଥନ। ତାଙ୍କୁ ମେଟା ପକ୍ଷରୁ ଏହି ନୂଆ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି। କିଛି ଦିନ ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ମେଟା ଅଫିସରୁ ବରିଷ୍ଠ ଅଧିକାରୀମାନେ ଇସ୍ତଫା ଦେଇଥିଲେ। ଏହାପରେ ସନ୍ଧ୍ୟାଙ୍କୁ ନୂଆ ନିଯୁକ୍ତି ମିଳିଛି।

Advertisment

ସନ୍ଧ୍ୟା ହେଉଛନ୍ତି ଜଣେ ଗ୍ଲୋବାଲ ବିଜନେସ ଲିଡର। ତାଙ୍କ ପାଖରେ ୨୨ ବର୍ଷର ଅଭିଜ୍ଞତା ରହିଛି। ବ୍ୟାଙ୍କିଂ, ପେମେଣ୍ଟ୍ସ ଓ ଟେକ୍ନୋଲଜି କ୍ଷେତ୍ରରେ ସେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ କାମ କରିଛନ୍ତି। ୨୦୦୦ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରେ ଏମବିଏ ଡିଗ୍ରୀ ହାସଲ କରିଥିବା ସନ୍ଧ୍ୟା ୨୦୧୬ରେ ମେଟାରେ ଯୋଗ ଦେଇଥିଲେ।

ସେ କମ୍ପାନୀର ସିଙ୍ଗାପୁର ଓ ଭିଏତନାମ ବ୍ୟବସାୟକୁ ସମ୍ଭାଳିବା ସହ ଏହାକୁ ସୁଦୃଢ଼ କରିଥିଲେ। ଦକ୍ଷିଣ ଏସିଆରେ ମେଟା ଶକ୍ତିଶାଳୀ ହେବା ପଛରେ ସନ୍ଧ୍ୟା ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ଏବେ ସେ ଭାରତ ମୁଖ୍ୟ ଭାବେ ଦାୟିତ୍ୱ ପାଇଥିବା ବେଳେ ମେଟାର ଏସିଆ ପ୍ୟାସିଫିକର ଉପ ସଭାପତି ଡାନ ନିଏରୀଙ୍କୁ ସିଧାସଳଖ ରିପୋର୍ଟ କରିବେ। ମେଟା ପୂର୍ବରୁ ସନ୍ଧ୍ୟା ପେପର ଫାଇନାନସିଆଲ ସର୍ଭିସରେ ମଧ୍ୟ କାମ କରିବାର ଅଭିଜ୍ଞତା ରଖିଥିଲେ।

Advertisment

ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ମେଟାର ଭାରତୀୟ ମୁଖ୍ୟ ଅଜିତ ମୋହନ ଓ ପରେ ପବ୍ଲିକ ପଲିସି ମୁଖ୍ୟ ରାଜୀବ ଅଗ୍ରୱାଲ କମ୍ପାନୀ ଛାଡ଼ିଥିଲେ। ସେହିପରି ମେଟା ଦ୍ୱାରା ପରିଚାଳିତ ହ୍ୱାଟସଆପ୍‌ ମେସେଜିଂ ଆପ୍‌ର ଭାରତ ମୁଖ୍ୟ ଅଭିଜିତ ବୋଷ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe