Advertisment

ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର

ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।

ଅଦ୍ୟତନ ହୋଇଛି
Sanjay Malhotra

Sanjay Malhotra

Advertisment

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ନୂଆ ଗଭର୍ଣ୍ଣ ଭାବେ ନିଯୁକ୍ତି ପାଇଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ ଦେଶର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ଆସନ୍ତା ବୁଧବାରରୁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବେ।

Advertisment

ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ସେ ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ଆସୁଥିଲେ। ଏବେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।

ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି। ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜ୍ୟୁଏଟ ହୋଇଥିବା ଶ୍ରୀ ମାଲହୋତ୍ରା ଲୋକ ନୀତି ବିଷୟ ବସ୍ତୁରେ ମାଷ୍ଟର ଡିଗ୍ରୀ ଆମେରିକାର ପ୍ରିନ୍ସଟନ ବିଶ୍ୱ ବିଦ୍ୟାଳୟରୁ ହାସଲ କରିଛନ୍ତି। 

Advertisment

ଦେଶର ରାଜସ୍ୱ ସଚିବ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଅର୍ଥନୀତି ସେବାର ସଚିବ ଭାବେ କାମ କରୁଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସେ ଅର୍ଥ ଏବଂ ଟିକସ ବ୍ୟବସ୍ଥା ସହ କାର୍ଯ୍ୟ କରିବର ଅଭିଜ୍ଞତା ରଖିଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅଧିକ ଶାଣିତ କରିବାରେ ମାଲହୋତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଏ। 

RBI Sanjay Malhotra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe